ଚୋଟ ମାରିଲା ବିଷାକ୍ତ ସାପ,ଆଖି ବୁଜିଲେ ବଡଖମଣ ଗାଁର ଯୁବକ
ତେଲକୋଇ ୨୧/୫: ଚୋଟ ମାରିଲା ବିଷାକ୍ତ ସାପ । ସାପ ଦଂଶନରେ ଯୁବକଙ୍କ ଜୀବନ ଯାଇଛି । ତେଲକୋଇ ବଡଖମଣ ଗାଁରେ ଅଭାବନୀୟ ଘଟଣା । ରାତିରେ ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ସାପ କାମୁଡି ଦେଇଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ଯୁବକଙ୍କୁ ହସ୍ପିଟାଲ ନେବା ସମ୍ଭବ ହୋଇନଥିଲା । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା । ଆଉ ଚିକିତ୍ସାକୁ ଅପେକ୍ଷା କରି କରି ଯୁବକ ଜଣକ ଆଖି ବୁଜି ଦେଇଛନ୍ତି ।