ଏସ୍‌ଏମ୍‌ଏଲ୍‌ର ନୂତନ ଅଭିଯାନ

ଭୁବନେଶ୍ୱର, ୧୨।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସତ୍ୟା ମାଇକ୍ରୋକ୍ୟାପିଟାଲ ଲିମିଟେଡ୍‌ (ଏସ୍‌ଏସ୍‌ଏଲ୍‌)ର ନୂତନ ଅଭିଯାନ ‘ମାଗଣା ସ୍ବାସ୍ଥ୍ୟସେବା ଶିବିର’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ଏସ୍‌ଏସ୍‌ଏଲ୍‌ ଓ ସତ୍ୟା ଶକ୍ତି ଫାଉଣ୍ଡେଶନର ମିଳିତ ସହଯୋଗରେ ମେଗା ହେଲ୍‌ଥ ଚେକ୍‌ଅପ୍‌ର ଶୁଭାରମ୍ଭ କରାଯାଇଛି। ସତ୍ୟା ଶକ୍ତି ଫାଉଣ୍ଡେଶନ ପକ୍ଷରୁ ପ୍ରତିଷେଧାତ୍ମକ ସ୍ବାସ୍ଥ୍ୟସେବା ପାଇଁ ସାର୍ବଜନୀନ ସଚେତନତା ସୃଷ୍ଟି ସହିତ ଏକ ସୁସ୍ଥ ସମାଜ ସୃଷ୍ଟି କରିବାର ଆଦର୍ଶ ଉଦ୍ଦେଶ୍ୟ ସହିତ ଏହି ଅଭିଯାନ ଦୁଇଟି ସ୍ଥାନରେ […] The post ଏସ୍‌ଏମ୍‌ଏଲ୍‌ର ନୂତନ ଅଭିଯାନ appeared first on Dharitri Odia News.

