ତିରୁପତିଙ୍କ ପରେ ସିଦ୍ଧିବିନାୟକ ମନ୍ଦିର ପ୍ରସାଦରେ ମୂଷା, ତଦନ୍ତ କରିବ FSDA
ମହାରାଷ୍ଟ୍ର ୨୫/୦୯: ତିରୁପତି ମନ୍ଦିର ପ୍ରସାଦକୁ ନେଇ ଥମିନି ବିବାଦ । ତଦନ୍ତ ଚାଲିଥିବାବେଳେ ସବୁ ଦିଗରୁ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ବିବାଦ ଭିତରେ ମୁଣ୍ଡ ଟେକିଛି ନୂଆ ସମସ୍ୟା । ମହାରାଷ୍ଟ୍ର ମୁମ୍ବାଇର ପ୍ରସିଦ୍ଧ ମନ୍ଦିର ସିଦ୍ଧିବିନାୟକର ପ୍ରସାଦର ଶୁଦ୍ଧତାକୁ ନେଇ ଉଠିଛି ପ୍ରଶ୍ନ । ମାମଲା ଶାନ୍ତ ପଡିନଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ଏବେ ମହାରାଷ୍ଟ୍ର ମୁମ୍ବାଇର ପ୍ରସିଦ୍ଧ ମନ୍ଦିର ସିଦ୍ଧିବିନାୟକର ପ୍ରସାଦର ଶୁଦ୍ଧତାକୁ ନେଇ ଉଠିଛି ପ୍ରଶ୍ନ । ସିଦ୍ଧିବିନାୟକ ମନ୍ଦିରର ପ୍ରସାଦ ରୂପେ ଦିଆଯାଉଥିବା ଲଡୁ ପ୍ୟାକେଟରେ ମୂଷାଛୁଆ ମିଳିଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତାହାର ଭିଡିଓ । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଶ୍ରୀ ସିଦ୍ଧିବିନାୟକ ଗଣପତି ମନ୍ଦିର ଟ୍ରଷ୍ଟ(ଏସ୍ଏସ୍ଜିଟି)। सिद्धिविनायक मंदिर ट्रस्ट की ओर से श्रद्धालुओं को बांटे जाने वाले 'महाप्रसाद लड्डू' के पैकेट में चूहे के बच्चे मिले हैं। pic.twitter.com/igP621RAu6— Hello (@hello73853) September 24, 2024ଶିବସେନା ନେତା ତଥା ମନ୍ଦିର ଟ୍ରଷ୍ଟର ସଭାପତି ସଦା ସର୍ବଣକର କହିଛନ୍ତି ଯେ ଏହା କେବଳ ଏକ ଭାଇରାଲ ଭିଡିଓ। ଏଥିରେ କୌଣସି ସତ୍ୟତା ନାହିଁ। ପ୍ରତିଦିନ ଲକ୍ଷ ଲକ୍ଷ ଲଡୁ ବଣ୍ଟା ଯାଉଛି । ଭିଡ଼ିଓରେ ଦେଖାଯାଇଥିବା ସ୍ଥାନ ମନ୍ଦିର କମ୍ପ୍ଲେକ୍ସର ଅଂଶ
ମହାରାଷ୍ଟ୍ର ୨୫/୦୯: ତିରୁପତି ମନ୍ଦିର ପ୍ରସାଦକୁ ନେଇ ଥମିନି ବିବାଦ । ତଦନ୍ତ ଚାଲିଥିବାବେଳେ ସବୁ ଦିଗରୁ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ବିବାଦ ଭିତରେ ମୁଣ୍ଡ ଟେକିଛି ନୂଆ ସମସ୍ୟା । ମହାରାଷ୍ଟ୍ର ମୁମ୍ବାଇର ପ୍ରସିଦ୍ଧ ମନ୍ଦିର ସିଦ୍ଧିବିନାୟକର ପ୍ରସାଦର ଶୁଦ୍ଧତାକୁ ନେଇ ଉଠିଛି ପ୍ରଶ୍ନ । ମାମଲା ଶାନ୍ତ ପଡିନଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି ।
ଏବେ ମହାରାଷ୍ଟ୍ର ମୁମ୍ବାଇର ପ୍ରସିଦ୍ଧ ମନ୍ଦିର ସିଦ୍ଧିବିନାୟକର ପ୍ରସାଦର ଶୁଦ୍ଧତାକୁ ନେଇ ଉଠିଛି ପ୍ରଶ୍ନ । ସିଦ୍ଧିବିନାୟକ ମନ୍ଦିରର ପ୍ରସାଦ ରୂପେ ଦିଆଯାଉଥିବା ଲଡୁ ପ୍ୟାକେଟରେ ମୂଷାଛୁଆ ମିଳିଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତାହାର ଭିଡିଓ । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଶ୍ରୀ ସିଦ୍ଧିବିନାୟକ ଗଣପତି ମନ୍ଦିର ଟ୍ରଷ୍ଟ(ଏସ୍ଏସ୍ଜିଟି)।
सिद्धिविनायक मंदिर ट्रस्ट की ओर से श्रद्धालुओं को बांटे जाने वाले 'महाप्रसाद लड्डू' के पैकेट में चूहे के बच्चे मिले हैं। pic.twitter.com/igP621RAu6— Hello (@hello73853) September 24, 2024
ଶିବସେନା ନେତା ତଥା ମନ୍ଦିର ଟ୍ରଷ୍ଟର ସଭାପତି ସଦା ସର୍ବଣକର କହିଛନ୍ତି ଯେ ଏହା କେବଳ ଏକ ଭାଇରାଲ ଭିଡିଓ। ଏଥିରେ କୌଣସି ସତ୍ୟତା ନାହିଁ। ପ୍ରତିଦିନ ଲକ୍ଷ ଲକ୍ଷ ଲଡୁ ବଣ୍ଟା ଯାଉଛି । ଭିଡ଼ିଓରେ ଦେଖାଯାଇଥିବା ସ୍ଥାନ ମନ୍ଦିର କମ୍ପ୍ଲେକ୍ସର ଅଂଶ ନୁହେଁ । ଏହା ମନ୍ଦିରର ଭାବମୂର୍ତ୍ତିକୁ ଖରାପ କରିବାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ।
#WATCH | Mumbai: Sada Sarvankar, Shiv Sena leader & Chairperson of Shree Siddhivinayak Ganapati Temple Trust (SSGT) says, "The place where prasad of Lord Ganesh is prepared here is very neat and clean. We make all efforts to keep it very clean. Ghee, cashew and whatever else goes… pic.twitter.com/65p89KUwiL— ANI (@ANI) September 24, 2024
ସାମ୍ନାକୁ ଆସିଥିବା ଭିଡିଓରେ ଏକ ନୀଳ ରଙ୍ଗର ଟ୍ରେରେ ରଖାଯାଇଥିବା ଲଡୁର ଛିଣ୍ଡାଯାଇଥିବା ପ୍ୟାକେଟରେ ମୂଷା ଛୁଆ ଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ନେଇ ଏବେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସିଦ୍ଧିବିନାୟକ ଲଡୁକୁ ନେଇ ବିବାଦ ଉପୁଜିବା ପରେ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ। ସେପଟେ ଖାଦ୍ୟ ସୁରକ୍ଷା ଅଧିକାରୀ ମନ୍ଦିରକୁ ଯାଇ ଅଡିଟ୍ କରିବେ ବୋଲି ଏଫଏସ୍ଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।