ଏଫଏମ କଲେଜ ଘଟଣା: ମୁହଁ ଖୋଲିଲେ ପୀଡିତାଙ୍କ ବାପା, କଲେ ବଡ଼ ବିସ୍ଫୋରଣ
ବାଲେଶ୍ୱର,୧୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ର ଦ୍ୱିତୀୟ ବର୍ଷର ଛାତ୍ରୀ ଶନିବାର ଅଧ୍ୟକ୍ଷଙ୍କ ଅଫିସ ସମ୍ମୁଖରେ ପେଟ୍ରୋଲ ଢାଳି ଆମତ୍ାହୁତି ଦେବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ କଲେଜ କର୍ତ୍ତୃପକ୍ଷ ଓ କର୍ମଚାରୀ ସେ ନିଆଁରେ ଜଳି ଯାଉଥିବା ଦେଖି ମଧ୍ୟ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ନ ଥିଲେ। ସମସ୍ତେ ଚୁପ୍ଚାପ୍ ଠିଆ ହୋଇ ରହିଥିଲେ ବୋଲି ସେଠାରେ ଉପସ୍ଥିତ ଛାତ୍ରୀଛାତ୍ର କହିଛନ୍ତି। ଏଭଳି ପରିସ୍ଥିତିରେ କଲେଜ କର୍ମଚାରୀ ମାନବିକତା ଭୁଲିଗଲେ […] The post ଏଫଏମ କଲେଜ ଘଟଣା: ମୁହଁ ଖୋଲିଲେ ପୀଡିତାଙ୍କ ବାପା, କଲେ ବଡ଼ ବିସ୍ଫୋରଣ appeared first on Dharitri Odia News.
ବାଲେଶ୍ୱର,୧୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ର ଦ୍ୱିତୀୟ ବର୍ଷର ଛାତ୍ରୀ ଶନିବାର ଅଧ୍ୟକ୍ଷଙ୍କ ଅଫିସ ସମ୍ମୁଖରେ ପେଟ୍ରୋଲ ଢାଳି ଆମତ୍ାହୁତି ଦେବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ କଲେଜ କର୍ତ୍ତୃପକ୍ଷ ଓ କର୍ମଚାରୀ ସେ ନିଆଁରେ ଜଳି ଯାଉଥିବା ଦେଖି ମଧ୍ୟ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ନ ଥିଲେ। ସମସ୍ତେ ଚୁପ୍ଚାପ୍ ଠିଆ ହୋଇ ରହିଥିଲେ ବୋଲି ସେଠାରେ ଉପସ୍ଥିତ ଛାତ୍ରୀଛାତ୍ର କହିଛନ୍ତି। ଏଭଳି ପରିସ୍ଥିତିରେ କଲେଜ କର୍ମଚାରୀ ମାନବିକତା ଭୁଲିଗଲେ ବୋଲି ସାଧାରଣରେ ଆଲୋଚନା ହେଉଛି।
ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ପରେ ଏଫଏମ୍ କଲେଜ ପ୍ରିନ୍ସିପାଲ ଓ ଏଚଓଡିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ବାପା। ସେ କହିଛନ୍ତି, ‘ମୋ’ ଝିଅକୁ ପ୍ରିନ୍ସିପାଲ ମାନସିକ ନିର୍ଯାତନା ଦେଇଛନ୍ତି। ପ୍ରିନ୍ସିପାଲ କହିଥିଲେ, ସବୁ ଭୁଲ୍ ଝିଅର, ଏଚ୍ଓଡିଙ୍କର କିଛି ଭୁଲ୍ ନାହିଁ। ଅଭିଯୋଗ ଉଠାଇ ନେବାକୁ ଝିଅକୁ ବାଧ୍ୟ କରାଯାଇଥିଲା। ଏପରିକି କଲେଜରୁ ବହିଷ୍କାର କରିଦେବାକୁ ଧମକ ଦିଆଯାଇଥିଲା। ଏଚ୍ଓଡି ମଧ୍ୟ ଝିଅର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇଥିଲେ। ତାଙ୍କ ବିରୋଧରେ ଗଲେ ୬ ବର୍ଷ ଯାଏ ବ୍ୟାକ ଲାଗିବ ବୋଲି କହିଥିଲେ। ସେଇଥିପାଇଁ ଝିଅ ଆତ୍ମାହୁତି ଉଦ୍ୟମ କଲା ବୋଲି ବାପା ଅଭିଯୋଗ କରିଛନ୍ତି। ସରକାର ଦୋଷୀଙ୍କୁ ଏଭଳି ଦଣ୍ଡ ଦିଅନ୍ତୁ, ଯେଭଳି ଘଟଣାର ପୁନରାବୃତ୍ତି ନ ହେବ ବୋଲି ତାଙ୍କ ବାପା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।
The post ଏଫଏମ କଲେଜ ଘଟଣା: ମୁହଁ ଖୋଲିଲେ ପୀଡିତାଙ୍କ ବାପା, କଲେ ବଡ଼ ବିସ୍ଫୋରଣ appeared first on Dharitri Odia News.