ତୃତୀୟ ସଣ୍ଡେରେ ସର୍ବାଧିକ ଆୟକାରୀ ଫିଲ୍ମ ହେଲା ‘ସ୍ତ୍ରୀ ୨’, ‘ବାହୁବଳୀ ୨, ଯବାନ’କୁ ପଛରେ ପକାଇଲା

ମୁମ୍ବାଇ: ଶ୍ରଦ୍ଧା କପୁର ଓ ରାଜକୁମାର ରାଓଙ୍କ ବ୍ଲକବଷ୍ଟର ହରର କମେଡି ଫିଲ୍ମ ‘ସ୍ତ୍ରୀ ୨’ର ଧମାଲ ଜାରି ରହିଛି। ରବିବାର ଅର୍ଥାତ ସେପ୍ଟେମ୍ବର ୧ ତାରିଖ ସିନେମାଘରେ ଫିଲ୍ମର ହେଉଛି ୧୮ତମ ଦିନ। ଫିଲ୍ମଟି ଶନିବାର ଭଲ ଆୟ କରିଥିବା ବେଳେ ତୃତୀୟ ରବିବାର  ମଧ୍ୟ ବକ୍ସ ଅଫିସ୍‌ରେ ନୂତନ ରେକର୍ଡ ସ୍ଥାପନ କରିଛି।ଅଗଷ୍ଟ ୩୧ରେ ସ୍ତ୍ରୀ ୨ ତୃତୀୟ ଶନିବାର ସର୍ବାଧିକ ଆୟକାରୀ ଫିଲ୍ମରେ ପରିଣତ ହୋଇଛି। ଆଉ ତୃତୀୟ ରବିବାରରେ ମଧ୍ୟ ସବୁଠୁ ଅଧିକ ଆୟକାରୀ ଫିଲ୍ମ ହେବାର ରେକର୍ଡ ନିଜ ନାଁରେ କରିଛି। ସାକନିଲ୍କର ରିପୋର୍ଟ ଅନୁଯାୟୀ, ଶ୍ରଦ୍ଧା ଓ ରାଜକୁମାରଙ୍କ ଫିଲ୍ମ ନିଜର ତୃତୀୟ ରବିବାର ରାତି ୯ଟା ୧୦ ସୁଦ୍ଧା ୨୧.୨୭ କୋଟି ଟଙ୍କାର ବ୍ୟବସାୟ କରିଛି। ଆସନ୍ତୁ ଜାଣିବା ସ୍ତ୍ରୀ ୨ ବ୍ୟତୀତ ଆଉ କେଉଁ କେଉଁ ଫିଲ୍ମ ତୃତୀୟ ରବିବାରରେ ସର୍ବାଧିକ ଆୟ କରିଥିଲେ।ବାହୁବଳୀ ୨୨୦୧୭ରେ ରିଲିଜ୍ ପ୍ରଭାସଙ୍କ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ-୨’ (ହିନ୍ଦୀ ଭର୍ସନ) ନିଜର ତୃତୀୟ ରବିବାର ୧୭.୭୫ କୋଟି ଟଙ୍କାର ବକ୍ସ ଅଫିସ୍ କଲେକ୍ସନ କରିଥିଲା।ଗଦର ୨ସନି ଦେଓଲଙ୍କ ଅଭିନୀତ ୨୦୨୩ର ବ୍ଲକବଷ୍ଟର ଫିଲ୍ମ ‘ଗଦର ୨’ ନିଜର ତୃତୀୟ ରବିବାର ୧୬.୧ କୋଟି ଟଙ୍କାର କାରବାର କରିଥିଲା।ଯବାନ୨୦୨୩ ସେପ୍ଟେମ୍ବରରେ ରିଲିଜ୍ ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’ର ତୃତୀୟ ରବିବାର ବକ୍ସ ଅଫିସ କଲେକ୍ସନ ୧୩.୯ କୋଟି ଟଙ୍କା ରହିଥିଲା।ଦଙ୍ଗଲ‘ଦଙ୍ଗଲ’ ତୃତୀୟ ରବିବାର ୧୩.୬

ତୃତୀୟ ସଣ୍ଡେରେ ସର୍ବାଧିକ ଆୟକାରୀ ଫିଲ୍ମ ହେଲା ‘ସ୍ତ୍ରୀ ୨’, ‘ବାହୁବଳୀ ୨, ଯବାନ’କୁ ପଛରେ ପକାଇଲା

ମୁମ୍ବାଇ: ଶ୍ରଦ୍ଧା କପୁର ଓ ରାଜକୁମାର ରାଓଙ୍କ ବ୍ଲକବଷ୍ଟର ହରର କମେଡି ଫିଲ୍ମ ‘ସ୍ତ୍ରୀ ୨’ର ଧମାଲ ଜାରି ରହିଛି। ରବିବାର ଅର୍ଥାତ ସେପ୍ଟେମ୍ବର ୧ ତାରିଖ ସିନେମାଘରେ ଫିଲ୍ମର ହେଉଛି ୧୮ତମ ଦିନ। ଫିଲ୍ମଟି ଶନିବାର ଭଲ ଆୟ କରିଥିବା ବେଳେ ତୃତୀୟ ରବିବାର  ମଧ୍ୟ ବକ୍ସ ଅଫିସ୍‌ରେ ନୂତନ ରେକର୍ଡ ସ୍ଥାପନ କରିଛି।

