ରାମମନ୍ଦିର ନିର୍ବାଚନମଣ୍ଡଳୀରେ ବି ବିଜେପି ହାରିଗଲା
ନୂଆଦିଲ୍ଲୀ: ବିଜେପି ଉତ୍ତରପ୍ରଦେଶର ଗୁରୁତ୍ବପୂର୍ଣ୍ଣ ଫୈଜାବାଦ ଆସନରୁ ହାରିଯାଇଛି। ରାମ ମନ୍ଦିର ନିର୍ମାଣ ହୋଇଥିବା ନିର୍ବାଚନ ମଣ୍ଡଳୀରେ ବି ବିଜେପି ହାରିଯିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ବିଜେପି ପ୍ରାର୍ଥୀ ଲାଲ୍ଲୁ ସିଂହ ଉକ୍ତ ଆସନରେ ୪୯୯,୭୨୨ ଭୋଟ୍ ପାଇଛନ୍ତି। ଅନ୍ୟପକ୍ଷେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅୱଧେଶ ପ୍ରସାଦ ୫୫୪,୨୮୯ ଭୋଟ୍ ପାଇଛନ୍ତି। ସିଂହ ୫୪,୫୬୭ ଭୋଟ୍ ବ୍ୟବଧାନରେ ଅୱଧେଶଙ୍କଠାରୁ ହାରିଛନ୍ତି। ସିଂହ କହିଛନ୍ତି, ମୋଦୀ-ଯୋଗୀ ନେତୃତ୍ବ ସତ୍ତ୍ବେ ଆମେ ଫୈଜାବାଦରେ ହାରିଗଲୁ। ତେଣୁ ଏଥିରେ ମୋର କିଛି […]

ନୂଆଦିଲ୍ଲୀ: ବିଜେପି ଉତ୍ତରପ୍ରଦେଶର ଗୁରୁତ୍ବପୂର୍ଣ୍ଣ ଫୈଜାବାଦ ଆସନରୁ ହାରିଯାଇଛି। ରାମ ମନ୍ଦିର ନିର୍ମାଣ ହୋଇଥିବା ନିର୍ବାଚନ ମଣ୍ଡଳୀରେ ବି ବିଜେପି ହାରିଯିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ବିଜେପି ପ୍ରାର୍ଥୀ ଲାଲ୍ଲୁ ସିଂହ ଉକ୍ତ ଆସନରେ ୪୯୯,୭୨୨ ଭୋଟ୍ ପାଇଛନ୍ତି। ଅନ୍ୟପକ୍ଷେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅୱଧେଶ ପ୍ରସାଦ ୫୫୪,୨୮୯ ଭୋଟ୍ ପାଇଛନ୍ତି। ସିଂହ ୫୪,୫୬୭ ଭୋଟ୍ ବ୍ୟବଧାନରେ ଅୱଧେଶଙ୍କଠାରୁ ହାରିଛନ୍ତି। ସିଂହ କହିଛନ୍ତି, ମୋଦୀ-ଯୋଗୀ ନେତୃତ୍ବ ସତ୍ତ୍ବେ ଆମେ ଫୈଜାବାଦରେ ହାରିଗଲୁ। ତେଣୁ ଏଥିରେ ମୋର କିଛି ଭୁଲ୍ ଥାଇପାରେ। ମୁଁ ଏହାକୁ ତର୍ଜମା କରିବି ବୋଲି ସେ କହିଛନ୍ତି।