ଜେଲରୁ ଵା‌ହାରିବେ ଧଳସାମନ୍ତ ବ୍ରଦର୍ସ, ବାପାଙ୍କ ଅନ୍ତ୍ୟେଷ୍ଟିରେ ହେବେ ସାମିଲ୍

କଟକ ୨୦/୦୪: ଜେଲରୁ ଵା‌ହାରିପାରନ୍ତି ଧଳସାମନ୍ତ ବ୍ରଦର୍ସ । ବାପାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ଆସିପାରନ୍ତି ଧଳସାମନ୍ତ ଭାଇ । ଶୁକ୍ରବାର ରାତିରେ ଧଳସାମନ୍ତ ଭ୍ରାତାଙ୍କ ବାପାଙ୍କର ମୃତ୍ୟୁ ହୋଇଛି । ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଵା ପାଇଁ ଆଜି ଅଦାଲତରେ ଆବେଦନ କରିବେ ଦୁଇ ଭାଇ । ଫଳରେ ଯଦି ଅନୁମତି ମିଳେ ତେବେ ଦୁଇ ଭାଇ ବାପାଙ୍କ ଅନ୍ତ୍ୟେଷ୍ଟିରେ ସାମିଲ ହୋଇପାରନ୍ତି । ଗତ ୨୦୧୬ମସିହା ଜାନୁଆରୀ ୨୯ତାରିଖରୁ ଦୁଇ ଭାଇ ଜେଲରେ ଅଛନ୍ତି । ସୁଶାନ୍ତ ଧଳସାମନ୍ତ ବଲାଙ୍ଗୀର ଜେଲରେ ଓ ସୁଶୀଲ ବାଲେଶ୍ଵର ଜେଲରେ ଅଛନ୍ତି । ଅନେକ ଅପରାଧିକ ମାମଲା ସହ ହତ୍ୟା, ନିଷିଦ୍ଧ ମାରଣାସ୍ତ୍ର ରଖିଵା ଓ ଦାଦାଵଟି ଆଦାୟ ମାମଲାରେ ଗିରଫ ହୋଇ ଦୁଇ ଭାଇ ଜେଲରେ ଅଛନ୍ତି । କହିବାକୁ ଗଲେ ଗତ ଡିସେମ୍ୱରରୁ ହୃଦଘାତର ଶିକାର ହୋଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧାଳସାମନ୍ତ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । 

ଜେଲରୁ ଵା‌ହାରିବେ ଧଳସାମନ୍ତ ବ୍ରଦର୍ସ, ବାପାଙ୍କ ଅନ୍ତ୍ୟେଷ୍ଟିରେ ହେବେ ସାମିଲ୍

କଟକ ୨୦/୦୪: ଜେଲରୁ ଵା‌ହାରିପାରନ୍ତି ଧଳସାମନ୍ତ ବ୍ରଦର୍ସ । ବାପାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ଆସିପାରନ୍ତି ଧଳସାମନ୍ତ ଭାଇ । ଶୁକ୍ରବାର ରାତିରେ ଧଳସାମନ୍ତ ଭ୍ରାତାଙ୍କ ବାପାଙ୍କର ମୃତ୍ୟୁ ହୋଇଛି । ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଵା ପାଇଁ ଆଜି ଅଦାଲତରେ ଆବେଦନ କରିବେ ଦୁଇ ଭାଇ । ଫଳରେ ଯଦି ଅନୁମତି ମିଳେ ତେବେ ଦୁଇ ଭାଇ ବାପାଙ୍କ ଅନ୍ତ୍ୟେଷ୍ଟିରେ ସାମିଲ ହୋଇପାରନ୍ତି । 

ଗତ ୨୦୧୬ମସିହା ଜାନୁଆରୀ ୨୯ତାରିଖରୁ ଦୁଇ ଭାଇ ଜେଲରେ ଅଛନ୍ତି । ସୁଶାନ୍ତ ଧଳସାମନ୍ତ ବଲାଙ୍ଗୀର ଜେଲରେ ଓ ସୁଶୀଲ ବାଲେଶ୍ଵର ଜେଲରେ ଅଛନ୍ତି । ଅନେକ ଅପରାଧିକ ମାମଲା ସହ ହତ୍ୟା, ନିଷିଦ୍ଧ ମାରଣାସ୍ତ୍ର ରଖିଵା ଓ ଦାଦାଵଟି ଆଦାୟ ମାମଲାରେ ଗିରଫ ହୋଇ ଦୁଇ ଭାଇ ଜେଲରେ ଅଛନ୍ତି । କହିବାକୁ ଗଲେ ଗତ ଡିସେମ୍ୱରରୁ ହୃଦଘାତର ଶିକାର ହୋଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧାଳସାମନ୍ତ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।