ଜାନୁୟାରୀ ୨୪ରେ ଉଦଘାଟନ ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ
ସାକ୍ଷୀଗୋପାଳ : ଜାନୁୟାରୀ ୨୪ ତାରିଖରେ ଉଦ୍ଘାଟନ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ I ବହୁ ପ୍ରତିକ୍ଷିତ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ । ୨୪ ତାରିଖ ଦିନ ପୂର୍ବାହ୍ନ ୧୧.୩୦ ରେ ରହିଛି ଉଦଘାଟନ ସମୟ I ଏନେଇ ଏକ ପ୍ରେସ ବିବୃତି ମାଧ୍ୟମରେ ଜିଲ୍ଲା ସୂଚନା ଓ କୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I ସୂଚନାନୁସାରେ, ୨୦୧୮ରେ ବହୁପ୍ରତିକ୍ଷିତ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା I ୨୦୧୯ […]

ସାକ୍ଷୀଗୋପାଳ : ଜାନୁୟାରୀ ୨୪ ତାରିଖରେ ଉଦ୍ଘାଟନ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ I ବହୁ ପ୍ରତିକ୍ଷିତ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ । ୨୪ ତାରିଖ ଦିନ ପୂର୍ବାହ୍ନ ୧୧.୩୦ ରେ ରହିଛି ଉଦଘାଟନ ସମୟ I ଏନେଇ ଏକ ପ୍ରେସ ବିବୃତି ମାଧ୍ୟମରେ ଜିଲ୍ଲା ସୂଚନା ଓ କୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I
ସୂଚନାନୁସାରେ, ୨୦୧୮ରେ ବହୁପ୍ରତିକ୍ଷିତ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା I ୨୦୧୯ ମସିହା ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ। ପ୍ରାୟ ୯ ଏକର ଜାଗାରେ ଏହି ଐତିହାସିକ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଇଛି। ଏଥିରେ ହଷ୍ଟେଲ, କ୍ଳାସରୁମ, ଅଫିସ ସହିତ ବିଭିନ୍ନ ରୁମ ତିଆରି ସରିଛି।