ହସ୍ପିଟାଲ ପରେ ଏବେ ତିହାର ଜେଲ୍କୁ ବୋମାରେ ଉଡ଼ାଇଦେବାକୁ ଧମକ, ଦିଲ୍ଲୀ ପୋଲିସର ତନାଘନା
ନୂଆଦିଲ୍ଲୀ: ଗତ କିଛି ଦିନରୁ ଦେଶର ବିଭିନ୍ନ ସ୍କୁଲ ଏବଂ ହସ୍ପିଟାଲକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳୁଛି। ଯାହାକୁ ନେଇ ବେଶ ହଇଚଇ ଦେଖିବାକୁ ମଧ୍ୟ ମିଳିଛି। ଏବେ ପୁଣି ଏଭଳି ଏକ ଧମକପୂର୍ଣ୍ଣ ଇମେଲ ଆସିଛି। ତାହାବି ବି ତିହାର ଜେଲ୍କୁ। ମଙ୍ଗଳବାର ତିହାର ଜେଲ୍କୁ ଆସିଥିବା ଇମେଲରେ କୁହାଯାଇଛି ଯେ, ବିଲ୍ଡିଂ ଭିତରେ ବୋମା ରଖାଯାଇଛି। ଏହି ସବୁ ବୋମା କିଛି ଘଣ୍ଟାରେ ବିସ୍ଫୋରଣ ହେବ। ଏହା କୌଣସି ସାମାନ୍ୟ ଧମକ ନୁହେଁ। ଆପଣଙ୍କ ପାଖରେ ବୋମା ନିଷ୍କ୍ରିୟ କରିବା ପାଇଁ କିଛି ଘଣ୍ଟା ରହିଛି। ତେବେ ଏହି ଇମେଲରେ ତଳେ ହତ୍ୟାକାଣ୍ଡ ପଛରେ ‘Court’ ଗ୍ରୁପ୍ର ହାତ ରହିଛି। ଅବଶ୍ୟ ଇମେଲ ମିଳିବା ପରେ ଜେଲ୍ ପ୍ରଶାସନ ଦିଲ୍ଲୀ ପୋଲିସକୁ ସୂଚନା ଦେଇଛି। ଆଉ ସୂଚନା ପରେ ତୁରନ୍ତ ପୋଲିସ ପ୍ରଶାସନ ସଜାଗ ହୋଇଛି। ପୋଲିସ ଧମକପୂର୍ଣ୍ଣ ଇମେଲର ଯାଞ୍ଚ ଆରମ୍ଭ କରିଛି।ପୋଲିସର ସୂଚନା ଅନୁଯାୟୀ, ଇମେଲ ଆସିଥିବା ସର୍ଭର ଡୋମେନ ଦ୍ବାରା ଦିଲ୍ଲୀର ଅନେକ ହସ୍ପିଟାଲ ଏବଂ ସ୍କୁଲକୁ ପୂର୍ବରୁ ମଧ୍ୟ ଧମକପୂର୍ଣ୍ଣ ଇମେଲ ପଠାଯାଇଥିଲା। ଏବେ ତିହାର ଜେଲ୍କୁ ଏହି ଇମେଲ ପଠାଯାଇଛି। ଧମକପୂର୍ଣ୍ଣ ଇମେଲ ମିଳିବା ପରେ ତିହାର ଜେଲ୍ରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ା କରିଛି। ସେଠାକୁ ଯାଆସ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଜେଲ୍ ଉପରେ ପୋଲିସ କଡ଼ା ନଜର ରଖିଛି। ସନ୍ଧାନୀ କୁକୁର ଦ୍ବାର ଖୋଜ୍ ଅଭିଯାନ ଜାରି ରହିଛି।ସୂଚ
ନୂଆଦିଲ୍ଲୀ: ଗତ କିଛି ଦିନରୁ ଦେଶର ବିଭିନ୍ନ ସ୍କୁଲ ଏବଂ ହସ୍ପିଟାଲକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳୁଛି। ଯାହାକୁ ନେଇ ବେଶ ହଇଚଇ ଦେଖିବାକୁ ମଧ୍ୟ ମିଳିଛି। ଏବେ ପୁଣି ଏଭଳି ଏକ ଧମକପୂର୍ଣ୍ଣ ଇମେଲ ଆସିଛି। ତାହାବି ବି ତିହାର ଜେଲ୍କୁ।
ମଙ୍ଗଳବାର ତିହାର ଜେଲ୍କୁ ଆସିଥିବା ଇମେଲରେ କୁହାଯାଇଛି ଯେ, ବିଲ୍ଡିଂ ଭିତରେ ବୋମା ରଖାଯାଇଛି। ଏହି ସବୁ ବୋମା କିଛି ଘଣ୍ଟାରେ ବିସ୍ଫୋରଣ ହେବ। ଏହା କୌଣସି ସାମାନ୍ୟ ଧମକ ନୁହେଁ। ଆପଣଙ୍କ ପାଖରେ ବୋମା ନିଷ୍କ୍ରିୟ କରିବା ପାଇଁ କିଛି ଘଣ୍ଟା ରହିଛି। ତେବେ ଏହି ଇମେଲରେ ତଳେ ହତ୍ୟାକାଣ୍ଡ ପଛରେ ‘Court’ ଗ୍ରୁପ୍ର ହାତ ରହିଛି।
ଅବଶ୍ୟ ଇମେଲ ମିଳିବା ପରେ ଜେଲ୍ ପ୍ରଶାସନ ଦିଲ୍ଲୀ ପୋଲିସକୁ ସୂଚନା ଦେଇଛି। ଆଉ ସୂଚନା ପରେ ତୁରନ୍ତ ପୋଲିସ ପ୍ରଶାସନ ସଜାଗ ହୋଇଛି। ପୋଲିସ ଧମକପୂର୍ଣ୍ଣ ଇମେଲର ଯାଞ୍ଚ ଆରମ୍ଭ କରିଛି।
ପୋଲିସର ସୂଚନା ଅନୁଯାୟୀ, ଇମେଲ ଆସିଥିବା ସର୍ଭର ଡୋମେନ ଦ୍ବାରା ଦିଲ୍ଲୀର ଅନେକ ହସ୍ପିଟାଲ ଏବଂ ସ୍କୁଲକୁ ପୂର୍ବରୁ ମଧ୍ୟ ଧମକପୂର୍ଣ୍ଣ ଇମେଲ ପଠାଯାଇଥିଲା। ଏବେ ତିହାର ଜେଲ୍କୁ ଏହି ଇମେଲ ପଠାଯାଇଛି। ଧମକପୂର୍ଣ୍ଣ ଇମେଲ ମିଳିବା ପରେ ତିହାର ଜେଲ୍ରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ା କରିଛି। ସେଠାକୁ ଯାଆସ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଜେଲ୍ ଉପରେ ପୋଲିସ କଡ଼ା ନଜର ରଖିଛି। ସନ୍ଧାନୀ କୁକୁର ଦ୍ବାର ଖୋଜ୍ ଅଭିଯାନ ଜାରି ରହିଛି।
ସୂଚନାଥାଉକି, ଦୁଇ ଦିନ ତଳେ ରବିବାର ଦିଲ୍ଲୀର ୮ ହସ୍ପିଟାଲକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଥିଲା। ଏମିତିକି ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ମଧ୍ୟ ଉଡ଼ାଇଦେବାକୁ ଧମକ ମିଳିଥିଲା।