ଇଣ୍ଡସଇଣ୍ଡ ବ୍ୟାଙ୍କ ଉପରେ RBI ଲଗାଇଲେ ୨୭.୩୦ଲକ୍ଷ ଟଙ୍କାର ଜରିମନା
ନୂଆଦିଲ୍ଲୀ ୨୦।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପ୍ରାଇଭେଟ ସେକ୍ଟରର ଇଣ୍ଡସଇଣ୍ଡ ବ୍ୟାଙ୍କକୁ ୨୭.୩୦ ଲକ୍ଷ ଟଙ୍କାର ଜରିମନା କରିଛନ୍ତି। ଜମା ଉପରେ ସୁଧହାର ସମ୍ପର୍କିତ ମାନଦଣ୍ଡରେ କିଛି ପ୍ରାବଧାନକୁ ପାଳନ ନ କରିବାରୁ ବ୍ୟାଙ୍କ ଉପରେ ଏହି ଜରିମନା ଲଗାଯାଇଛି। ଆରବିଆଇଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ କେନ୍ଦ୍ରୀୟ ବ୍ୟାଙ୍କ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଇଣ୍ଡସଇଣ୍ଡ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ନେଇ ବ୍ୟାଙ୍କର ସୁପରଭାଇଜରୀ ଇଭଲ୍ୟୁସନ ନିମନ୍ତେ ଏକ ଇନସ୍ପେକ୍ସନ କରିଥିଲେ। ଏହି ଇନସ୍ପେକ୍ସନର ଫାଇଣ୍ଡିଂ ଅନୁସାରେ ବ୍ୟାଙ୍କକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। ନୋଟିସ୍ ଉପରେ ଇଣ୍ଡସଇଣ୍ଡ ବ୍ୟାଙ୍କର ଜବାବ ଓ ଦାଖଲ କରାଯାଇଥିବା ଅତିରିକ୍ତ ସବମିସନ ଉପରେ ବିଚାର କରିବା ପରେ ଆରବିଆଇ ମନିଟାରୀ ପେନାଲ୍ଟି ଲଗାଇବାକୁ ଉଚିତ ମନେ କରିଛନ୍ତି। ଆରବିଆଇ କହିଛନ୍ତି ଯେ ଜରିମନା ରେଗୁଲେଟରୀ କମ୍ପ୍ଲାଏନ୍ସରେ ଅଭାବ କାରଣରୁ ବୋଲି କହିଛନ୍ତି। ତେବେ ଏଥି ପାଇଁ ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ସହିତ କରାଯାଇଥିବା କୌଣସି ପ୍ରକାର ନେଣଦେଣ ବା ବୁଝାମଣାର ବୈଧତା ଉପରେ ନିଷ୍ପତ୍ତି ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ସେହିପରି ଆରବିଆଇ ଏକ ଅନ୍ୟ ବୟାନରେ ମଣପୁରମ ଫାଇନାନ୍ସ ଉପରେ ୨୦ଲକ୍ଷ ଟଙ୍କାର ଜରିମନା କରିଛନ୍ତି। ଏହି ଜରିମନା କେନ୍ଦ୍ରୀୟ ବ୍ୟାଙ୍କଙ୍କ କେୱାଇସି ଗାଇଡଲାଇନରେ ଥିବା କେତେକ
ନୂଆଦିଲ୍ଲୀ ୨୦।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପ୍ରାଇଭେଟ ସେକ୍ଟରର ଇଣ୍ଡସଇଣ୍ଡ ବ୍ୟାଙ୍କକୁ ୨୭.୩୦ ଲକ୍ଷ ଟଙ୍କାର ଜରିମନା କରିଛନ୍ତି। ଜମା ଉପରେ ସୁଧହାର ସମ୍ପର୍କିତ ମାନଦଣ୍ଡରେ କିଛି ପ୍ରାବଧାନକୁ ପାଳନ ନ କରିବାରୁ ବ୍ୟାଙ୍କ ଉପରେ ଏହି ଜରିମନା ଲଗାଯାଇଛି। ଆରବିଆଇଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ କେନ୍ଦ୍ରୀୟ ବ୍ୟାଙ୍କ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଇଣ୍ଡସଇଣ୍ଡ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ନେଇ ବ୍ୟାଙ୍କର ସୁପରଭାଇଜରୀ ଇଭଲ୍ୟୁସନ ନିମନ୍ତେ ଏକ ଇନସ୍ପେକ୍ସନ କରିଥିଲେ। ଏହି ଇନସ୍ପେକ୍ସନର ଫାଇଣ୍ଡିଂ ଅନୁସାରେ ବ୍ୟାଙ୍କକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା।
ନୋଟିସ୍ ଉପରେ ଇଣ୍ଡସଇଣ୍ଡ ବ୍ୟାଙ୍କର ଜବାବ ଓ ଦାଖଲ କରାଯାଇଥିବା ଅତିରିକ୍ତ ସବମିସନ ଉପରେ ବିଚାର କରିବା ପରେ ଆରବିଆଇ ମନିଟାରୀ ପେନାଲ୍ଟି ଲଗାଇବାକୁ ଉଚିତ ମନେ କରିଛନ୍ତି। ଆରବିଆଇ କହିଛନ୍ତି ଯେ ଜରିମନା ରେଗୁଲେଟରୀ କମ୍ପ୍ଲାଏନ୍ସରେ ଅଭାବ କାରଣରୁ ବୋଲି କହିଛନ୍ତି। ତେବେ ଏଥି ପାଇଁ ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ସହିତ କରାଯାଇଥିବା କୌଣସି ପ୍ରକାର ନେଣଦେଣ ବା ବୁଝାମଣାର ବୈଧତା ଉପରେ ନିଷ୍ପତ୍ତି ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।
ସେହିପରି ଆରବିଆଇ ଏକ ଅନ୍ୟ ବୟାନରେ ମଣପୁରମ ଫାଇନାନ୍ସ ଉପରେ ୨୦ଲକ୍ଷ ଟଙ୍କାର ଜରିମନା କରିଛନ୍ତି। ଏହି ଜରିମନା କେନ୍ଦ୍ରୀୟ ବ୍ୟାଙ୍କଙ୍କ କେୱାଇସି ଗାଇଡଲାଇନରେ ଥିବା କେତେକ ବ୍ୟବସ୍ଥାକୁ ପାଳନ କରାଯାଇ ନଥିବାରୁ କରାଯାଇଛି। ଆରବିଆଇ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ମଣପୁରମ ଫାଇନାନ୍ସର ଆର୍ଥିକସ୍ଥିତିକୁ ନେଇ ଏକ ଇନସ୍ପେକ୍ସନ କରିଥିଲେ। ଏହି ଇନସ୍ପେକ୍ସନ କାଳରେ ମଣପୁରମ କେୱାଇସି ଗାଇଡଲାଇନ ପ୍ରାବଧାନ ପାଳନ କରିନଥିବା ଜଣାପଡିଥିଲା।