ପଞ୍ଚାୟତ ସମିତି ବୈଠକରେ,ଅଞ୍ଚଳ ର ବିକାଶ କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ପାଇଁ ସାଂସଦ ଓ ବିଧାୟକ ଆହ୍ଵାନ।
କଳାହାଣ୍ଡି:୧୦/୦୭ ବୁଧବାର କୋକସରା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ନବ ନିର୍ବାଚିତ କଳାହାଣ୍ଡି ସାଂସଦ ମାଲବିକା କେଶରୀ ଦେଇ ଓ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ୨୨ପଞ୍ଚାୟତ ସମସ୍ତ ଜନ ପ୍ରତିନିଧି ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସହ ବ୍ଲକ ରେ ଜନ ସାଧାରଣ ଙ୍କ ମୌଳିକ ସମସ୍ୟା, ଉନ୍ନୟନ କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି। କୋକସରା ପଞ୍ଚାୟତ ସମିତି କନ୍ଫରେନ୍ସ ହଲ […] The post ପଞ୍ଚାୟତ ସମିତି ବୈଠକରେ,ଅଞ୍ଚଳ ର ବିକାଶ କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ପାଇଁ ସାଂସଦ ଓ ବିଧାୟକ ଆହ୍ଵାନ। appeared first on Odisha.News.

କଳାହାଣ୍ଡି:୧୦/୦୭
ବୁଧବାର କୋକସରା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ନବ ନିର୍ବାଚିତ କଳାହାଣ୍ଡି ସାଂସଦ ମାଲବିକା କେଶରୀ ଦେଇ ଓ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ୨୨ପଞ୍ଚାୟତ ସମସ୍ତ ଜନ ପ୍ରତିନିଧି ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସହ ବ୍ଲକ ରେ ଜନ ସାଧାରଣ ଙ୍କ ମୌଳିକ ସମସ୍ୟା, ଉନ୍ନୟନ କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି। କୋକସରା ପଞ୍ଚାୟତ ସମିତି କନ୍ଫରେନ୍ସ ହଲ ରେ ଆୟୋଜିତ ସମିତି ବୈଠକରେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ସାଂସଦ ଓ ବିଧାୟକ ଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ବିଡ଼ିଓ ସ୍ନେହାପ୍ରଭା ମାଝୀ,ତହସିଲଦାର ନବୀନ କିଶୋର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ।ସାଂସଦ ଓ ବିଧାୟକ ସିଧାସଳଖ ଜନ ପ୍ରତିନିଧି ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସହ ବ୍ଲକ ରେ ରହିଥିବା ବିଭିନ୍ନ ଲୋକଙ୍କ ମୌଳିକ ସମସ୍ୟା,ଉନ୍ନୟନ ପ୍ରକଳ୍ପ ବିଷୟରେ ସମୀକ୍ଷା କରିଥିଲେ।ଜନ ପ୍ରତିନିଧି ମାନେ ମଧ୍ୟ ନିଜ ପଞ୍ଚାୟତ ଅଞ୍ଚଳ ରେ ରହିଥିବା ସମସ୍ୟା କୁ ଉପସ୍ଥାପନ କରିଥିଲେ। ସମୀକ୍ଷା ପରେ ସାଂସଦ ଓ ବିଧାୟକ ଉପସ୍ଥିତ ବିଭିନ୍ନ ଅଧିକାରୀ ଙ୍କୁ ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଯଦି କୌଣସି ଅଧିକାରୀ କାର୍ଯ୍ୟ ରେ ଅବହେଳା କରନ୍ତି ତାହେଲେ ଅଧିକାରୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେବେ ବୋଳି ତାଗଦ କରିଥିଲେ। ଅନୁଷ୍ଠିତ ସମିତି ବୈଠକରେ ପୂର୍ତ୍ତ ବିଭାଗ,ଗ୍ରାମ୍ୟ ଉନ୍ନୟନ ବିଭାଗ,ମୃତ୍ତିକା ବିଭାଗ, ବିଦ୍ୟୁତ ବିଭାଗ ର ଅଧିକାରୀ ଅନୁପସ୍ଥିତି କୁ ନେଇ ସାଂସଦ ଓ ବିଧାୟକ ପ୍ରଶାସନ କୁ କାରଣ ମାଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁଷ୍ଠିତ ସମିତି ବୈଠକ କୁ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।
ରିପୋର୍ଟ—ସନତ କୁମାର ପ୍ରଧାନୀ
The post ପଞ୍ଚାୟତ ସମିତି ବୈଠକରେ,ଅଞ୍ଚଳ ର ବିକାଶ କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ପାଇଁ ସାଂସଦ ଓ ବିଧାୟକ ଆହ୍ଵାନ। appeared first on Odisha.News.