ଆଜିଠାରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଭୁବନେଶ୍ୱର,୧୨ା୧୧(ଅନୁରାଧା ମହାରଣା): ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ମଙ୍ଗଳବାରଠାରୁ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ୍ ପରିସରରେ ଆରମ୍ଭ ହେବ। ୧୪ ତାରିଖ ଯାଏ ଚାଲିବାକୁ ଥିବା ଏହି ମହୋତ୍ସବରେ ବ୍ଲକ ଓ ଜିଲାସ୍ତରୀୟ ପ୍ରତିଯୋଗିତାରେ କୃତୀ ୨ହଜାର ଛାତ୍ରୀଛାତ୍ର ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରତିଯୋଗିତା ସହ ପରିଭ୍ରମଣ, ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ୍କାର, ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, କର୍ମଶାଳା ଓ ବିଭିନ୍ନ ପ୍ରଦର୍ଶନୀ ଏବଂ ଦଳଗତ […] The post ଆଜିଠାରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ appeared first on Dharitri Odia News.
ଭୁବନେଶ୍ୱର,୧୨ା୧୧(ଅନୁରାଧା ମହାରଣା): ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ମଙ୍ଗଳବାରଠାରୁ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ୍ ପରିସରରେ ଆରମ୍ଭ ହେବ। ୧୪ ତାରିଖ ଯାଏ ଚାଲିବାକୁ ଥିବା ଏହି ମହୋତ୍ସବରେ ବ୍ଲକ ଓ ଜିଲାସ୍ତରୀୟ ପ୍ରତିଯୋଗିତାରେ କୃତୀ ୨ହଜାର ଛାତ୍ରୀଛାତ୍ର ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରତିଯୋଗିତା ସହ ପରିଭ୍ରମଣ, ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ୍କାର, ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, କର୍ମଶାଳା ଓ ବିଭିନ୍ନ ପ୍ରଦର୍ଶନୀ ଏବଂ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ମଙ୍ଗଳବାର ସାରେ ‘ସୁରଭି’ର ଉଦ୍ଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଏମ୍ସି ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ବାବୁ ସିଂ, ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅତିଥି ଭାବରେ ଯୋଗଦେବେ। ଦ୍ୱିତୀୟ ସାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ମନ୍ତ୍ରୀ ଗଣ୍ଡ ଯୋଗଦେବେ। ଶିଶୁ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ବାବୁ ସିଂ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗଦେବେ।
The post ଆଜିଠାରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ appeared first on Dharitri Odia News.