ଜୟନାରାୟଣଙ୍କ ବୟାନ ପରେ ତେଜିଲା ଆନ୍ଦୋଳନ: ଉତ୍କଳ ବ୍ୟାନର ଜାଳିଲେ କୋଶଲ ସଂଗ୍ରାମୀ
ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ): କୋଶଲ ପ୍ରସଙ୍ଗରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଶନିବାର ବୟାନ ଦେବା ପରେ କୋଶଲ ଆନ୍ଦୋଳନ ପୁଣି ତେଜି ଉଠିଛି। ରବିବାର ସନ୍ଧ୍ୟାରେ କୋଶଲ କ୍ରିୟାନୁଷ୍ଠାନ କମିଟିର ସଂଗ୍ରାମୀମାନେ ବରଗଡ଼ ଗାନ୍ଧିଛକରେ ଉତ୍କଳ ବ୍ୟାନର ପୋଡିବା ସହିତ ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି କରିଥିଲେ। ସେହିପରି ସମ୍ବଲପୁର ବିଧାୟକ ମିଶ୍ରଙ୍କ ବୟାନକୁ ସେମାନେ ସମର୍ଥନ କରିଥିଲେ। ଏହା ସହିତ ଜୟନାରାୟଣଙ୍କ ଭଳି କୋଶଲ ପ୍ରଦେଶ ଗଠନ ପାଇଁ ପଶ୍ଚିମ ଓଡ଼ିଶାର ସମସ୍ତ ବିଧାୟକ […] The post ଜୟନାରାୟଣଙ୍କ ବୟାନ ପରେ ତେଜିଲା ଆନ୍ଦୋଳନ: ଉତ୍କଳ ବ୍ୟାନର ଜାଳିଲେ କୋଶଲ ସଂଗ୍ରାମୀ appeared first on Dharitri Odia News.
ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ): କୋଶଲ ପ୍ରସଙ୍ଗରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଶନିବାର ବୟାନ ଦେବା ପରେ କୋଶଲ ଆନ୍ଦୋଳନ ପୁଣି ତେଜି ଉଠିଛି। ରବିବାର ସନ୍ଧ୍ୟାରେ କୋଶଲ କ୍ରିୟାନୁଷ୍ଠାନ କମିଟିର ସଂଗ୍ରାମୀମାନେ ବରଗଡ଼ ଗାନ୍ଧିଛକରେ ଉତ୍କଳ ବ୍ୟାନର ପୋଡିବା ସହିତ ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି କରିଥିଲେ।
ସେହିପରି ସମ୍ବଲପୁର ବିଧାୟକ ମିଶ୍ରଙ୍କ ବୟାନକୁ ସେମାନେ ସମର୍ଥନ କରିଥିଲେ। ଏହା ସହିତ ଜୟନାରାୟଣଙ୍କ ଭଳି କୋଶଲ ପ୍ରଦେଶ ଗଠନ ପାଇଁ ପଶ୍ଚିମ ଓଡ଼ିଶାର ସମସ୍ତ ବିଧାୟକ ସ୍ବର ଉଠାଇବା ପାଇଁ ସେମାନେ ଆହ୍ବାନ କରିଥିଲେ। କୋଶଲ ସଂଗ୍ରାମୀ ରମଣୀ ଦନ୍ତା, ଆକାଶ ରମେଶ ପଣ୍ଡା, ସୁଶାନ୍ତ ମିଶ୍ର, କୈଲାସ ସାହୁ, ଆକାଶ ସ୍ବାଇଁ, ଆଶିଷ ସ୍ବାଇଁ, ରିଲୁ ସାହୁ, କୃଦାର୍ଥ ସାହୁ ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପ୍ରକାଶଥାଉକି, ଶନିବାର ସମ୍ବଲପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଶାରେ ମିଶିବା ଐତିହାସିକ ଭୁଲ୍ ଥିଲା ବୋଲି ଜୟନାରାୟଣ କହିଥିଲେ।
The post ଜୟନାରାୟଣଙ୍କ ବୟାନ ପରେ ତେଜିଲା ଆନ୍ଦୋଳନ: ଉତ୍କଳ ବ୍ୟାନର ଜାଳିଲେ କୋଶଲ ସଂଗ୍ରାମୀ appeared first on Dharitri Odia News.