ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ ପରେ ବର୍ଷିଲା କଂଗ୍ରେସ: ରହିଛି ଲିଭ୍ ଇନ୍ ରିଲେସନସିପ୍
ଭୁବନେଶ୍ୱର,୧୪।୨: ରାଜ୍ୟ ସଭା ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ପରେ କଂଗ୍ରେସ ଏହାକୁ କଡ଼ା ସମାଲୋଚନା କରିଛି। ପିସିସି ପ୍ରଭାରୀ ଅଜୟ କୁମାର ସୋସିଆଲ ମିଡିଆରେ କଟାକ୍ଷ କରିଥିବା ବେଳେ ଖବରଦାତା ସମ୍ମିଳନୀ କରି ପିସିସି ସଭାପତି ଶରତ ପଟ୍ଟନାୟକ ବର୍ଷିଛନ୍ତି । ପିସିସି ପ୍ରଭାରୀ ଅଜୟ କୁମାର ଟୁଇଟ୍ କରି ଲେଖିଛନ୍ତି, ଭାଜପାକୁ ବିଜେଡି ସବୁବେଳେ ସମର୍ଥନ କରିଆସିଛି। ଉଭୟଙ୍କ ବୈବାହିକ ମେଣ୍ଟ ଅତି ଚତୁରତାର ସହିତ ଆଗକୁ ବଢି ଚାଲିଛି। ଏବେ […] The post ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ ପରେ ବର୍ଷିଲା କଂଗ୍ରେସ: ରହିଛି ଲିଭ୍ ଇନ୍ ରିଲେସନସିପ୍ appeared first on Dharitri Odia News.
ଭୁବନେଶ୍ୱର,୧୪।୨: ରାଜ୍ୟ ସଭା ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ପରେ କଂଗ୍ରେସ ଏହାକୁ କଡ଼ା ସମାଲୋଚନା କରିଛି। ପିସିସି ପ୍ରଭାରୀ ଅଜୟ କୁମାର ସୋସିଆଲ ମିଡିଆରେ କଟାକ୍ଷ କରିଥିବା ବେଳେ ଖବରଦାତା ସମ୍ମିଳନୀ କରି ପିସିସି ସଭାପତି ଶରତ ପଟ୍ଟନାୟକ ବର୍ଷିଛନ୍ତି ।
ପିସିସି ପ୍ରଭାରୀ ଅଜୟ କୁମାର ଟୁଇଟ୍ କରି ଲେଖିଛନ୍ତି, ଭାଜପାକୁ ବିଜେଡି ସବୁବେଳେ ସମର୍ଥନ କରିଆସିଛି। ଉଭୟଙ୍କ ବୈବାହିକ ମେଣ୍ଟ ଅତି ଚତୁରତାର ସହିତ ଆଗକୁ ବଢି ଚାଲିଛି। ଏବେ ଓଡ଼ିଶାବାସୀ ଜାଣୁଛନ୍ତି ବଡ଼ ବଡ଼ ଦୁର୍ନୀତି ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ସହଯୋଗୀ ପାଣ୍ଡିଆନଙ୍କ ଉପରେ କାହିଁକି ସିବିଆଇ- ଇଡି ରେଡ କରୁ ନାହାନ୍ତି।
ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେଡିର ମୁଖ୍ୟ ନବୀନ ପଟ୍ଟନାୟକ ସହ ଭାଜପା ଗୁପ୍ତ ସମ୍ପର୍କ ରଖିଛନ୍ତି। ବିଜେଡି ଓ ବିଜେଡି ମଧ୍ୟରେ ଲିଭ୍ ଇନ ରିଲେସନସିପ୍ରେ ରହିଛନ୍ତି ବୋଲି ପ୍ରମାଣିତ ହୋଇଗଲା।
The post ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ ପରେ ବର୍ଷିଲା କଂଗ୍ରେସ: ରହିଛି ଲିଭ୍ ଇନ୍ ରିଲେସନସିପ୍ appeared first on Dharitri Odia News.