ବାତ୍ୟା ଫେଙ୍ଗଲ ପ୍ରଭାବରେ ପୁଡୁଚେରୀ, ତାମିଲନାଡୁରେ ଜଳବନ୍ଧି, ୧୯ ଜଣଙ୍କ ମୃତ୍ୟୁ

ଚେନ୍ନାଇ: ବାତ୍ୟା‌ ଫେଙ୍ଗଲ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଫେଙ୍ଗଲ ଯୋଗୁ ପ୍ରବଳ ବର୍ଷା ହୋଇ ପୁଡ଼ୁଚେରୀ ଏବଂ ତାମିଲନାଡ଼ୁର ଅନେକ ଅଂଶ ଜଳମଗ୍ନ ହୋଇଛି। ପୁ‌ଡ଼ୁଚେରୀରେ ୨୪ ଘଣ୍ଟା ମଧ୍ୟରେ ୪୮.୪ ସେମି ବର୍ଷା ହୋଇଥିବାବେଳେ ବିଲ୍ଲୁପୁରମ ଜିଲ୍ଲାରେ ସର୍ବାଧିକ ୫୦ ସେମି ବର୍ଷା ରେକର୍ଡ ହୋଇଛି। ଏହି ସାମୁଦ୍ରିକ ଝଡ଼ ପ୍ରଭାବରେ ଭାରତ ଏବଂ ଶ୍ରୀଲଙ୍କାରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ଚେନ୍ନାଇରେ ୩ ଜଣଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ଅନ୍ୟ ୧୬ ଜଣଙ୍କର […]

ବାତ୍ୟା ଫେଙ୍ଗଲ ପ୍ରଭାବରେ ପୁଡୁଚେରୀ, ତାମିଲନାଡୁରେ ଜଳବନ୍ଧି, ୧୯ ଜଣଙ୍କ ମୃତ୍ୟୁ

ଚେନ୍ନାଇ: ବାତ୍ୟା‌ ଫେଙ୍ଗଲ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଫେଙ୍ଗଲ ଯୋଗୁ ପ୍ରବଳ ବର୍ଷା ହୋଇ ପୁଡ଼ୁଚେରୀ ଏବଂ ତାମିଲନାଡ଼ୁର ଅନେକ ଅଂଶ ଜଳମଗ୍ନ ହୋଇଛି। ପୁ‌ଡ଼ୁଚେରୀରେ ୨୪ ଘଣ୍ଟା ମଧ୍ୟରେ ୪୮.୪ ସେମି ବର୍ଷା ହୋଇଥିବାବେଳେ ବିଲ୍ଲୁପୁରମ ଜିଲ୍ଲାରେ ସର୍ବାଧିକ ୫୦ ସେମି ବର୍ଷା ରେକର୍ଡ ହୋଇଛି। ଏହି ସାମୁଦ୍ରିକ ଝଡ଼ ପ୍ରଭାବରେ ଭାରତ ଏବଂ ଶ୍ରୀଲଙ୍କାରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ଚେନ୍ନାଇରେ ୩ ଜଣଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ଅନ୍ୟ ୧୬ ଜଣଙ୍କର ଶ୍ରୀଲଙ୍କାରେ ମୃତ୍ୟୁ ହୋଇଛି। ତେବେ ସେନା, ଭାରତୀୟ ତଟରକ୍ଷୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଯୋଗୁ ଅନେକ ଜୀବନ ବଞ୍ଚିଯାଇଛି। ଅନ୍ୟପକ୍ଷେ ଆଇଏମ୍‌ଡି କେରଳର ୪ ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଜାରି କରିଥିବାବେଳେ ୫ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ କହିଛନ୍ତି, ବାତ୍ୟା ଫେଙ୍ଗଲ ଚାଷ କ୍ଷେତ୍ରରେ ବଡ଼ ବିପର୍ଯ୍ୟୟ ଆଣିଛି। ବିଲ୍ଲୁପୁରମ ଜିଲ୍ଲାରେ ୧.୨୯ ଲକ୍ଷ ହେକ୍ଟର ଚାଷଜମିରେ ବ୍ୟାପକ କ୍ଷୟକ୍ଷତି ହୋ‌ଇଛି। ତାମିଲନାଡ଼ୁ ବହୁମାତ୍ରାରେ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷାରେ କାଞ୍ଚିପୁରମ ଜିଲ୍ଲାରେ ଜଳଭଣ୍ଡାରଗୁଡ଼ିକରେ ଜଳସ୍ତର ବିପଦ‌ ସଙ୍କେତ ଟପିଛି । ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ଏନ୍‌ ରଙ୍ଗାସ୍ବାମୀ ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି। ବାତ୍ୟାରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ସେହିପରି ସରକାରୀ ସୁବିଧା ପାଉଥିବା ୩.୫୪ ଲକ୍ଷ ପରିବାରକୁ ୫ ହଜାର ଟଙ୍କା ଆର୍ଥିକ ସହଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।