ଭାଜପାକୁ ଝାଡ଼ଖଣ୍ଡରେ ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ଦେଲାନାହିଁ ‘ଇଣ୍ଡିଆ’ ମେଣ୍ଟ: ରାହୁଲ

ରାଞ୍ଚି,୩।୨: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନ୍‌ ଶପଥ ନେଇସାରିଥିଲେ ହେଁ ରାଜନୈତିକ ଉଷ୍ମତା ଜାରି ରହିଛି। ଘୋଡ଼ାବେପାର ଆଶଙ୍କାରେ ୩୬ଜଣ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇଣ୍ଡିଆ ମେଣ୍ଟ ଭାଜପାକୁ ଛାଡ଼ଖଣ୍ଡରେ ସରକାର ଭାଙ୍ଗିବାରୁ ଅଟକାଇଛି ବୋଲି ଦାବି କରିଛନ୍ତି। ରାହୁଲ ଶନିବାର ରାଜ୍ୟର ଗୋଦଡ଼ାସ୍ଥିତ ସାର୍କଣ୍ଡା ଚୌକରୁ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଭାଜପା ଧନବଳ ଏବଂ […] The post ଭାଜପାକୁ ଝାଡ଼ଖଣ୍ଡରେ ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ଦେଲାନାହିଁ ‘ଇଣ୍ଡିଆ’ ମେଣ୍ଟ: ରାହୁଲ appeared first on Dharitri Odia News.

ଭାଜପାକୁ ଝାଡ଼ଖଣ୍ଡରେ ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ଦେଲାନାହିଁ ‘ଇଣ୍ଡିଆ’ ମେଣ୍ଟ: ରାହୁଲ

ରାଞ୍ଚି,୩।୨: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନ୍‌ ଶପଥ ନେଇସାରିଥିଲେ ହେଁ ରାଜନୈତିକ ଉଷ୍ମତା ଜାରି ରହିଛି। ଘୋଡ଼ାବେପାର ଆଶଙ୍କାରେ ୩୬ଜଣ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇଣ୍ଡିଆ ମେଣ୍ଟ ଭାଜପାକୁ ଛାଡ଼ଖଣ୍ଡରେ ସରକାର ଭାଙ୍ଗିବାରୁ ଅଟକାଇଛି ବୋଲି ଦାବି କରିଛନ୍ତି।

ରାହୁଲ ଶନିବାର ରାଜ୍ୟର ଗୋଦଡ଼ାସ୍ଥିତ ସାର୍କଣ୍ଡା ଚୌକରୁ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଭାଜପା ଧନବଳ ଏବଂ ଯାଞ୍ଚ ଏଜେନ୍ସୀଗୁଡ଼ିକର ବ୍ୟବହାର କରୁଛି। ହେଲେ ସେ ଭାଜପାକୁ ଭୟ କରନ୍ତି ନାହିଁ। ବିଭେଦବାଦୀ ଚିନ୍ତାଧାରା ବିରୋଧରେ ତାଙ୍କ ଲଢ଼େଇ ଜାରି ରହିବ। ପୂର୍ବଥରର ଭାରତ ଯୋଡୋ ଯାତ୍ରା ଆର୍‌ଏସ୍‌ଏସ୍‌ ଏବଂ ଭାଜପାର ‘ବିଭାଜନକାରୀ ଏଜେଣ୍ଡା’ ବିରୋଧରେ ଥିଲା। ହେଲେ ଏବେର ଯାତ୍ରା ଦେଶର ଲୋକଙ୍କ ଲାଗି ନ୍ୟାୟ ଦାବି କରୁଛି। ଭାଜପା ଝାଡ଼ଖଣ୍ଡରେ ଏକ ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା। ହେଲେ ଇଣ୍ଡିଆ ମହାମେଣ୍ଟ ଦଳର ଜନାଦେଶକୁ ହଡ଼ପ କରିବାକୁ ଦେଲାନାହିଁ। ସମଗ୍ର ଦେଶରେ ଅନ୍ୟାୟ ଦୃଶ୍ୟମାନ ହେଉଛି, ଯେଉଁଥିରେ ବଢ଼ି ଚାଲିଥିବା ମୁଦ୍ରାସ୍ଫୀତି ଏବଂ ବେକାରୀ ବୃଦ୍ଧି ଆଦି ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତରେ ଯୁବକମାନଙ୍କୁ ଚାକିରି ପାଇବା ଅସମ୍ଭବ ହୋଇଛି। ଦେଶରେ ବେକାରୀ ହାର ୪୦ ବର୍ଷରେ ସର୍ବାଧିକ ସ୍ତରରେ ପହଞ୍ଚିଥିବା ସେ କହିଛନ୍ତି।

The post ଭାଜପାକୁ ଝାଡ଼ଖଣ୍ଡରେ ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ଦେଲାନାହିଁ ‘ଇଣ୍ଡିଆ’ ମେଣ୍ଟ: ରାହୁଲ appeared first on Dharitri Odia News.