ରାଜ୍ୟରେ ଖୁବ୍ଶୀଘ୍ର ପ୍ରତିଷ୍ଠା ହେବ ୪ଟି ମହିଳା କୋର୍ଟ: ଆଇନ ମନ୍ତ୍ରୀ
ଭୁବନେଶ୍ୱର,୧୧ା୧୧(ସୁନିତ୍ ମିଶ୍ର): ରାଜ୍ୟରେ ମହିଳାମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ମହିଳାଙ୍କ ବିରୋଧରେ ବଢ଼ିଚାଲିଥିବା ଅପରାଧକୁ ନ୍ୟାୟ ଦେବା ଲାଗି ରାଜ୍ୟରେ ଖୁବ୍ଶୀଘ୍ର ୪ଟି ମହିଳା କୋର୍ଟ ସ୍ଥାପନ କରିବେ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ୪ଟି କୋର୍ଟ ପ୍ରତିଷ୍ଠା ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ପୃଥ୍ବୀରାଜ କହିଛନ୍ତି, ରାଜ୍ୟରେ ୪ଟି ମହିଳା କୋର୍ଟ ପ୍ରତିଷ୍ଠା ସମ୍ବନ୍ଧୀୟ […] The post ରାଜ୍ୟରେ ଖୁବ୍ଶୀଘ୍ର ପ୍ରତିଷ୍ଠା ହେବ ୪ଟି ମହିଳା କୋର୍ଟ: ଆଇନ ମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୧୧ା୧୧(ସୁନିତ୍ ମିଶ୍ର): ରାଜ୍ୟରେ ମହିଳାମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ମହିଳାଙ୍କ ବିରୋଧରେ ବଢ଼ିଚାଲିଥିବା ଅପରାଧକୁ ନ୍ୟାୟ ଦେବା ଲାଗି ରାଜ୍ୟରେ ଖୁବ୍ଶୀଘ୍ର ୪ଟି ମହିଳା କୋର୍ଟ ସ୍ଥାପନ କରିବେ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ୪ଟି କୋର୍ଟ ପ୍ରତିଷ୍ଠା ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ପୃଥ୍ବୀରାଜ କହିଛନ୍ତି, ରାଜ୍ୟରେ ୪ଟି ମହିଳା କୋର୍ଟ ପ୍ରତିଷ୍ଠା ସମ୍ବନ୍ଧୀୟ ପ୍ରସ୍ତାବ ଖୁବ୍ଶୀଘ୍ର ଓଡ଼ିଶା ହାଇକୋର୍ଟକୁ ପଠାଯିବ। ଏହି ୪ଟି କୋର୍ଟ କେବଳ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ବିଚାର କରିବେ। ଏଥିରେ ମହିଳା ବିଚାରପତି ଏବଂ ସରକାରୀ ଓକିଲ ରହିବେ।
The post ରାଜ୍ୟରେ ଖୁବ୍ଶୀଘ୍ର ପ୍ରତିଷ୍ଠା ହେବ ୪ଟି ମହିଳା କୋର୍ଟ: ଆଇନ ମନ୍ତ୍ରୀ appeared first on Dharitri Odia News.