ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ

ଭୁବନେଶ୍ୱର,୩୧ା୫: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଭ୍ରାଟକୁ ନେଇ ନୀତିକାନ୍ତି ବନ୍ଦ ହୋଇଛି। ବିନା ମଙ୍ଗଳ ଆଳତିରେ ସାହାଣ ମେଲା ଦର୍ଶନକୁ ନେଇ ବିବାଦ ଉପୁଜିଛି। ଶୀତଳଷଷ୍ଠୀ ଭଳି ଦିନରେ ନୀତିକାନ୍ତି ବନ୍ଦ ରହିଛି। ଅବକାଶ ପରେ ମଙ୍ଗଳ ଆଳତୀ ନକରି ସିଧା ସାହାଣମେଲା ଦର୍ଶନ କରିବାରୁ ବଡୁ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ନୀତିକାନ୍ତି ବନ୍ଦ ରହିଛି। ମନ୍ଦିରରେ ନୀତି ବନ୍ଦ ଯୋଗୁ କେଦାରଗୌରୀ ମନ୍ଦିରରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି […] The post ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ appeared first on Dharitri Odia News.

ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ

ଭୁବନେଶ୍ୱର,୩୧ା୫: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଭ୍ରାଟକୁ ନେଇ ନୀତିକାନ୍ତି ବନ୍ଦ ହୋଇଛି। ବିନା ମଙ୍ଗଳ ଆଳତିରେ ସାହାଣ ମେଲା ଦର୍ଶନକୁ ନେଇ ବିବାଦ ଉପୁଜିଛି। ଶୀତଳଷଷ୍ଠୀ ଭଳି ଦିନରେ ନୀତିକାନ୍ତି ବନ୍ଦ ରହିଛି। ଅବକାଶ ପରେ ମଙ୍ଗଳ ଆଳତୀ ନକରି ସିଧା ସାହାଣମେଲା ଦର୍ଶନ କରିବାରୁ ବଡୁ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ନୀତିକାନ୍ତି ବନ୍ଦ ରହିଛି। ମନ୍ଦିରରେ ନୀତି ବନ୍ଦ ଯୋଗୁ କେଦାରଗୌରୀ ମନ୍ଦିରରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମାଙ୍କ ମଧ୍ୟ ନୀତି ବନ୍ଦ ରହିଛି। କେଦାରଗୌରୀ ମନ୍ଦିରରେ ଦିଅଁଙ୍କ ବିବାହ ସରିନି।

The post ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ appeared first on Dharitri Odia News.