୭ ଦିନ ମଧ୍ୟରେ ଦେଶରେ ଲାଗୁ ହେବ ନାଗରିକତ୍ବ ସଂଶୋଧନ ଆଇନ: କେନ୍ଦ୍ରମନ୍ତ୍ରୀ ସାନ୍ତନୁ ଠାକୁର

କୋଲକାତା: ଆସନ୍ତା ୭ ଦିନ ମଧ୍ୟରେ ଦେଶରେ ସିଟିଜେନ୍ସିପ୍ ଆମେଣ୍ଡମେଣ୍ଟ ଆକ୍ଟ (ନାଗରିକତ୍ବ ସଂକଶୋଧନ ଆଇନ ବା ସିଏଏ) ଲାଗୁ ହେବ। ଆଜି ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ସାନ୍ତନୁ ଠାକୁର ଏହି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଏହି ଟିପ୍ପଣୀ ପରେ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ହୋଇଉଠିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ବିଜେପିର ଏଭଳି ଚିତ୍କାର ରାଜନୈତିକ ଅଟେ। […]

୭ ଦିନ ମଧ୍ୟରେ ଦେଶରେ ଲାଗୁ ହେବ ନାଗରିକତ୍ବ ସଂଶୋଧନ ଆଇନ: କେନ୍ଦ୍ରମନ୍ତ୍ରୀ ସାନ୍ତନୁ ଠାକୁର

କୋଲକାତା: ଆସନ୍ତା ୭ ଦିନ ମଧ୍ୟରେ ଦେଶରେ ସିଟିଜେନ୍ସିପ୍ ଆମେଣ୍ଡମେଣ୍ଟ ଆକ୍ଟ (ନାଗରିକତ୍ବ ସଂକଶୋଧନ ଆଇନ ବା ସିଏଏ) ଲାଗୁ ହେବ। ଆଜି ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ସାନ୍ତନୁ ଠାକୁର ଏହି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଏହି ଟିପ୍ପଣୀ ପରେ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ହୋଇଉଠିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ବିଜେପିର ଏଭଳି ଚିତ୍କାର ରାଜନୈତିକ ଅଟେ। ବଙ୍ଗାଳୀ ଭାଷାରେ ଅଭିଭାଷଣ ଦେଇ କେନ୍ଦ୍ରମନ୍ତ୍ରୀ ଠାକୁର କହିଥିଲେ ଯେ ସେ ଗ୍ୟାରେଣ୍ଟି ଦେଉଛନ୍ତି ଯେ କେବଳ ପଶ୍ଚିମବଙ୍ଗ ନୁହେଁ ସମଗ୍ର ଦେଶରେ ସିଏଏ ଲାଗୁ ହେବ। ଠାକୁର କହିଛନ୍ତି, ଟିଏମସି କହୁଛି ଯେ ଯେଉଁମାନଙ୍କର ଭୋଟର ପରିଚୟ ପତ୍ର ଓ ଆଧାର ଅଛି ସେମାନେ ଏ ଦେଶର ନାଗରିକ ଓ ଭୋଟ ଦେଇପାରିବେ। ଯଦି ଏହି କଥା ସତ ତେବେ ସେ କାହିଁକି ଶୁଣୁଛନ୍ତି ଯେ ପଶ୍ଚିମବଙ୍ଗର ଅନେକ ଲୋକ କାହିଁକି ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ହେବା ଆବଶ୍ୟକ। ଅନ୍ୟପକ୍ଷେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ବିଜେପିର ଏହା ରାଜନୈତିକ ଚିତ୍କାର। ଆମେ ସମସ୍ତଙ୍କୁ ନାଗରିକତ୍ବ ପ୍ରଦାନ କରିଛୁ।