କ୍ଲିନିକ କ୍ରିମ ବ୍ୟବହାର କଲେ ହୋଇପାରେ କ୍ୟାନସର୍

ନନ୍ଦିଘୋଷ ବ୍ୟୁରୋ : ମୁଖସୌନ୍ଦର୍ଯ୍ୟ ଲାଗି ଆପଣ ବ୍ଯବହାର କରୁଛନ୍ତି କି କ୍ଲିଅରସିଲ କିମ୍ବା କ୍ଲିନିକ କ୍ରିମ। ତେବେ ସାବଧାନ।... The post କ୍ଲିନିକ କ୍ରିମ ବ୍ୟବହାର କଲେ ହୋଇପାରେ କ୍ୟାନସର୍ appeared first on .

କ୍ଲିନିକ କ୍ରିମ ବ୍ୟବହାର କଲେ ହୋଇପାରେ କ୍ୟାନସର୍

ନନ୍ଦିଘୋଷ ବ୍ୟୁରୋ : ମୁଖସୌନ୍ଦର୍ଯ୍ୟ ଲାଗି ଆପଣ ବ୍ଯବହାର କରୁଛନ୍ତି କି କ୍ଲିଅରସିଲ କିମ୍ବା କ୍ଲିନିକ କ୍ରିମ। ତେବେ ସାବଧାନ। ମୁଖ ସୁନ୍ଦର ହେବା ବଦଳରେ ଶିକାର ହୋଇପାରନ୍ତି କର୍କଟରେ। ଏକଥା ଆମେ କହୁନୁ। ଏକ ଆମେରିକୀୟ ସଂସ୍ଥା ପକ୍ଷରୁ ଦିଆଯାଇଛି ଏହି ରିପୋର୍ଟ। ରିପୋର୍ଟରେ କୁହାଯାଇଛି- ଇଷ୍ଟି ଲାଉଡର କମ୍ପାନିର କ୍ଲିନିକ, ଟାର୍ଗେଟ କମ୍ପାନିର ଅପ ଆଣ୍ଡ ଅପ ଓ ରେକିଟ ବେନକାଇସରର କ୍ଲିଅରସିଲରେ କର୍କଟ ରୋଗ ସୃଷ୍ଟିକାରୀ ରାସାୟନିକ ବେଞ୍ଜିନ ରହିଛି। ଏହି ବ୍ରାଣ୍ଡର କ୍ରିମଗୁଡିକରେ ଏହି ବିଷାକ୍ତ ପଦାର୍ଥ ଥିବା କୁହାଯାଇଛି। ଏନେଇ ସୂଚନା ଦେଇଛି ଆମେରିକୀୟ ଗବେଷଣାଗାର ଭିଲିସ୍ଯୁର ଏଲଏଲସି । ଏହି ରାସାୟନିକ ପଦାର୍ଥ ଚିହ୍ନଟ ହେବା ପରେ ଆମେରିକା ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ନିକଟରେ ପିଟିସନ ଦାୟର କରିଛି ଭେଲିସ୍ଯୁର। ଏହା ସହ ବଜାରରୁ ଏହି ସାମଗ୍ରୀଗୁଡିକ ପ୍ରତ୍ୟାହାର କରିବା ଦିଗରେ ପଦକ୍ଷେପ ନେବା ଲାଗି ଦାବି କରିଛି କମ୍ପାନି।

ଭେଲିସ୍ୟୁର କହିଛି- ଏହି ଧରଣର ସାମଗ୍ରୀରେ ଆବଶ୍ଯକୀୟ ପରିମାଣଠାରୁ ଅଧିକ ୮ଶହ ଗୁଣ ବେଞ୍ଜିନ ରହିଛି ଯାହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। ଗ୍ଯାସୋଲିନ ଓ ତମାଖୁରେ ବେଞ୍ଜିନ ହେଉଛି ଏକ ପ୍ରାକୃତିକ ମିଶ୍ରିତ ସାମଗ୍ରୀ। ଏହି ପରିମାଣ ଅଧିକ ହେଲେ ଲ୍ଯୁକେମିଆ ରୋଗ ହୋଇପାରେ। ଭିଲିସ୍ଯୁର ଏଲଏଲସି ସାଧାରଣତଃ ବଡ଼ ବଡ କମ୍ପାନୀର ପ୍ରଡକ୍ଟଗୁଡିକୁ ଗବେଷଣା ଜରିଆରେ ଯାଞ୍ଚ କରାଯାଇଥାଏ। ଭିଲିସ୍ଯୁର ଏଲଏଲସି ପକ୍ଷରୁ ୬୬ଟି ବେଞ୍ଜୋଇଲ ପେରୋକ୍ସାଇଡ ପ୍ରଡକ୍ଟକୁ ଟେଷ୍ଟ କରିଥିଲା। ଏଥିରେ ଥିଲା ବିଭିନ୍ନ କ୍ରିମ, ଲୋସୋନ, ଜେଲ ଇତ୍ଯାଦି। ଏହି ସବୁ ସାମଗ୍ରୀରେ  ବେଞ୍ଜିନ ମିଲିୟନ ପିଛା ୨ ପାର୍ଟସ ଲାଗି ଏଫଡିଏ ଅନୁମତି ଥିବାବେଳେ ବାସ୍ତବରେ ବେଞ୍ଜିନ ପରିମାଣ ୧୨ ପ୍ରତିଶତ ଅଛି ବୋଲି କମ୍ପାନି କହିଛି।

The post କ୍ଲିନିକ କ୍ରିମ ବ୍ୟବହାର କଲେ ହୋଇପାରେ କ୍ୟାନସର୍ appeared first on .