ହସ୍ପିଟାଲରେ ବରିଷ୍ଠ ନାଗରିକଙ୍କୁ ଘୋଷାରିନେଲେ
ଛତରପୁର, ୨୧।୪: ମଧ୍ୟପ୍ରଦେଶର ଛତରପୁର ଜିଲା ଚିକିତ୍ସାଳୟରେ ଜଣେ ୭୦ ବର୍ଷୀୟ ବରିଷ୍ଠ ନାଗରିକ ଉଦ୍ଧବ ସିଂଙ୍କୁ ୨ ଜଣ ବ୍ୟକ୍ତି ଘୋଷାରି ନେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ନୌଗାଓଁ ନିବାସୀ ଉଦ୍ଧବ ଗତ ୧୭ରେ ସ୍ତ୍ରୀଙ୍କ ମେଡିକାଲ ଚେକ୍ଅପ୍ ପାଇଁ ହସ୍ପିଟାଲ ଆସିଥିଲେ। ଲମ୍ବା ସମୟ ଧରି ଠିଆ ହେବା ପରେ ତାଙ୍କୁ ହସ୍ପିଟାଲର ଡାକ୍ତର ରାଜେଶ ମିଶ୍ରା ଗୋଇଠା ଏବଂ ଚାପୁଡ଼ା ମାରିଥିବା ସେ ଅଭିଯୋଗ ଆଣିଛନ୍ତି। ତେବେ ଉଦ୍ଧବଙ୍କ ଅଭିଯୋଗକୁ […] The post ହସ୍ପିଟାଲରେ ବରିଷ୍ଠ ନାଗରିକଙ୍କୁ ଘୋଷାରିନେଲେ appeared first on Dharitri Odia News.
ଛତରପୁର, ୨୧।୪: ମଧ୍ୟପ୍ରଦେଶର ଛତରପୁର ଜିଲା ଚିକିତ୍ସାଳୟରେ ଜଣେ ୭୦ ବର୍ଷୀୟ ବରିଷ୍ଠ ନାଗରିକ ଉଦ୍ଧବ ସିଂଙ୍କୁ ୨ ଜଣ ବ୍ୟକ୍ତି ଘୋଷାରି ନେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ନୌଗାଓଁ ନିବାସୀ ଉଦ୍ଧବ ଗତ ୧୭ରେ ସ୍ତ୍ରୀଙ୍କ ମେଡିକାଲ ଚେକ୍ଅପ୍ ପାଇଁ ହସ୍ପିଟାଲ ଆସିଥିଲେ। ଲମ୍ବା ସମୟ ଧରି ଠିଆ ହେବା ପରେ ତାଙ୍କୁ ହସ୍ପିଟାଲର ଡାକ୍ତର ରାଜେଶ ମିଶ୍ରା ଗୋଇଠା ଏବଂ ଚାପୁଡ଼ା ମାରିଥିବା ସେ ଅଭିଯୋଗ ଆଣିଛନ୍ତି। ତେବେ ଉଦ୍ଧବଙ୍କ ଅଭିଯୋଗକୁ ଡାକ୍ତର ରାଜେଶ ଖଣ୍ଡନ କରିଛନ୍ତି। ହସ୍ପିଟାଲର ସିଭିଲ ସର୍ଜନ ଜି. ଏଲ୍ ଅହିରଓ୍ବାର କହିଛନ୍ତି, ଘଟଣାସ୍ଥଳରେ ରୋଗୀ ଏବଂ ତାଙ୍କ ପରିଜନଙ୍କ ଅତ୍ୟଧିକ ଭିଡ଼ ଥିବାବେଳେ ଉଦ୍ଧବ ଧାଡ଼ି ଭାଙ୍ଗିଥିଲେ। ତେବେ ଉଦ୍ଧବ ହସ୍ପିଟାଲରେ ଘୋଷାଡ଼ି ନିଆଯାଉଥିବାର ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ନେଇ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରିଛି। ଘଟଣା ସମ୍ପର୍କରେ ଅଭିଯୁକ୍ତ ଡାକ୍ତର ରାଜେଶ ମିଶ୍ରା ଏବଂ ଅନ୍ୟ ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପୋଲିସ ନୋଟିସ ଜାରି କରିଛି।
The post ହସ୍ପିଟାଲରେ ବରିଷ୍ଠ ନାଗରିକଙ୍କୁ ଘୋଷାରିନେଲେ appeared first on Dharitri Odia News.