ଘରେ ପଶି କାଠ ପେଢ଼ି ଭାଙ୍ଗିଲେ ଚୋର, ପରେ…

ଭଞ୍ଜନଗର,୭।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମର ସଞ୍ଜୁ ସେଠୀଙ୍କ ଘରୁ ବୁଧବାର ରାତିରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଛି। ଶୁକ୍ରବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେ ହେଲେ ଉକ୍ତ ଗ୍ରାମର ବଳରାମ ସେଠୀ। ଏଥିସହ ବଳରାମଙ୍କଠାରୁ ପୋଲିସ ଲୁଟ୍‌ ଅଳଙ୍କା ସମେତ ଅନ୍ୟାନ୍ୟ ଜିନିଷକୁ ଜବତ କରିବାରେ ସକ୍ଷମ ହୋଇଛି। ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସୂଚନା […] The post ଘରେ ପଶି କାଠ ପେଢ଼ି ଭାଙ୍ଗିଲେ ଚୋର, ପରେ… appeared first on Dharitri Odia News.

ଘରେ ପଶି କାଠ ପେଢ଼ି ଭାଙ୍ଗିଲେ ଚୋର, ପରେ…

ଭଞ୍ଜନଗର,୭।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମର ସଞ୍ଜୁ ସେଠୀଙ୍କ ଘରୁ ବୁଧବାର ରାତିରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଛି। ଶୁକ୍ରବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେ ହେଲେ ଉକ୍ତ ଗ୍ରାମର ବଳରାମ ସେଠୀ। ଏଥିସହ ବଳରାମଙ୍କଠାରୁ ପୋଲିସ ଲୁଟ୍‌ ଅଳଙ୍କା ସମେତ ଅନ୍ୟାନ୍ୟ ଜିନିଷକୁ ଜବତ କରିବାରେ ସକ୍ଷମ ହୋଇଛି। ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଅଭିଯୁକ୍ତ ବଳରାମ ଘଟଣା ରାତିରେ ସଞ୍ଜୁଙ୍କ ଘରେ ପଶି ଏକ କାଠ ପେଢ଼ି ଭାଙ୍ଗି ସେଥିରେ ଥିବା ଅଳଙ୍କାର ସବୁ ଲୁଟି ନେଇଥିଲେ। ଏନେଇ ସଞ୍ଜୁ ଗାଲେରୀ ଫାଣ୍ଡିରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ପରେ ତାରସିଂ ପୋଲିସ ୧୧୦/୨୫ ରେ ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

The post ଘରେ ପଶି କାଠ ପେଢ଼ି ଭାଙ୍ଗିଲେ ଚୋର, ପରେ… appeared first on Dharitri Odia News.