ଘର ଘର ବୁଲି ପ୍ରଚାର କରୁଛନ୍ତି ନିରଞ୍ଜନ
ବନ୍ତ,୧୫।୫(ହରି ନାରାୟଣ ମହାନ୍ତି): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଘର ଘର ବୁଲି ପ୍ରଚାର ଜୋରଦାର କରିଛନ୍ତି। ମଙ୍ଗଳବାର ବନ୍ତ ପଞ୍ଚାୟତ ରଘୁନାଥପୁର ତାରିଣୀ ମନ୍ଦିରରୁ ପୂଜାର୍ଚ୍ଚନା କରିବା ପରେ ସେ ରଘୁନାଥପୁର, ନରସିଂହପୁର, ଚାଇଁପୁର, ଶ୍ରୀବନ୍ତପୁର, ଧନିଓଝା ଆଦି ଗ୍ରାମ ପରିକ୍ରମା କରି ଲୋକଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିବା ସହ ନିର୍ବାଚନରେ ତାଙ୍କୁ ବିଜୟୀ କରିବାକୁ ନିବେଦନ କରିଛନ୍ତି। ଏଥିସହ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି […] The post ଘର ଘର ବୁଲି ପ୍ରଚାର କରୁଛନ୍ତି ନିରଞ୍ଜନ appeared first on Dharitri Odia News.
ବନ୍ତ,୧୫।୫(ହରି ନାରାୟଣ ମହାନ୍ତି): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଘର ଘର ବୁଲି ପ୍ରଚାର ଜୋରଦାର କରିଛନ୍ତି। ମଙ୍ଗଳବାର ବନ୍ତ ପଞ୍ଚାୟତ ରଘୁନାଥପୁର ତାରିଣୀ ମନ୍ଦିରରୁ ପୂଜାର୍ଚ୍ଚନା କରିବା ପରେ ସେ ରଘୁନାଥପୁର, ନରସିଂହପୁର, ଚାଇଁପୁର, ଶ୍ରୀବନ୍ତପୁର, ଧନିଓଝା ଆଦି ଗ୍ରାମ ପରିକ୍ରମା କରି ଲୋକଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିବା ସହ ନିର୍ବାଚନରେ ତାଙ୍କୁ ବିଜୟୀ କରିବାକୁ ନିବେଦନ କରିଛନ୍ତି। ଏଥିସହ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝି ଆଗାମୀ ଦିନରେ ସେସବୁକୁ ସମାଧାନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ପ୍ରଚାର ବେଳେ ତାଙ୍କ ସହ ପୂର୍ବତନ ଜିଲା ସଭାପତି ସୁବ୍ରତ ଦାସ, ସରପଞ୍ଚ ମାନସୀରାଣୀ ରାଉତ, ଜ୍ୟୋତି ରଞ୍ଜନ ନାୟକ, ପଞ୍ଚାୟତ କାର୍ଯ୍ୟକାରୀ ସଭାପତି ସନାତନ ସେଠୀ, ଧର୍ମେନ୍ଦ୍ର ସାହୁ, ଭାଗୀରଥି ସେଠୀ, ନରେନ୍ଦ୍ର ସେଠୀ, ସନ୍ତୋଷ ସ୍ବାଇଁ, ୱାର୍ଡସଭ୍ୟା ସସ୍ମିତା ପରିଡ଼ା, ଜ୍ୟୋତି ରଞ୍ଜନ ଦାସ, ହୃଦାନନ୍ଦ ନାୟକ ପ୍ରମୁଖ
ସାମିଲ ଥିଲେ।
The post ଘର ଘର ବୁଲି ପ୍ରଚାର କରୁଛନ୍ତି ନିରଞ୍ଜନ appeared first on Dharitri Odia News.