ସୋନୁ ନିଗମଙ୍କ ଗୀତରେ ଝୁମିଲେ ଦର୍ଶକ: ପୁଚୁକି ଗାଲିରୁ…

କଟକ, ୨୦।୧୧(ଶିଳ୍ପା ପ୍ରିୟଦର୍ଶିନୀ):  ବାଲିଯାତ୍ରାର ପଞ୍ଚମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆକର୍ଷଣ ସାଜିଥିଲେ ବଲିଉଡ କଣ୍ଠଶିଳ୍ପୀ ପଦ୍ମଶ୍ରୀ ସୋନୁ ନିଗମ। ତୁମ୍‌ ସେ କରକେ ମିଠି ମିଠି ବାତେ, କେହେ ଦୋ ନାଁ ୟୁ ଆର ମାଇଁ ସୋନିଆ, ଗୁମ୍‌ସୁମ୍‌ ଗୁମ୍‌ସୁମ୍‌ ରେହନେ ୱାଲି, ସୋନିଓ ଓ ସୋନିଓ, ପାପା ମେରି ଜାନ୍‌, କଭି ଅଲ୍‌ବିଦା ନାଁ କେହେନା, ସୁରଜ ହୁଆ ମଧମ, ଦିଲ୍‌ ଡୁବା ତେରି ଆଖୋ ମେ ୟେ ଦିଲ୍‌ ଡୁବା, […] The post ସୋନୁ ନିଗମଙ୍କ ଗୀତରେ ଝୁମିଲେ ଦର୍ଶକ: ପୁଚୁକି ଗାଲିରୁ… appeared first on Dharitri Odia News.

ସୋନୁ ନିଗମଙ୍କ ଗୀତରେ ଝୁମିଲେ ଦର୍ଶକ: ପୁଚୁକି ଗାଲିରୁ…

କଟକ, ୨୦।୧୧(ଶିଳ୍ପା ପ୍ରିୟଦର୍ଶିନୀ):  ବାଲିଯାତ୍ରାର ପଞ୍ଚମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆକର୍ଷଣ ସାଜିଥିଲେ ବଲିଉଡ କଣ୍ଠଶିଳ୍ପୀ ପଦ୍ମଶ୍ରୀ ସୋନୁ ନିଗମ। ତୁମ୍‌ ସେ କରକେ ମିଠି ମିଠି ବାତେ, କେହେ ଦୋ ନାଁ ୟୁ ଆର ମାଇଁ ସୋନିଆ, ଗୁମ୍‌ସୁମ୍‌ ଗୁମ୍‌ସୁମ୍‌ ରେହନେ ୱାଲି, ସୋନିଓ ଓ ସୋନିଓ, ପାପା ମେରି ଜାନ୍‌, କଭି ଅଲ୍‌ବିଦା ନାଁ କେହେନା, ସୁରଜ ହୁଆ ମଧମ, ଦିଲ୍‌ ଡୁବା ତେରି ଆଖୋ ମେ ୟେ ଦିଲ୍‌ ଡୁବା, ପ୍ୟାର୍‌ ହୁଆ ଇକରାର ହୁଆ, ମେରେ ସପନୋ କେ ରାନୀ କବ ଅଏଗୀ ତୁ, ବଚନା ଏ ହସିନୋ, ଅଲ୍‌ ଇଜ୍‌ ୱେଲ, ସନ୍ଦେସେ ଆତେ ହେଁ ଭଳି ସୋନୁଙ୍କ ମନଛୁଆଁ ସଙ୍ଗୀତରେ ଦର୍ଶକ ଝୁମିଥିଲେ। ଏଥିସହ ସେ ଓଡ଼ିଆ ଗୀତ ‘ନନ୍ଦିଘୋଷରେ ତୁ ଯିବୁ ମୁଁ କୋକେଇରେ ଯିବି, ତୋ ଆଖି ମୋ ଆଇନା, ପୁଚୁକି ଗାଲି’ ବୋଲି ଦର୍ଶକଙ୍କୁ ମତୁଆଲା କରିଥିଲେ। ସେହିପରି ଶ୍ରୀଲଙ୍କାର ସାଂସ୍କୃତିକ ଗ୍ରୁପ୍‌ ଓ ପୁରୀ ରଙ୍ଗଶାଳା ପକ୍ଷରୁ ପାରମ୍ପରିକ ନୃତ୍ୟ ପରିବେଷିତ ହୋଇଥିଲା।
ଅପରପକ୍ଷରେ ଅକ୍ଷୟ ମହାନ୍ତି ମଞ୍ଚରେ ଓଲିଉଡ଼ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ସଙ୍ଗୀତ ପରିବେଷଣ କରିଥିଲେ। ସ୍ମୃତି ଏକ ରୂପା ଜହ୍ନ, ସେଇ ଝିଅଟି ତୁ, ଫଗୁଣରେ ଫଗୁଣ ଇତ୍ୟାଦି ମନଛୁଆଁ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ଶଶାଙ୍କ ଆନମନା କରିଥିଲେ। ସେହିପରି କଟକର ଅମୃତ ମ୍ୟୁଜିକ ପକ୍ଷରୁ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ପରିବେଷଣ କରାଯାଇଥିଲା। ପରେ ଇଜେଡ୍‌ସିସି ପକ୍ଷରୁ ଛଉନୃତ୍ୟ, ଜାତୀୟ ସାଂସ୍କୃତିକ କଳା ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ, ଭୁବନେଶ୍ୱର ଶିଳ୍ପୀକା ସୋସାଇଟି ଅଫ୍‌ କଲଚର ପକ୍ଷରୁ ପାରମ୍ପରିକ ନୃତ୍ୟ, କଟକ ମହାନଗର ନିଗମ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଶ୍ରୀଜଗନ୍ନାଥ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ମାହାରି ନୃତ୍ୟ, ଯାଜପୁର ବିରଜା କଲଚରାଲ ଏକାଡେମୀ ଓ ସରସ୍ବତୀ କଳାକେନ୍ଦ୍ର ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା।

The post ସୋନୁ ନିଗମଙ୍କ ଗୀତରେ ଝୁମିଲେ ଦର୍ଶକ: ପୁଚୁକି ଗାଲିରୁ… appeared first on Dharitri Odia News.