ଅପରେସନ ‘ସିନ୍ଦୂର’ର ନୂଆ Video ଜାରି କଲା ସେନା, ଦେଖିଲେ ଆପଣ ବି କହିବେ ‘ ଜୟ ହୀନ୍ଦ’
ନୂଆଦିଲ୍ଲୀ ୧୦।୫: ଜମ୍ମୁ-କାଶ୍ମୀର ପହଲଗାମରେ ଏପ୍ରିଲ ୨୨ ତାରିଖ ଦିନ ଘଟିଥିଲା ଅଭାବନୀୟ ଘଟଣା। ପାକ୍ ପ୍ରାୟୋଜିତ ଆତଙ୍କବାଦରେ ଆତଙ୍କବାଦୀମାନେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି କାଣ୍ଡର ଜବାବରେ ଭାରତୀୟ ସେନା ୬ଓ ୭ ମେ ରାତିରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଏହାପରେ ପାକିସ୍ତାନ ଭାରତ ଉପରକୁ ଆକ୍ରମଣ ଆରମ୍ଭ କରିଦେଇଥିଲା। ତେବେ ଭାରତୀୟ ସେନା ପାକିସ୍ତାନର ସବୁ ଉଦ୍ୟମ ପଣ୍ଡ କରିଦେଇଛି। ଏହାର ଭିଡିଓ ସେନା ଏବେ ସୋସିଆଲ ମିଡିଆରେ ଜାରି କରିଛି। ଏଥିରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ ହେଉଥିବାର ଚିତ୍ର ରହିଛି। ଏହି ଭିଡିଓ ବ୍ୟାକ ଗ୍ରାଉଣ୍ଡରେ ‘କଦମ ପେ କଦମ ବଢାଏ ଯା.. ଖୁସି କା ଗୀତ ଗାଏ ଯା..’ ଦେଶପ୍ରେମ ଗୀତର ଧୂନ ରହିଛି। ଏଥିରେ ଭାରତୀୟ ସେନା ଭାରି ତୋପରେ ପାକ୍ ଅଧିକୃତ କାଶ୍ମୀରରେ ଗୋଟି ଗୋଟି କରି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରୁଥିବାର ଦେଖାଯାଉଛି। ଏହି ଭିଡିଓ ସେହିତ ସେନା କ୍ୟାପସନରେ ‘ଭାରତୀୟ ସେନା ଆତଙ୍କବାଦୀ ଲଞ୍ଚ ପ୍ୟାଡ ଧ୍ୱଂସ୍ତ କରିଛି’ ବୋଲି ଉଲ୍ଲେଖ କରିଛି। OPERATION SINDOORIndian Army Pulverizes Terrorist LaunchpadsAs a response to Pakistan's misadventures of attempted drone strikes on the night of 08 and 09 May 2025 in multiple cities of Jammu & Kashmir and Punjab, the #I
ନୂଆଦିଲ୍ଲୀ ୧୦।୫: ଜମ୍ମୁ-କାଶ୍ମୀର ପହଲଗାମରେ ଏପ୍ରିଲ ୨୨ ତାରିଖ ଦିନ ଘଟିଥିଲା ଅଭାବନୀୟ ଘଟଣା। ପାକ୍ ପ୍ରାୟୋଜିତ ଆତଙ୍କବାଦରେ ଆତଙ୍କବାଦୀମାନେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି କାଣ୍ଡର ଜବାବରେ ଭାରତୀୟ ସେନା ୬ଓ ୭ ମେ ରାତିରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଏହାପରେ ପାକିସ୍ତାନ ଭାରତ ଉପରକୁ ଆକ୍ରମଣ ଆରମ୍ଭ କରିଦେଇଥିଲା। ତେବେ ଭାରତୀୟ ସେନା ପାକିସ୍ତାନର ସବୁ ଉଦ୍ୟମ ପଣ୍ଡ କରିଦେଇଛି।
