ନିଶାସକ୍ତ ପୋଲିସ କର୍ମଚାରୀଙ୍କୁ ଉନ୍ମତ୍ତ କାଣ୍ଡ, ଘଟାଇଲେ ସିରିଜ୍‌ ଦୁର୍ଘଟଣା

କଟକ:  ନିଶାସକ୍ତ ପୋଲିସ କର୍ମଚାରୀଙ୍କୁ ଉନ୍ମତ୍ତ କାଣ୍ଡ। କାର୍‌ ଚଳାଇ କଲେ ସିରିଜ୍‌ ଦୁର୍ଘଟଣା। ଏଥିରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଓଡ଼ିଶା ଷ୍ଟେଟ ଆର୍ମ୍ ଫୋର୍ସରେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀ ନିଜର ଦୁଇ ସହଯୋଗୀଙ୍କ ନିଶାସକ୍ତ ଅବସ୍ଥାରେ ଏକ କାର୍‌କୁ ଦ୍ରୁତଗତି ଚଳାଉଥିଲେ। ଆଉ ନାରାଜ ରାସ୍ତାରେ ଯାଉଥିବା ସମୟରେ ଦୁଇଟି ବାଇକ୍ ଓ ଗୋଟିଏ ସାଇକେଲକୁ ଧକ୍କା ଦେଇଥିଲେ।ତେବେ ଏଥିରେ ଦୁଇଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ପୋଲିସ କର୍ମଚାରୀ ଓ ତାଙ୍କ ସହଯୋଗୀ ମାନଙ୍କୁ ଅଟକ ରଖାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଭିତରୁ ୬ରୁ ଉର୍ଦ୍ଧ୍ବ ମଦ ବୋତଲ ଜବତ ହୋଇଛି।

ନିଶାସକ୍ତ ପୋଲିସ କର୍ମଚାରୀଙ୍କୁ ଉନ୍ମତ୍ତ କାଣ୍ଡ, ଘଟାଇଲେ ସିରିଜ୍‌ ଦୁର୍ଘଟଣା

କଟକ:  ନିଶାସକ୍ତ ପୋଲିସ କର୍ମଚାରୀଙ୍କୁ ଉନ୍ମତ୍ତ କାଣ୍ଡ। କାର୍‌ ଚଳାଇ କଲେ ସିରିଜ୍‌ ଦୁର୍ଘଟଣା। ଏଥିରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। 

ସୂଚନା ଅନୁସାରେ, ଓଡ଼ିଶା ଷ୍ଟେଟ ଆର୍ମ୍ ଫୋର୍ସରେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀ ନିଜର ଦୁଇ ସହଯୋଗୀଙ୍କ ନିଶାସକ୍ତ ଅବସ୍ଥାରେ ଏକ କାର୍‌କୁ ଦ୍ରୁତଗତି ଚଳାଉଥିଲେ। ଆଉ ନାରାଜ ରାସ୍ତାରେ ଯାଉଥିବା ସମୟରେ ଦୁଇଟି ବାଇକ୍ ଓ ଗୋଟିଏ ସାଇକେଲକୁ ଧକ୍କା ଦେଇଥିଲେ।

ତେବେ ଏଥିରେ ଦୁଇଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ପୋଲିସ କର୍ମଚାରୀ ଓ ତାଙ୍କ ସହଯୋଗୀ ମାନଙ୍କୁ ଅଟକ ରଖାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଭିତରୁ ୬ରୁ ଉର୍ଦ୍ଧ୍ବ ମଦ ବୋତଲ ଜବତ ହୋଇଛି।