୨ ମହିଳା ଯାତ୍ରୀଙ୍କ ଝଗଡ଼ା ପାଇଁ ବିମାନରୁ ଓହ୍ଲାଇଦେଲେ

ନୂଆଦିଲ୍ଲୀ : ସ୍ପାଇସଜେଟ୍‌ ବିମାନରେ ସୋମବାର ୨ ଜଣ ମହିଳା ଯାତ୍ରୀ ପ୍ରବଳ ଝଗଡ଼ା ଲାଗି ହଟହଟା ହୋଇଛନ୍ତି। ଦିଲ୍ଲୀ ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରୁଥିବା ଏକ ସ୍ପା‌ଇସଜେଟ୍‌ ବିମାନରେ ୨ ଜଣ ମହିଳା ହଠାତ୍‌ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ। ଏପରିକି ସେମାନେ କକ୍‌ପିଟ୍‌ ଆଡ଼କୁ ମାଡ଼ି ଯାଇଥିଲେ। ସେହି ସମୟରେ ବିମାନରେ ଥିବା ଯାତ୍ରୀ ଏବଂ କ୍ୟାବିନ୍‌ କ୍ରୁମାନେ ମହିଳା ଦ୍ବୟଙ୍କୁ ସେମାନଙ୍କ ସିଟ୍‌କୁ ଯିବାପାଇଁ । କିନ୍ତୁ ସେମାନେ କାହା କଥା […]

୨ ମହିଳା ଯାତ୍ରୀଙ୍କ ଝଗଡ଼ା ପାଇଁ ବିମାନରୁ ଓହ୍ଲାଇଦେଲେ

ନୂଆଦିଲ୍ଲୀ : ସ୍ପାଇସଜେଟ୍‌ ବିମାନରେ ସୋମବାର ୨ ଜଣ ମହିଳା ଯାତ୍ରୀ ପ୍ରବଳ ଝଗଡ଼ା ଲାଗି ହଟହଟା ହୋଇଛନ୍ତି। ଦିଲ୍ଲୀ ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରୁଥିବା ଏକ ସ୍ପା‌ଇସଜେଟ୍‌ ବିମାନରେ ୨ ଜଣ ମହିଳା ହଠାତ୍‌ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ। ଏପରିକି ସେମାନେ କକ୍‌ପିଟ୍‌ ଆଡ଼କୁ ମାଡ଼ି ଯାଇଥିଲେ। ସେହି ସମୟରେ ବିମାନରେ ଥିବା ଯାତ୍ରୀ ଏବଂ କ୍ୟାବିନ୍‌ କ୍ରୁମାନେ ମହିଳା ଦ୍ବୟଙ୍କୁ ସେମାନଙ୍କ ସିଟ୍‌କୁ ଯିବାପାଇଁ । କିନ୍ତୁ ସେମାନେ କାହା କଥା ଶୁଣିନଥିଲେ। ଏପରିକି ପାଇଲଟ୍‌ ମଧ୍ୟ ସେମାନଙ୍କୁ ନିଜ ନିଜ ସ୍ଥାନକୁ ଯିବାପାଇଁ ଘୋଷଣା କରିଥିଲେ। କିନ୍ତୁ ଝଗଡ଼ା ବନ୍ଦ ନହେବାରୁ ବିମାନଟିକୁ ପୁଣି ପୂର୍ବସ୍ଥାନକୁ ଫେରାଯାଇଥିଲା ଏବଂ ସେଠାରେ ସେମାନଙ୍କୁ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା।