ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ? ଶିଶୁ ସମେତ ୧୧ ମୃତ

ନୂଆଦିଲ୍ଲୀ: ଗୋଟିଏ ପଟେ ଇସ୍ରାଏଲ ଓ ଇରାନ ମଧ୍ୟରେ ବିବାଦ ଚରମରେ ରହିଥିବା ବେଳେ ଅନ୍ୟପଟେ ଇସ୍ରାଏଲ ସେନା ଗାଜାର ଶରଣାର୍ଥୀ ଶିବିର ଉପରେ ମଙ୍ଗଳବାର ଏୟାରଷ୍ଟ୍ରାଇକ୍ କରିଛନ୍ତି। ଏଥିରେ ୧୧ ଜଣ  ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଶିଶୁ ଥିବା କୁହାଯାଉଛି।  ଅଲ ମାଘାଜି ଶରଣାର୍ଥୀ ଶିବିରରେ ଏୟାରଷ୍ଟ୍ରାଇକ ହୋଇଥିବା ପାଲେଷ୍ଟାଇନ ସ୍ଵାସ୍ଥ୍ୟ ବିଭାଗ ଏବଂ ହମାସ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି। Also read: UAEରେ ପ୍ରକୃତିର ପ୍ରକୋପ, ଦିନକରେ ବର୍ଷିଗଲା ବର୍ଷକର ବର୍ଷା, ଦୁବାଇରେ ବନ୍ୟା, ଦେଖନ୍ତୁ Videoଇସ୍ରାଏଲର ଏହି ଆକ୍ରମଣରେ ପ୍ରାଣ ହରାଇଥିବା ପୁଅର ଶବ ଉପରେ ମୁଣ୍ଡ ରଖି ମାଆ ଇସା ଅଲ ନାଉରୀ କହିଛନ୍ତି ଘରର ଦ୍ଵାରରେ ମୋ ଭାଇ ବସିଥିଲା। ଠିକ୍ ଏହି ସମୟରେ ଏୟାରଷ୍ଟ୍ରାଇକ୍ ହୋଇଥିଲା। ଏଥିରେ ଭାଇ, ତାଙ୍କ ସଂପର୍କୀୟ ଆହତ ହୋଇଛନ୍ତି। କିନ୍ତୁ ପୁଅ ସହ ସ୍ଵାମୀଙ୍କ ଜୀବନ ଚାଲି ଯାଇଛି। ମୁଁ ବର୍ତ୍ତମାନ ସଂପୂର୍ଣ୍ଣ ଏକାକୀ ଓ ନିସ୍ଵଃ ହୋଇ ପଡିଛି। ମୋ ପାଖରେ ଘର ବି ନାହିଁ।ରୟଟର୍ସ ଅନୁଯାୟୀ, ସେଣ୍ଟ୍ରାଲ ଗାଜା ଷ୍ଟ୍ରିପରେ ଥିବା ଅଲ ନୁସେଇରାଟ ଆବାସୀୟ ଶିବିର ଉପରେ ସେହି ସମାନ ଦିନରେ ଇସ୍ରାଏଲ ବିମାନ ବୋମା ମାଡ଼ କରିଛନ୍ତି। ଏଥିରେ ୪ଟି ବହୁତଳ ବିଶିଷ୍ଟ କୋଠା ଧ୍ଵଂସ ହୋଇ ଯାଇଛି। ସେହିପରି ମଙ୍ଗଳବାର ଇସ୍ରାଏଲ   ଟ୍ୟାଙ୍କ ଉତ୍ତର ଗାଜା ପଟ୍ଟିର କିଛି ଅଞ୍ଚଳକୁ ପ୍ରବେ

ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ? ଶିଶୁ ସମେତ ୧୧ ମୃତ

ନୂଆଦିଲ୍ଲୀ: ଗୋଟିଏ ପଟେ ଇସ୍ରାଏଲ ଓ ଇରାନ ମଧ୍ୟରେ ବିବାଦ ଚରମରେ ରହିଥିବା ବେଳେ ଅନ୍ୟପଟେ ଇସ୍ରାଏଲ ସେନା ଗାଜାର ଶରଣାର୍ଥୀ ଶିବିର ଉପରେ ମଙ୍ଗଳବାର ଏୟାରଷ୍ଟ୍ରାଇକ୍ କରିଛନ୍ତି। ଏଥିରେ ୧୧ ଜଣ  ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଶିଶୁ ଥିବା କୁହାଯାଉଛି।  ଅଲ ମାଘାଜି ଶରଣାର୍ଥୀ ଶିବିରରେ ଏୟାରଷ୍ଟ୍ରାଇକ ହୋଇଥିବା ପାଲେଷ୍ଟାଇନ ସ୍ଵାସ୍ଥ୍ୟ ବିଭାଗ ଏବଂ ହମାସ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି। 

Also read: UAEରେ ପ୍ରକୃତିର ପ୍ରକୋପ, ଦିନକରେ ବର୍ଷିଗଲା ବର୍ଷକର ବର୍ଷା, ଦୁବାଇରେ ବନ୍ୟା, ଦେଖନ୍ତୁ Video

ଇସ୍ରାଏଲର ଏହି ଆକ୍ରମଣରେ ପ୍ରାଣ ହରାଇଥିବା ପୁଅର ଶବ ଉପରେ ମୁଣ୍ଡ ରଖି ମାଆ ଇସା ଅଲ ନାଉରୀ କହିଛନ୍ତି ଘରର ଦ୍ଵାରରେ ମୋ ଭାଇ ବସିଥିଲା। ଠିକ୍ ଏହି ସମୟରେ ଏୟାରଷ୍ଟ୍ରାଇକ୍ ହୋଇଥିଲା। ଏଥିରେ ଭାଇ, ତାଙ୍କ ସଂପର୍କୀୟ ଆହତ ହୋଇଛନ୍ତି। କିନ୍ତୁ ପୁଅ ସହ ସ୍ଵାମୀଙ୍କ ଜୀବନ ଚାଲି ଯାଇଛି। ମୁଁ ବର୍ତ୍ତମାନ ସଂପୂର୍ଣ୍ଣ ଏକାକୀ ଓ ନିସ୍ଵଃ ହୋଇ ପଡିଛି। ମୋ ପାଖରେ ଘର ବି ନାହିଁ।

ରୟଟର୍ସ ଅନୁଯାୟୀ, ସେଣ୍ଟ୍ରାଲ ଗାଜା ଷ୍ଟ୍ରିପରେ ଥିବା ଅଲ ନୁସେଇରାଟ ଆବାସୀୟ ଶିବିର ଉପରେ ସେହି ସମାନ ଦିନରେ ଇସ୍ରାଏଲ ବିମାନ ବୋମା ମାଡ଼ କରିଛନ୍ତି। ଏଥିରେ ୪ଟି ବହୁତଳ ବିଶିଷ୍ଟ କୋଠା ଧ୍ଵଂସ ହୋଇ ଯାଇଛି। ସେହିପରି ମଙ୍ଗଳବାର ଇସ୍ରାଏଲ   ଟ୍ୟାଙ୍କ ଉତ୍ତର ଗାଜା ପଟ୍ଟିର କିଛି ଅଞ୍ଚଳକୁ ପ୍ରବେଶ କରି ସାରିଛନ୍ତି। ଡାକ୍ତର ଓ ପୀଡ଼ିତ ଲୋକଙ୍କ ସୂତ୍ରରୁ ରୟଟର୍ସ କହିଛି, ଦକ୍ଷିଣରେ ପାଲେଷ୍ଟାଇନର ଶେଷ ଶରଣାର୍ଥୀ ଶିବିର ରାଫା ଉପରେ ମଧ୍ୟ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି। ଏଥିରେ ଅନେକ ଲୋକ ମୃତାହତ ହେଇଛନ୍ତି। 

ସେହିପରି ରାଫାରେ ଇସ୍ରାଏଲର ଏୟାରଷ୍ଟାଇକ୍‌ରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମଙ୍ଗଳବାର ଠିକ୍ ମଧ୍ୟ ରାତ୍ର ପୂର୍ବରୁ   ରାଫାର ଅନ୍ୟ ଏକ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ସାତ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। 

ଗତ ଛଅ ମାସ ହେବ ଇସ୍ରାଏଲ ଓ ହମାସର ଉଗ୍ରବାଦୀ ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧବିରାମ ପାଇଁ ଆମେରିକା ସମର୍ଥନରେ କାତାର ଓ ଇଜିପ୍ଟ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରିଥିଲେ ମଧ୍ୟ ଏଥିରେ କୌଣସି ସଫଳତା ମିଳିନାହିଁ। ପାଲେଷ୍ଟାଇନ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ୨୦୨୩ ଅକ୍ଟୋବର ୭ ତାରିଖରେ ଯୁଦ୍ଧ ଆରମ୍ଭ ହବା ପରଠୁ ଇସ୍ରାଏଲ ଆକ୍ରମଣରେ ପାଖାପାଖି ୩୩ ହଜାର ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟି ସାରିଛି।