ରାତି ୧୧ରେ ଫୋନ୍ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ୍: ଆଲର୍ଟରେ ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦିଆଯାଇଛି। ଗୁରୁବାର ୫ ଜୁନ୍ ରାତି ପ୍ରାୟ ୧୧ଟାରେ ଗାଜିଆବାଦ ପିସିଆର୍‌କୁ ଫୋନ୍ କରି ଏହି ହତ୍ୟା ଧମକ ଦିଆଯାଇଥିବା ଇଣ୍ଡିଆ ଟୁଡେରେ ରିପୋର୍ଟ ପ୍ରକାଶ ପାଇଛି। ଗାଜିଆବାଦ ଡିସିପି ସିଟି ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। କେହି ଜଣେ କଲ୍ କରି ଧମକ ଦେବା ପରେ ହଠାତ୍ କଲ୍ ବନ୍ଦ ହୋଇଯାଇଥିଲା ବୋଲି ଡିସିପି କହିଛନ୍ତି।ଏହି ଘଟଣା ପରେ ଗାଜିଆବାଦ ପୁଲିସ ଦିଲ୍ଲୀ ପୁଲିସକୁ ଫୋନ୍ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ  କଡ଼ାକଡ଼ି କରାଯିବା ସହିତ କେଉଁଠୁ ଏହି କଲ୍ ଆସିଛି ସେ ବିଷୟରେ ତଦନ୍ତ ଜାରି ରହିଛି। କରିଥିବା ବ୍ୟକ୍ତିଙ୍କ ଲୋକେସନ ଟ୍ରାକ୍ ବ୍ୟକ୍ତିର ପରିଚୟ ଖୋଜିବାକୁ ଚେଷ୍ଟା କରୁଛି ପୁଲିସ। ସେପଟେ ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର ୧୦୦ ଦିନ ପରେ ଉତ୍ତର ଦିଲ୍ଲୀର ସିଭିଲ ଲାଇନ୍ସରେ ଏକ ସରକାରୀ ବଙ୍ଗଳାକୁ ସ୍ଥାନାନ୍ତର ହୋଇପାରନ୍ତି ବୋଲି ଗୁରୁବାର ଦିଲ୍ଲୀ ସରକାରୀ ଅଧିକାରୀମାନେ କହିଛନ୍ତି। ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଏନେଇ ବଙ୍ଗଳା ଆବଣ୍ଟନ ପତ୍ର ଜାରି କରାଯାଇଛି। ପବ୍ଲିକ୍ ୱାର୍କସ୍ ବିଭାଗ (PWD) ଉକ୍ତ ବଙ୍ଗଳାର ମରାମତି ଏବଂ ନବୀକରଣ କାର୍ଯ୍ୟ ଆରମ୍ଭ କରିଛି।ପିଟିଆଇକୁ ପ୍ରତିକ୍ରିୟା ଦେଇ ଅଧିକାରୀ କହିଛନ୍ତି “ଆମେ ବଙ୍ଗଳାର କିଛି ମରାମତି ଏବଂ

ରାତି ୧୧ରେ ଫୋନ୍ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ୍: ଆଲର୍ଟରେ ପୁଲିସ

ନୂଆଦିଲ୍ଲୀଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦିଆଯାଇଛି। ଗୁରୁବାର ୫ ଜୁନ୍ ରାତି ପ୍ରାୟ ୧୧ଟାରେ ଗାଜିଆବାଦ ପିସିଆର୍‌କୁ ଫୋନ୍ କରି ଏହି ହତ୍ୟା ଧମକ ଦିଆଯାଇଥିବା ଇଣ୍ଡିଆ ଟୁଡେରେ ରିପୋର୍ଟ ପ୍ରକାଶ ପାଇଛି। ଗାଜିଆବାଦ ଡିସିପି ସିଟି ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। କେହି ଜଣେ କଲ୍ କରି ଧମକ ଦେବା ପରେ ହଠାତ୍ କଲ୍ ବନ୍ଦ ହୋଇଯାଇଥିଲା ବୋଲି ଡିସିପି କହିଛନ୍ତି।

ଏହି ଘଟଣା ପରେ ଗାଜିଆବାଦ ପୁଲିସ ଦିଲ୍ଲୀ ପୁଲିସକୁ ଫୋନ୍ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ  କଡ଼ାକଡ଼ି କରାଯିବା ସହିତ କେଉଁଠୁ ଏହି କଲ୍ ଆସିଛି ସେ ବିଷୟରେ ତଦନ୍ତ ଜାରି ରହିଛି। କରିଥିବା ବ୍ୟକ୍ତିଙ୍କ ଲୋକେସନ ଟ୍ରାକ୍ ବ୍ୟକ୍ତିର ପରିଚୟ ଖୋଜିବାକୁ ଚେଷ୍ଟା କରୁଛି ପୁଲିସ। 

ସେପଟେ ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର ୧୦୦ ଦିନ ପରେ ଉତ୍ତର ଦିଲ୍ଲୀର ସିଭିଲ ଲାଇନ୍ସରେ ଏକ ସରକାରୀ ବଙ୍ଗଳାକୁ ସ୍ଥାନାନ୍ତର ହୋଇପାରନ୍ତି ବୋଲି ଗୁରୁବାର ଦିଲ୍ଲୀ ସରକାରୀ ଅଧିକାରୀମାନେ କହିଛନ୍ତି। ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଏନେଇ ବଙ୍ଗଳା ଆବଣ୍ଟନ ପତ୍ର ଜାରି କରାଯାଇଛି। ପବ୍ଲିକ୍ ୱାର୍କସ୍ ବିଭାଗ (PWD) ଉକ୍ତ ବଙ୍ଗଳାର ମରାମତି ଏବଂ ନବୀକରଣ କାର୍ଯ୍ୟ ଆରମ୍ଭ କରିଛି।

ପିଟିଆଇକୁ ପ୍ରତିକ୍ରିୟା ଦେଇ ଅଧିକାରୀ କହିଛନ୍ତି “ଆମେ ବଙ୍ଗଳାର କିଛି ମରାମତି ଏବଂ ନବୀକରଣ କାର୍ଯ୍ୟ କରୁଛୁ, ଏହାପରେ ମୁଖ୍ୟମନ୍ତ୍ରୀ ସେହି ବଙ୍ଗଳାକୁ ଯିବେ। ଏଥିପାଇ ବଙ୍ଗଳା ଆବଣ୍ଟନ ପତ୍ର ଜାରି କରାଯାଇଛି।”

ସେପଟେ ମନ୍ତ୍ରୀ ଏବଂ ଦିଲ୍ଲୀ ସରକାରଙ୍କ କର୍ମଚାରୀମାନଙ୍କୁ ବଙ୍ଗଳା ଆବଣ୍ଟନ କରୁଥିବା ପିଡବ୍ଲୁଡି ଏକ କ୍ୟାମ୍ପ ଅଫିସ୍ ନିର୍ମାଣ ପାଇଁ ଟେଣ୍ଡର ଡାକିଛି। ଏହି ଉନ୍ନୟନମୂଳକ କାର୍ଯ୍ୟର ଆନୁମାନିକ ମୂଲ୍ୟ ₹୪୭ ଲକ୍ଷ ଏବଂ କାର୍ଯ୍ୟ ୬୦ ଦିନ ମଧ୍ୟରେ ସମାପ୍ତ ହେବାର ସମ୍ଭାବନା ରହିଥିବା ଜଣେ ଅଧିକାରୀ କହିଛନ୍ତି।