ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବି: କିଷାନ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୧୧।୧(ଦିଲ୍ଲୀପ ସାମଲ): କୃଷି ଋଣ ଛାଡ଼ କରିବା, ମଣ୍ଡି ଖୋଲି ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବା ସହିତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଗଞ୍ଜାମ ଜିଲା କିଷାନ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହା ସହ ଏକ ଦାବି ପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲାରେ ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ୬୧ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା […] The post ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବି: କିଷାନ କଂଗ୍ରେସର ବିକ୍ଷୋଭ appeared first on Dharitri Odia News.

ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବି: କିଷାନ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୧୧।୧(ଦିଲ୍ଲୀପ ସାମଲ): କୃଷି ଋଣ ଛାଡ଼ କରିବା, ମଣ୍ଡି ଖୋଲି ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବା ସହିତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଗଞ୍ଜାମ ଜିଲା କିଷାନ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହା ସହ ଏକ ଦାବି ପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲାରେ ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ୬୧ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ଆକଳନ କରାଯାଇଛି । ସରକାରଙ୍କ ପକ୍ଷରୁ ଫସଲ କ୍ଷୟକ୍ଷତି ସଠିକ ଭାବେ ଆକଳନ କରାଯାଇ ନାହିଁ ଏବଂ ଯେଉଁ ଇନପୁଟ ସବସିଡ ଘୋଷଣା କରାଯାଇଛି ତାହା ସମୁଦ୍ରକୁ ଶଙ୍ଖେ । କିନ୍ତୁ ଏ ଦିଗରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଫସଲ କ୍ଷୟକ୍ଷତିର ସଠିକ ଭାବେ ପୁନଃ ଆକଳନ କରିବା, କ୍ଷତିଗ୍ରସ୍ତ ଚାଷୀଙ୍କୁ ସଠିକ ଭାବେ ଇନପୁଟ ସବସିଡି ପ୍ରଦାନ କରିବା, ରିଲିଫ କୋର୍ଡର ସଂଶୋଧନ କରାଯାଇ ଭାଗ ଚାଷୀଙ୍କୁ ସହାୟତା ପ୍ରଦାନ କରିବା, ବୀମାଭୁକ୍ତ ଚାଷୀଙ୍କୁ ସହାୟତା, ପନିପରିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୁରଣ, ରବି ଚାଷ ପାଇଁ କୃଷକଙ୍କୁ ଇନପୁଟ ଯୋଗାଣ, ଏଫଏକ୍ୟୁମାନ କୋହଳ କରି ଧାନ କ୍ରୟ, କୃଷି ଋଣ ଛାଡ, କୃଷି କ୍ଷେତ୍ରରେ ମନରେଗା କାର୍ଯ୍ୟକୁ ତ୍ୱରାନ୍ବିତ ସହ ଦାଦନ ଶ୍ରମିକ ରୋକିବାକୁ ସୁ ବନ୍ଦବୋସ୍ତ କରିବା ପାଇଁ ଗଞ୍ଜାମ ଜିଲାପାଳଙ୍କ ନିକଟରେ ଗଞ୍ଜାମ ଜିଲା କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି l ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ କିସାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ଭାଗିରଥି ବେହେରା, ଭୋକାଲି ସେଠି, ଡି. ରାମସ୍ବାମୀ ରେଡ୍ଡୀ ଓ ଗଣପତି ବାରିକଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ଥିଲେ।

The post ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବି: କିଷାନ କଂଗ୍ରେସର ବିକ୍ଷୋଭ appeared first on Dharitri Odia News.