ଅଗଷ୍ଟ ୩୧ରେ ସ୍ତ୍ରୀ ୨ ତୃତୀୟ ଶନିବାର ସର୍ବାଧିକ ଆୟକାରୀ ଫିଲ୍ମରେ ପରିଣତ ହୋଇଛି। ଆଉ ତୃତୀୟ ରବିବାରରେ ମଧ୍ୟ ସବୁଠୁ ଅଧିକ ଆୟକାରୀ ଫିଲ୍ମ ହେବାର ରେକର୍ଡ ନିଜ ନାଁରେ କରିଛି। ସାକନିଲ୍କର ରିପୋର୍ଟ ଅନୁଯାୟୀ, ଶ୍ରଦ୍ଧା ଓ ରାଜକୁମାରଙ୍କ ଫିଲ୍ମ ନିଜର ତୃତୀୟ ରବିବାର ରାତି ୯ଟା ୧୦ ସୁଦ୍ଧା ୨୧.୨୭ କୋଟି ଟଙ୍କାର ବ୍ୟବସାୟ କରିଛି। ଆସନ୍ତୁ ଜାଣିବା ସ୍ତ୍ରୀ ୨ ବ୍ୟତୀତ ଆଉ କେଉଁ କେଉଁ ଫିଲ୍ମ ତୃତୀୟ ରବିବାରରେ ସର୍ବାଧିକ ଆୟ କରିଥିଲେ।

ବାହୁବଳୀ ୨

୨୦୧୭ରେ ରିଲିଜ୍ ପ୍ରଭାସଙ୍କ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ-୨’ (ହିନ୍ଦୀ ଭର୍ସନ) ନିଜର ତୃତୀୟ ରବିବାର ୧୭.୭୫ କୋଟି ଟଙ୍କାର ବକ୍ସ ଅଫିସ୍ କଲେକ୍ସନ କରିଥିଲା।

ଗଦର ୨

ସନି ଦେଓଲଙ୍କ ଅଭିନୀତ ୨୦୨୩ର ବ୍ଲକବଷ୍ଟର ଫିଲ୍ମ ‘ଗଦର ୨’ ନିଜର ତୃତୀୟ ରବିବାର ୧୬.୧ କୋଟି ଟଙ୍କାର କାରବାର କରିଥିଲା।

ଯବାନ

୨୦୨୩ ସେପ୍ଟେମ୍ବରରେ ରିଲିଜ୍ ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’ର ତୃତୀୟ ରବିବାର ବକ୍ସ ଅଫିସ କଲେକ୍ସନ ୧୩.୯ କୋଟି ଟଙ୍କା ରହିଥିଲା।

ଦଙ୍ଗଲ

‘ଦଙ୍ଗଲ’ ତୃତୀୟ ରବିବାର ୧୩.୬୮ କୋଟି ଟଙ୍କାର ଆୟ କରିଥିଲା। ଅମିର ଖାନଙ୍କ ଅଭିନୀତ ଦଙ୍ଗଲ ୨୦୧୬ରେ ରିଲିଜ୍ ହୋଇଥିଲା।

ଏନିମଲ

‘ଏନିମଲ’ ୨୦୨୩ ଡିସେମ୍ବରରେ ରିଲିଜ୍ ହୋଇଥିଲା। ରଣବୀର କପୁରଙ୍କ ଏହି ଚଳଚ୍ଚିତ୍ର ୧୩.୫ କୋଟି ଟଙ୍କାର ବ୍ୟବସାୟ କରିଥିଲା।

ପଠାନ

ଏହି ତାଲିକାରେ ଶାହରୁଖ ଖାନଙ୍କ ଆଉ ଏକ ଫିଲ୍ମ ‘ପଠାନ’ ମଧ୍ୟ ସାମିଲ୍। ୨୦୨୩ ଜାନୁଆରୀରେ ରିଲିଜ୍ ଏହି ଫିଲ୍ମ ତୃତୀୟ ରବିବାର ୧୨.୬ କୋଟି ଟଙ୍କାର ଆୟ କରିଥିଲା।

ତାନାଜୀ: ଦ ଅନସଙ୍ଗ ଓ୍ଵାରିୟର

ଅଜୟ ଦେବଗନଙ୍କ ବ୍ଲକବଷ୍ଟର ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ଓ୍ଵାରିୟର’ ଏହି ତାଲିକାରେ ସାମିଲ। ଫିଲ୍ମ ତୃତୀୟ ରବିବାର ୧୨.୫ କୋଟି ଟଙ୍କାର କଲେକ୍ସନ କରିଥିଲା।

ପିକେ

‘ପିକେ’ ବଲିଉଡ ଅଭିନେତା ଅମିର ଖାନଙ୍କ ଶ୍ରେଷ୍ଠ ଫିଲ୍ମ ମଧ୍ୟରେ ସାମିଲ। ୨୦୧୪ରେ ଏହି ଫିଲ୍ମ ତୃତୀୟ ରବିବାର ୧୧.୫୮ କୋଟି ଟଙ୍କାର କାରବାର କରିଥିଲା।

ଦ  କେରଲ ଷ୍ଟୋରୀ

ଦ କେରଲ ଷ୍ଟୋରୀ   ୨୦୨୩ରେ ରିଲିଜ୍ ହୋଇଥିବା ବେଳେ ଫିଲ୍ମଟି ତୃତୀୟ ରବିବାର ୧୧.୩ କୋଟି ଟଙ୍କାର ଆୟ କରିଥିଲା।

ଆରଆରଆର

ଆରଆରଆର(ହିନ୍ଦୀ ଭର୍ସନ) ନିଜର ତୃତୀୟ ରବିବାର ୧୦.୫ କୋଟି ଟଙ୍କାର ଆୟ କରିଥିଲା। ରାମଚରଣ ଓ ଜୁନିୟର ଏନଟିଆରଙ୍କ ବ୍ଲକବଷ୍ଟର ଫିଲ୍ମ ୨୦୨୨ରେ ରିଲିଜ୍ ହୋଇଥିଲା।