ହାଇକୋର୍ଟ ଜଜ୍ ମୁସ୍ଲିମ ଅଞ୍ଚଳକୁ କହିଲେ ‘ମିନି ପାକିସ୍ତାନ’, ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୨୦।୯: କର୍ଣ୍ଣାଟକ ହାଇକୋର୍ଟଙ୍କ ଜନୈକ ଜଜ୍ ଙ୍କ ଟିପ୍ପଣୀ ଉପରେ ସୁପ୍ରିମକୋର୍ଟ ସ୍ୱତଃ ସଂଜ୍ଞାନ ନେଇଛନ୍ତି। ହାଇକୋର୍ଟ ଜଜ୍ ଏକ ମାମଲାର ଶୁଣାଣିରେ ବେଙ୍ଗାଲୁରର ମୁସ୍ଲିମ ବହୁଳ ଅଞ୍ଚଳକୁ ‘ମିନି ପାକିସ୍ତାନ’ ବୋଲି କହିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ଏବେ କର୍ଣ୍ଣାଟକ ହାଇକୋର୍ଟଙ୍କୁ ଜବାବ ତଲବ କରିଛନ୍ତି। ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁସାରେ ସିଜେଆଇ ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ୍ ରାଜୀବ ଖନ୍ନା, ଜଷ୍ଟିସ୍ ବି.ଆର.ଗବଇ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଋଷିକେଶ ରାୟଙ୍କ ବେଞ୍ଚ ଏ ନେଇ କର୍ଣ୍ଣାଟକ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ରିପୋର୍ଟ ମାଗିଛନ୍ତି। ବେଞ୍ଚ କହିଛନ୍ତି ଯେ ଆମର ଧ୍ୟାନ ନ୍ୟାୟିକ ଶୁଣାଣି କାଳରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଜଷ୍ଟିସ୍ ଭି.ଶ୍ରୀଶାନନ୍ଦଙ୍କ ଦ୍ୱାରା କରାଯାଇଥିବା କିଛି ଟିପ୍ପଣୀ ଆଡକୁ ଆକର୍ଷିତ ହୋଇଛି। ଆମେ ଆଡଭୋକେଟ ଜେନେରାଲ (ଏଜି)  ଓ ସୋଲିସିଟର ଜେନେରାଲ (ଏସଜି)ଙ୍କ ଏ ବାବଦେ ପରାମର୍ଶ ମାଗିଛୁ ଓ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲ ଙ୍କୁ କୋର୍ଟର ଏକ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। We call upon the Chief Justice of India to take suo moto action agsinst this judge and send him for gender sensitisation training. pic.twitter.com/MPEP6x8Jov— Indira Jaising (@IJaising) September 19,

ହାଇକୋର୍ଟ ଜଜ୍ ମୁସ୍ଲିମ ଅଞ୍ଚଳକୁ କହିଲେ ‘ମିନି ପାକିସ୍ତାନ’, ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୨୦।୯: କର୍ଣ୍ଣାଟକ ହାଇକୋର୍ଟଙ୍କ ଜନୈକ ଜଜ୍ ଙ୍କ ଟିପ୍ପଣୀ ଉପରେ ସୁପ୍ରିମକୋର୍ଟ ସ୍ୱତଃ ସଂଜ୍ଞାନ ନେଇଛନ୍ତି। ହାଇକୋର୍ଟ ଜଜ୍ ଏକ ମାମଲାର ଶୁଣାଣିରେ ବେଙ୍ଗାଲୁରର ମୁସ୍ଲିମ ବହୁଳ ଅଞ୍ଚଳକୁ ‘ମିନି ପାକିସ୍ତାନ’ ବୋଲି କହିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ଏବେ କର୍ଣ୍ଣାଟକ ହାଇକୋର୍ଟଙ୍କୁ ଜବାବ ତଲବ କରିଛନ୍ତି। ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁସାରେ ସିଜେଆଇ ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ୍ ରାଜୀବ ଖନ୍ନା, ଜଷ୍ଟିସ୍ ବି.ଆର.ଗବଇ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଋଷିକେଶ ରାୟଙ୍କ ବେଞ୍ଚ ଏ ନେଇ କର୍ଣ୍ଣାଟକ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ରିପୋର୍ଟ ମାଗିଛନ୍ତି। 

ବେଞ୍ଚ କହିଛନ୍ତି ଯେ ଆମର ଧ୍ୟାନ ନ୍ୟାୟିକ ଶୁଣାଣି କାଳରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଜଷ୍ଟିସ୍ ଭି.ଶ୍ରୀଶାନନ୍ଦଙ୍କ ଦ୍ୱାରା କରାଯାଇଥିବା କିଛି ଟିପ୍ପଣୀ ଆଡକୁ ଆକର୍ଷିତ ହୋଇଛି। ଆମେ ଆଡଭୋକେଟ ଜେନେରାଲ (ଏଜି)  ଓ ସୋଲିସିଟର ଜେନେରାଲ (ଏସଜି)ଙ୍କ ଏ ବାବଦେ ପରାମର୍ଶ ମାଗିଛୁ ଓ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲ ଙ୍କୁ କୋର୍ଟର ଏକ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। 


 ଜଷ୍ଟିସ୍ ଶ୍ରୀଶାନନ୍ଦଙ୍କ ୨ଟି ଭିଡିଓ ଭାଇରାଲ

 ଲାଇଭ ଲ’ ରିପୋର୍ଟ ଅନୁସାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଜଜ୍ ଜଷ୍ଟିସ୍ ଶ୍ରୀଶାନନ୍ଦଙ୍କ ୨ଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଏଥିରେ ତାଙ୍କୁ ବିବାଦୀୟ ଟିପ୍ପଣୀ କରୁଥିବା ଦେଖାଯାଉଛି।  ସେ ବେଙ୍ଗାଲୁରୁର ଏକ ମୁସ୍ଲିମ ବହୁଳ ଅଞ୍ଚଳକୁ ‘ମିନି ପାକିସ୍ତାନ’ କହୁଥିବାର ଶୁଣାଯାଉଛି। ସେହିପରି ଅନ୍ୟ ଏକ ଭିଡିଓରେ ଜଷ୍ଟିସ୍ ଶ୍ରୀଶାନନ୍ଦଙ୍କୁ ମହିଳା ଓକିଲଙ୍କ ଉପରେ ଅସମ୍ବେଦନଶୀଳ ଟିପ୍ପଣୀ କରୁଥିବାର ଦେଖାଯାଉଛି। ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ମଧ୍ୟ ଏହି ଭିଡିଓକୁ ସେୟାର କରିଛନ୍ତି। 


ସିଜେଆଇ ଚନ୍ଦ୍ରଚୂଡ଼ ଜଜଙ୍କ ଟିପ୍ପଣୀ ଉପରେ ସଂଜ୍ଞାନ ନେଇ ଆଡଭୋକେଟ ଜେନେରାଲ ଆର. ଭେଙ୍କଟ ରମଣୀଙ୍କୁ କହିଛନ୍ତି ଯେ ଆମେ କିଛି ମୌଳିକ ନିର୍ଦ୍ଦେଶାବଳୀ ଜାରି କରିପାରିବା। ଏହି ଅବସରରେ ସିଜେଆଇ କହିଛନ୍ତି ଯେ ‘ସୋସିଆଲ ମିଡିଆର ଏହି ଯୁଗରେ ଆମ ଉପରେ କଡ଼ା ନଜର ରଖାଯାଉଛି ଓ ଆମକୁ ସେହି ଅନୁସାରେ କାର୍ଯ୍ୟ କରିବାକୁ ହେବ’।