୩ ଦିନିଆ ରିମାଣ୍ଡରେ ଯିବେ ୬ ସାଇବର୍ ଠକ

ଭୁବନେଶ୍ବର: ରାଜଧାନୀରେ ଫେକ୍ କଲ୍ ସେଣ୍ଟର ଠାବ ହେବା ପରେ ୩ ଦିନିଆ ରିମାଣ୍ଡରେ ଯିବେ ୬ ସାଇବର୍ ଠକ। ଭୁବନେଶ୍ବର କୋର୍ଟରୁ ରିମାଣ୍ଡରେ ନେବା ପାଇଁ ଅନୁମତି ଆଣିଛନ୍ତି କମିଶନରେଟ ସାଇବର ଟିମ । ଏମାନେ ରାଜଧାନୀରେ ବଡ଼ ଧରଣର ସାଇବର ଠକେଇ ପାଇଁ ପ୍ରି ପ୍ଲାନ କରୁଥିବା ବେଳେ ଗୁରୁବାର ଦିନ ରାଜଧାନୀ ସୁନ୍ଦରପଡାସ୍ଥିତ କାଞ୍ଚନ ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲେ କମିଶନରେଟ ପୁଲିସର ସାଇବର ଟିମ। ଆପାର୍ଟମେଣ୍ଟ ଦ୍ୱିତୀୟ ମହଲ ରେ ଥିବା ୨୦୫ […]

୩ ଦିନିଆ ରିମାଣ୍ଡରେ ଯିବେ ୬ ସାଇବର୍ ଠକ
୩ ଦିନିଆ ରିମାଣ୍ଡରେ ଯିବେ ୬ ସାଇବର୍ ଠକ

ଭୁବନେଶ୍ବର: ରାଜଧାନୀରେ ଫେକ୍ କଲ୍ ସେଣ୍ଟର ଠାବ ହେବା ପରେ ୩ ଦିନିଆ ରିମାଣ୍ଡରେ ଯିବେ ୬ ସାଇବର୍ ଠକ। ଭୁବନେଶ୍ବର କୋର୍ଟରୁ ରିମାଣ୍ଡରେ ନେବା ପାଇଁ ଅନୁମତି ଆଣିଛନ୍ତି କମିଶନରେଟ ସାଇବର ଟିମ । ଏମାନେ ରାଜଧାନୀରେ ବଡ଼ ଧରଣର ସାଇବର ଠକେଇ ପାଇଁ ପ୍ରି ପ୍ଲାନ କରୁଥିବା ବେଳେ ଗୁରୁବାର ଦିନ ରାଜଧାନୀ ସୁନ୍ଦରପଡାସ୍ଥିତ କାଞ୍ଚନ ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲେ କମିଶନରେଟ ପୁଲିସର ସାଇବର ଟିମ। ଆପାର୍ଟମେଣ୍ଟ ଦ୍ୱିତୀୟ ମହଲ ରେ ଥିବା ୨୦୫ ନମ୍ବର ଫ୍ଲାଟରେ ଚାଲିଥିଲା ଏହି ଫେକ କଲ ସେଣ୍ଟର ।

ଫେକ କଲ ସେଣ୍ଟର କରି ଲୋକଙ୍କୁ ଚୁନା ଲଗାଉଥିବା ଏକ ବଙ୍ଗୀୟ ଗ୍ୟାଙ୍ଗ୍‌ ଗୁରୁବାର ସାଇବର ପୁଲିସ୍‌ ହାତରେ ଧରା ପଡ଼ିଥିଲେ । ଫ୍ଲାଟରୁ ସିମ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ ଠାବ ହୋଇଥିଲା। ଗୁରୁବାର ଗିରଫ ହୋଇଥିବା ସମୀର ମୋବିନ, ମହମ୍ମଦ ଜାଭେଦ ହୁସେନ, ମହମ୍ମଦ ତୋସିଫ୍‌, ଫୈଜାନ ଆଲମ୍‌, ସାଇବ ରାଜା ଓ ମହମ୍ମଦ ହାଇଦର ଅଲ୍ଲୀଙ୍କ ଠାରୁ ପୁଲିସ୍‌ ୧୧ଟି ମୋବାଇଲ୍‌, ୬ ଲାପଟପ ଓ କିଛି ରାଉଟର ଜବତ କରିଥିଲା । ଏହି ଗ୍ୟାଙ୍ଗ୍‌ର ମାଣ୍ଟରମାଇଣ୍ଡ କୋଲକାତାରେ ଲିଙ୍କ୍ ଥିବା ଜଣାପଡ଼ିଛି । ସେଥିପାଇଁ ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ କୋଲକତା ଯାଇ ଘଟଣାର ଅଧିକ ତଦନ୍ତ କରିବ । ଆଗକୁ ଅଭିଯୁକ୍ତମାନଙ୍କଠାରୁ ଅଧିକ ତଥ୍ୟ ଆଦାୟ କରିବାକୁ ୩ ଦିନିଆ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବ କମିଶନରେଟ ପୁଲିସର ସାଇବର ଟିମ।