ଏହାର ଭିଡିଓ ସେନା ଏବେ ସୋସିଆଲ ମିଡିଆରେ ଜାରି କରିଛି। ଏଥିରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ ହେଉଥିବାର ଚିତ୍ର ରହିଛି। ଏହି ଭିଡିଓ ବ୍ୟାକ ଗ୍ରାଉଣ୍ଡରେ ‘କଦମ ପେ କଦମ ବଢାଏ ଯା.. ଖୁସି କା ଗୀତ ଗାଏ ଯା..’ ଦେଶପ୍ରେମ ଗୀତର ଧୂନ ରହିଛି। ଏଥିରେ ଭାରତୀୟ ସେନା ଭାରି ତୋପରେ ପାକ୍ ଅଧିକୃତ କାଶ୍ମୀରରେ ଗୋଟି ଗୋଟି କରି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରୁଥିବାର ଦେଖାଯାଉଛି। ଏହି ଭିଡିଓ ସେହିତ ସେନା କ୍ୟାପସନରେ ‘ଭାରତୀୟ ସେନା ଆତଙ୍କବାଦୀ ଲଞ୍ଚ ପ୍ୟାଡ ଧ୍ୱଂସ୍ତ କରିଛି’ ବୋଲି ଉଲ୍ଲେଖ କରିଛି।
OPERATION SINDOOR
Indian Army Pulverizes Terrorist Launchpads
As a response to Pakistan's misadventures of attempted drone strikes on the night of 08 and 09 May 2025 in multiple cities of Jammu & Kashmir and Punjab, the #Indian Army conducted a coordinated fire assault on… pic.twitter.com/2i5xa3K7uk— ADG PI - INDIAN ARMY (@adgpi) May 10, 2025
ଗତ ୮ ଓ ୯ ମେ ରାତିରେ ଜମ୍ମୁ-କାଶ୍ମୀର ଓ ପଞ୍ଜାବର ଅନେକ ସହର ଓ ସୈନ୍ୟ ପ୍ରତିଷ୍ଠାନ ଉପରକୁ ଡ୍ରୋନ ଆକ୍ରମଣ କରିବା ପାଇଁ ପାକିସ୍ତାନର ଦୁଃସାହାସ ଜବାବରେ ଭାରତୀୟ ସେନା ଆତଙ୍କବାଦୀ ଲଞ୍ଚ ପ୍ୟାଡ ଉପରକୁ ଆକ୍ରମଣ କରିଥିଲା। ଫଳରେ ଏ ଗୁଡିକ ଧ୍ୱଂସ୍ତ ହୋଇଥିଲା। କ୍ୟାପସନରେ ଲେଖା ଯାଇଛି ଯେ ନିୟନ୍ତ୍ରଣ ରେଖା ନିକଟରେ ପାକ୍ ଅଧିକୃତ କାଶ୍ମୀରର ଏହି ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଅତୀତରେ ଭାରତୀୟ ନାଗରିକ ଓ ସୁରକ୍ଷାବଳଙ୍କ ବିରୋଧରେ ଆତଙ୍କବାଦୀ ଯୋଜନା କରିବା ସହିତ ଏଗୁଡିକ ସଫଳ କରିଥିଲା।
ଏଥିରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଆତଙ୍କବାଦୀଙ୍କ ଭିତ୍ତିଭୂମି ଓ ସେମାନଙ୍କ କ୍ଷମତାକୁ ଝଟକା ଲାଗିଛି। ସୂଚନା ଅନୁସାରେ ଏହା ପୂର୍ବରୁ ଭାରତୀୟ ସେନା ଶନିବାର ଆଉ ଏକ ଭିଡିଓ ମଧ୍ୟ ଜାରି କରିଥିଲା। ଯେଉଁଥିରେ ଭାରତ ପାକିସ୍ତାନ ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୩ଟି ସହରରେ ଥିବା ବାୟୁସେନା ଘାଟିକୁ ଧ୍ୱଂସ୍ତ କରୁଥିବାର ଛବି ଦେଖାଯାଇଥିଲା। ଏଥିରେ ବିଚଳିତ ପାକିସ୍ତାନ ପୁଣି ଥରେ ଭାରତ ସୀମାକୁ କ୍ଷେପଣାସ୍ତ୍ର ଓ ଡ୍ରୋନ ମାଡ଼ କରିଥିଲା। ହେଲେ ଭାରତର ମଜଭୁତ ପ୍ରତିରକ୍ଷା ପ୍ରଣାଳୀ ସେଗୁଡିକ ସମୟ ପୂର୍ବରୁ ନଷ୍ଟ କରିଦେଇଛି।