ପଞ୍ଚମ ଦେଶ ଭାବେ ସଫଳତାର ସହ ଚନ୍ଦ୍ରରେ ଅବତରଣ କଲା ଜାପାନ
ନୂଆଦିଲ୍ଲୀ,୧୯ା୧: ଜାପାନର ସ୍ଲିମ୍ ମୁନ୍ ମିଶନ୍ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ଏହା ସହ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ କରିବାରେ ଜାପାନ ପଞ୍ଚମ ଦେଶ ହୋଇଛି। ଏହା ପୂର୍ବରୁ ଭାରତ, ଋଷ, ଆମେରିକା ଏବଂ ଚାଇନା ଏହି ସଫଳତା ହାସଲ କରିଛନ୍ତି। ଜାପାନର ସ୍ପେସ୍ ଏଜେନ୍ସି ‘ଜାକ୍ସ’ କହିଛି ଯେ ଅବତରଣ ପାଇଁ ଏହା ୬୦୦x୪୦୦୦ କିଲୋମିଟର ଅଞ୍ଚଳରେ ଅନୁସନ୍ଧାନ କରିଛି। ଚନ୍ଦ୍ରର ପୋଲାର ଅଞ୍ଚଳରେ ସ୍ଲିମ୍ ଅବତରଣ କରିଛି। ବଡ କଥା […] The post ପଞ୍ଚମ ଦେଶ ଭାବେ ସଫଳତାର ସହ ଚନ୍ଦ୍ରରେ ଅବତରଣ କଲା ଜାପାନ appeared first on Dharitri Odia News.
ନୂଆଦିଲ୍ଲୀ,୧୯ା୧: ଜାପାନର ସ୍ଲିମ୍ ମୁନ୍ ମିଶନ୍ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ଏହା ସହ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ କରିବାରେ ଜାପାନ ପଞ୍ଚମ ଦେଶ ହୋଇଛି। ଏହା ପୂର୍ବରୁ ଭାରତ, ଋଷ, ଆମେରିକା ଏବଂ ଚାଇନା ଏହି ସଫଳତା ହାସଲ କରିଛନ୍ତି।
ଜାପାନର ସ୍ପେସ୍ ଏଜେନ୍ସି ‘ଜାକ୍ସ’ କହିଛି ଯେ ଅବତରଣ ପାଇଁ ଏହା ୬୦୦x୪୦୦୦ କିଲୋମିଟର ଅଞ୍ଚଳରେ ଅନୁସନ୍ଧାନ କରିଛି। ଚନ୍ଦ୍ରର ପୋଲାର ଅଞ୍ଚଳରେ ସ୍ଲିମ୍ ଅବତରଣ କରିଛି। ବଡ କଥା ହେଉଛି ଅବତରଣ ପାଇଁ ଚିହ୍ନଟ ସ୍ଥାନ ନିକଟରେ ଯାନ ଏକ ସଠିକ୍ ଅବତରଣ କରିଥିଲା। କାରଣ ଜାପାନର ଲକ୍ଷ୍ୟ ଥିଲା ଯେ ଏହାର ମହାକାଶଯାନ ଅବତରଣ ସ୍ଥାନର ୧୦୦ ମିଟର ମଧ୍ୟରେ ଅବତରଣ କରିବା ଉଚିତ୍ ଏବଂ ସେ ଏହି କାର୍ୟ୍ୟରେ ସଫଳତା ହାସଲ କରିଛନ୍ତି।
The post ପଞ୍ଚମ ଦେଶ ଭାବେ ସଫଳତାର ସହ ଚନ୍ଦ୍ରରେ ଅବତରଣ କଲା ଜାପାନ appeared first on Dharitri Odia News.