ଯନ୍ତ୍ରୀଙ୍କ ଆଖିଖୋସି ହୋଇଗଲା ଭଳି ସମ୍ପତି : କୋଟି କୋଟି ଟଙ୍କାର….

ଭୁବନେଶ୍ୱର,୮।୧୦: ତେଲ ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୩୩୦୦ ବର୍ଗଫୁଟର ୩ ମହଲା କୋଠା, ପୁରୀ ବାଟମଙ୍ଗଳାରେ ଏକ ଆପାର୍ଟମେଣ୍ଟରେ ଫ୍ଲାଟ ଠାବ କରିଛି ଭିଜିଲାନ୍ସ। ଏହା ସହ ପିପିଲି ଓ ବଲାଙ୍ଗୀରରେ ମୂଲ୍ୟବାନ ପ୍ଲଟ, ୧୮.୬୭ ଏକରର ଫାର୍ମ ଠାବ ହୋଇଛି।ଭିଜିଲାନ୍ସ ଚଢ଼ାଉ ବେଳେ ୪.୦୮ ଲକ୍ଷ ନଗଦ ଟଙ୍କା ଜବତ୪୬ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ […] The post ଯନ୍ତ୍ରୀଙ୍କ ଆଖିଖୋସି ହୋଇଗଲା ଭଳି ସମ୍ପତି : କୋଟି କୋଟି ଟଙ୍କାର…. appeared first on Dharitri Odia News.

ଯନ୍ତ୍ରୀଙ୍କ ଆଖିଖୋସି ହୋଇଗଲା ଭଳି ସମ୍ପତି : କୋଟି କୋଟି ଟଙ୍କାର….

ଭୁବନେଶ୍ୱର,୮।୧୦: ତେଲ ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୩୩୦୦ ବର୍ଗଫୁଟର ୩ ମହଲା କୋଠା, ପୁରୀ ବାଟମଙ୍ଗଳାରେ ଏକ ଆପାର୍ଟମେଣ୍ଟରେ ଫ୍ଲାଟ ଠାବ କରିଛି ଭିଜିଲାନ୍ସ। ଏହା ସହ ପିପିଲି ଓ ବଲାଙ୍ଗୀରରେ ମୂଲ୍ୟବାନ ପ୍ଲଟ, ୧୮.୬୭ ଏକରର ଫାର୍ମ ଠାବ ହୋଇଛି।ଭିଜିଲାନ୍ସ ଚଢ଼ାଉ ବେଳେ ୪.୦୮ ଲକ୍ଷ ନଗଦ ଟଙ୍କା ଜବତ୪୬ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ ନିର୍ବାହୀ ଯନ୍ତ୍ରୀ।

ଲାଞ୍ଚ ନେବା ନିର୍ବାହୀ ଯନ୍ତ୍ରୀଙ୍କୁ ମହଙ୍ଗା ପଡିଲା। ତେଲ ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀଙ୍କୁ ଭିଜିଲାନ୍ସ ବିଭାଗ ସୋମବାର ଗିରଫ କରିଥିଲେ।

ମିଳିଥିବା ସୂଚନା ମୁତାବକ, ଠିକାଦାର ଦେବରଞ୍ଜନ ତ୍ରିପାଠୀଙ୍କ ଏକ ପୁରୁଣା ବିଲ୍‌ ଟଙ୍କା କରାଇଦେବାକୁ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ଟଙ୍କା ମାଗିଥିଲେ। ଏନେଇ ଠିକାଦାର ଦେବରଞ୍ଜନ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।

ଯୋଜନା ମୁତାବକ, ସୋମବାର ଠିକାଦାର ଦେବରଞ୍ଜନ ସୁବର୍ଣ୍ଣପୁର ଅଫିସ ପ୍ରକୋଷ୍ଠରେ ପହଞ୍ଚି ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ରଙ୍କୁ ୪୬ ହଜାର ଟଙ୍କା ଲାଞ୍ଚ ଦେଉଥିଲେ। ସେତିକିବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ବିଭାଗୀୟ ଅଧିକାରୀ ମାଡି ବସି ଲାଞ୍ଚ ଟଙ୍କା ଜବତ କରିବା ସହ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ରଙ୍କୁ ଧରିଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରି ଏକକାଳୀନ ୬ଟି ଜାଗାରେ ଚଢ଼ାଉ ଜାରି ରହିଥିଲା।

The post ଯନ୍ତ୍ରୀଙ୍କ ଆଖିଖୋସି ହୋଇଗଲା ଭଳି ସମ୍ପତି : କୋଟି କୋଟି ଟଙ୍କାର…. appeared first on Dharitri Odia News.