କେଜରିୱାଲ-ଭାଗବତ ମାନ ଯିବେ ଅଯୋଧ୍ୟା, ମାତାପିତା, ପତ୍ନୀଙ୍କ ସହ କରିବେ ରାମଲାଲାଙ୍କ ଦର୍ଶନ
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଆସନ୍ତାକାଲି ଅର୍ଥାତ୍ ସୋମବାର ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯିବେ। ଏହି ସମୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବତ ମାନଙ୍କ ପରିବାର ମଧ୍ୟ ତାଙ୍କ ସହିତ ରହିବେ। ମିଳିଥିବା ସୂଚନା ଅନୁଯାୟୀ, ଉଭୟ ନିଜ ମାତାପିତା ଏବଂ ପତ୍ନୀଙ୍କ ସହ ଅଯୋଧ୍ୟା ଯାଇ ରାମଲାଲାଙ୍କୁ ଦର୍ଶନ କରିବେ। ଇତିମଧ୍ୟରେ, ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବତ ମାନ ପଞ୍ଜାବର ଲୋକଙ୍କୁ […] The post କେଜରିୱାଲ-ଭାଗବତ ମାନ ଯିବେ ଅଯୋଧ୍ୟା, ମାତାପିତା, ପତ୍ନୀଙ୍କ ସହ କରିବେ ରାମଲାଲାଙ୍କ ଦର୍ଶନ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଆସନ୍ତାକାଲି ଅର୍ଥାତ୍ ସୋମବାର ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯିବେ। ଏହି ସମୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବତ ମାନଙ୍କ ପରିବାର ମଧ୍ୟ ତାଙ୍କ ସହିତ ରହିବେ। ମିଳିଥିବା ସୂଚନା ଅନୁଯାୟୀ, ଉଭୟ ନିଜ ମାତାପିତା ଏବଂ ପତ୍ନୀଙ୍କ ସହ ଅଯୋଧ୍ୟା ଯାଇ ରାମଲାଲାଙ୍କୁ ଦର୍ଶନ କରିବେ।
ଇତିମଧ୍ୟରେ, ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବତ ମାନ ପଞ୍ଜାବର ଲୋକଙ୍କୁ ଉପହାର ଦେବାବେଳେ ରବିବାର ଦିନ ୫୪୦ ମେଗାୱାଟ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ଉଦଘାଟନ କରିଛନ୍ତି। ନିକଟରେ ପଞ୍ଜାବ ସରକାର ଗୋଇନ୍ଦୱାଲ ସାହେବ ଥର୍ମାଲ ପ୍ଲାଣ୍ଟ ହାସଲ କରିଥିଲେ, ଯାହା ପରେ ଏହି ପ୍ଲାଣ୍ଟକୁ ଶ୍ରୀ ଗୁରୁ ଅମରଦାସ ଥର୍ମାଲ ପ୍ଲାଣ୍ଟ ରଖାଯାଇଛି । ଏହି ଥର୍ମାଲ ପ୍ଲାଣ୍ଟ ୫୪୦ ମେଗାୱାଟ କ୍ଷମତା ବିଶିଷ୍ଟ, ଯାହା ଥରେ ଆରମ୍ଭ ହୋଇ ପଞ୍ଜାବକୁ ବିଦ୍ୟୁତ ଯୋଗାଣରେ ବହୁ ପରିମାଣରେ ସାହାଯ୍ୟ କରିବ।
The post କେଜରିୱାଲ-ଭାଗବତ ମାନ ଯିବେ ଅଯୋଧ୍ୟା, ମାତାପିତା, ପତ୍ନୀଙ୍କ ସହ କରିବେ ରାମଲାଲାଙ୍କ ଦର୍ଶନ appeared first on Dharitri Odia News.