ଏସ୍‌ଏମ୍‌ଏଲ୍‌ର ନୂତନ ଅଭିଯାନ

ଭୁବନେଶ୍ୱର, ୧୨।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସତ୍ୟା ମାଇକ୍ରୋକ୍ୟାପିଟାଲ ଲିମିଟେଡ୍‌ (ଏସ୍‌ଏସ୍‌ଏଲ୍‌)ର ନୂତନ ଅଭିଯାନ ‘ମାଗଣା ସ୍ବାସ୍ଥ୍ୟସେବା ଶିବିର’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ଏସ୍‌ଏସ୍‌ଏଲ୍‌ ଓ ସତ୍ୟା ଶକ୍ତି ଫାଉଣ୍ଡେଶନର ମିଳିତ ସହଯୋଗରେ ମେଗା ହେଲ୍‌ଥ ଚେକ୍‌ଅପ୍‌ର ଶୁଭାରମ୍ଭ କରାଯାଇଛି। ସତ୍ୟା ଶକ୍ତି ଫାଉଣ୍ଡେଶନ ପକ୍ଷରୁ ପ୍ରତିଷେଧାତ୍ମକ ସ୍ବାସ୍ଥ୍ୟସେବା ପାଇଁ ସାର୍ବଜନୀନ ସଚେତନତା ସୃଷ୍ଟି ସହିତ ଏକ ସୁସ୍ଥ ସମାଜ ସୃଷ୍ଟି କରିବାର ଆଦର୍ଶ ଉଦ୍ଦେଶ୍ୟ ସହିତ ଏହି ଅଭିଯାନ ଦୁଇଟି ସ୍ଥାନରେ ଆୟୋଜନ କରାଯାଇଛି। ଏହି ଅଭିଯାନ ସୋନପୁର ଜିଲାର ତରଭା ଗ୍ରାମ ଓ ଅନୁଗୋଳ ଜିଲାର ବଡବାହାଲ ଗ୍ରାମରେ ବସବାସ କରୁଥିବା ପ୍ରାୟ ୩୨୦ଜଣ ଲୋକଙ୍କୁ ଆବଶ୍ୟକ ସେବା ପ୍ରଦାନ କରାଯାଇଛି। ଏହି ଶିବିର ଜରିଆରେ ଲୋକମାନଙ୍କୁ ସାର୍ଟିଫାଏଡ୍‌ ଡାକ୍ତରମାନଙ୍କର ଡାକ୍ତରୀ ପରାମର୍ଶ ସହ ସେମାନଙ୍କୁ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଏହା ହିତାଧିକାରୀଙ୍କୁ ସୁସ୍ଥ ଜୀବନ ବଞ୍ଚତ୍ବା ପାଇଁ ପ୍ରଚଳିତ ମହାମାରୀ ପରିସ୍ଥିତି ଅନୁଯାୟୀ ନିଜ ସ୍ବାସ୍ଥ୍ୟର ଯତ୍ନନେବା ଏବଂ ଜୀବନଶୈଳୀରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ପାଇଁ ପ୍ରୋତ୍ସାହିତ କରିଥିଲା। ଦିନବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ଏହି ସ୍ବାସ୍ଥ୍ୟ ଯାଞ୍ଚ ଶିବିରଗୁଡିକୁ ଡାକ୍ତରଙ୍କ ମାର୍ଗଦର୍ଶନ ଅଧୀନରେ ମୁଖ୍ୟତଃ ସମ୍ପୃକ୍ତ ଅଞ୍ଚଳର ନିକଟସ୍ଥ ଉପଲବ୍ଧ କ୍ଲବ ହାଉସ୍‌ ଓ ସ୍କୁଲ ଘରଗୁଡିକରେ ଆୟୋଜନ କରାଯାଇଥିଲା। ସେଠାରେ ଲୋକମାନେ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟଠାରୁ ଆରମ୍ଭକରି ଆହାର ଓ ପୋଷଣ ଭଳି ସ୍ବାସ୍ଥ୍ୟ ସମସ୍ୟାଗୁଡିକ ପାଇଁ ଏମ୍‌ବିବିଏସ୍‌ ଡାକ୍ତରମାନଙ୍କ ପରାମର୍ଶ ଭଳି ମାଗଣା ସ୍ବାସ୍ଥ୍ୟ ସୁବିଧା ପାଇବା ସହ ମାଗଣାରେ ଜେନେରିକ୍‌ ଔଷଧ ପାଇଥିଲାବେଳେ ରକ୍ତଚାପ ଓ ଓଜନ ଭଳି ଗୁରୁତ୍ୱପୂର୍ଣ୍ଣ ଚେକ୍‌ଅପ୍‌ ମଧ୍ୟ କରାଇଥିଲେ। ଏହାବ୍ୟତୀତ ସ୍ବାସ୍ଥ୍ୟ ଶିବିର ସମୟରେ ଲୋକମାନଙ୍କର କାଉନ୍‌ସେଲିଂ ମଧ୍ୟ କରାଯାଇଥିଲା।
ଏ ସମ୍ପର୍କରେ ସତ୍ୟା ଶକ୍ତି ଫାଉଣ୍ଡେଶନର ନିର୍ଦ୍ଦେଶକ ଓ ସିଇଓ ଶିଖା ଶର୍ମା କହିଛନ୍ତି, ଏହି ସ୍ବାସ୍ଥ୍ୟ ଶିବିର ସ୍ବାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ଆବଶ୍ୟକ କରୁଥିବା ଲୋକମାନଙ୍କୁ ସହଯୋଗ କରିବାର ସର୍ବୋତ୍ତମ ମାଧ୍ୟମ ଏବଂ ଆମେ ଏହି ମାଗଣା ସ୍ବାସ୍ଥ୍ୟ ଶିବିରଗୁଡିକର ପରିଚାଳନା କରିବା ପାଇଁ ସକ୍ଷମ ହୋଇଥିବାରୁ ଭାଗ୍ୟବାନ୍‌ ମନେକରୁଛୁ। ବହୁସଂଖ୍ୟକ ଲୋକଙ୍କୁ ଦୃଷ୍ଟିରେ ରଖି ଆମେ ନାଗରିକମାନଙ୍କର ସାମଗ୍ରିକ ସ୍ବାସ୍ଥ୍ୟକୁ ଉନ୍ନତ କରିବା ପାଇଁ ଭବିଷ୍ୟତରେ ଏଭଳି ଅଧିକ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରିବା ପାଇଁ ଆଶା ରଖିଛୁ।

The post ଏସ୍‌ଏମ୍‌ଏଲ୍‌ର ନୂତନ ଅଭିଯାନ appeared first on Dharitri Odia News.