ଜମ୍ମୁ କାଶ୍ମୀରରେ ଭୂସ୍ଖଳନ ଏବଂ ଆକସ୍ମିକ ବନ୍ୟା ହୋଇ ୫ ଜଣଙ୍କ ମୃତ୍ୟୁ ଓ ଅନେକ ଆହତ
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର କୁପୱାଡ଼ାରେ ଅଚାନକ ବନ୍ୟା ଏବଂ ଭୂସ୍ଖଳନ ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଅନେକ ଘରଦ୍ବାର ଭାଙ୍ଗି ଯାଇଛି ଏବଂ ଶତାଧିକ ଘର ପ୍ରଭାବିତ ହୋଇଛି। ଜମ୍ମୁ ଅଞ୍ଚଳର ପାର୍ବତ୍ୟ ଜିଲ୍ଲା ଦୋଦା, ରିଆସି, କିସ୍ତୱର ଏବଂ ରମ୍ବନ ସମତେ ଅନେକ ପାର୍ବତ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ହୋଇଛି। ଗତକାଲି ରମ୍ବନ ଜିଲ୍ଲାରେ ଏକାଧିକ ସ୍ଥାନରେ ଭୂସ୍ଖଳନ ହେବାପରେ ଶ୍ରୀନଗର-ଜମ୍ମୁ […]

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର କୁପୱାଡ଼ାରେ ଅଚାନକ ବନ୍ୟା ଏବଂ ଭୂସ୍ଖଳନ ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଅନେକ ଘରଦ୍ବାର ଭାଙ୍ଗି ଯାଇଛି ଏବଂ ଶତାଧିକ ଘର ପ୍ରଭାବିତ ହୋଇଛି। ଜମ୍ମୁ ଅଞ୍ଚଳର ପାର୍ବତ୍ୟ ଜିଲ୍ଲା ଦୋଦା, ରିଆସି, କିସ୍ତୱର ଏବଂ ରମ୍ବନ ସମତେ ଅନେକ ପାର୍ବତ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ହୋଇଛି। ଗତକାଲି ରମ୍ବନ ଜିଲ୍ଲାରେ ଏକାଧିକ ସ୍ଥାନରେ ଭୂସ୍ଖଳନ ହେବାପରେ ଶ୍ରୀନଗର-ଜମ୍ମୁ ରାସ୍ତା ବନ୍ଦ ହୋଇଯାଇଥିଲା। ତେବେ କୁପୱାଡ଼ାରେ ସ୍ଥିତି ସୁଧୁରିବା ଆରମ୍ଭ କରିଛି। ଏଠାରେ ଜଳସ୍ତର କମିବାରେ ଲାଗିଛି ଏବଂ ଲୋକମାନେ ବର୍ଷା ଯୋଗୁଁ ଭାଙ୍ଗି ଯାଇଥିବା ସେମାନଙ୍କ ଘରକୁ ଫେରିଛନ୍ତି। ବର୍ଷା ଯୋଗୁଁ କୁପୱାଡ଼ାରେ ଏକ ରାସ୍ତାର ଏକ ଅଂଶ ଧୋଇଯାଇଛି ଏବଂ ଅନେକ ଘର ଆଣ୍ଠୁଏ ପାଣିରେ ବୁଡ଼ି ଯାଇଛି। ନଦୀ ମୁହାଁ ଥିବା କେତେକ ଘରର କିଛି ଅଂଶ ଧୋଇ ହୋଇଯାଇଛି। ଜମ୍ମୁ କାଶ୍ମୀର ପ୍ରଶାସନ କହିଛନ୍ତି. ସଠିକ ସମୟରେ ଉଦ୍ଧାର କାର୍ଯ୍ୟ କରାଯିବାରୁ ଅନେକ ଲୋକଙ୍କ ଜୀବନ ବଞ୍ଚିଯାଇଛି। ତେବେ ବନ୍ୟା ଯୋଗୁଁ କୁପୱାଡ଼ାରେ ଅନେକ ପ୍ରମୁଖ ଭିତ୍ତିଭୂମି ଭାଙ୍ଗିଯାଇଛି। ଶ୍ରୀନଗର –ଜମ୍ମୁ ରାଜପଥର ଏକ ଅଂଶ ପ୍ରବଳ ବର୍ଷା ଯୋଗୁଁ ଜଳମଗ୍ନ ହୋଇ ରହିଛି।