ତାତିରୁ ମିଳିବ ଆଶ୍ବସ୍ତି, ଆସନ୍ତାକାଲିଠାରୁ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ପାଣିପାଗକୁ ନେଇ ବଡ଼ ଖବର। ତାତିରୁ ମିଳିବ ଆଶ୍ବସ୍ତି। କମିବ ଖରା ଓ ଗୁଳୁଗୁଳି। ରାଜ୍ୟରେ କାଳବୈଶାଖୀ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଃଚାପ ଥିବାରୁ ବଦଳିବ ପାଗର ମିଜାଜ୍। ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ। ଏନେଇ ଆକଳନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ୧୯ ତାରିଖରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏହା ପ୍ରଚଣ୍ଡ ଗରମରୁ ଆଶ୍ୱସ୍ତି ଆଣିବ […]

ତାତିରୁ ମିଳିବ ଆଶ୍ବସ୍ତି, ଆସନ୍ତାକାଲିଠାରୁ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ପାଣିପାଗକୁ ନେଇ ବଡ଼ ଖବର। ତାତିରୁ ମିଳିବ ଆଶ୍ବସ୍ତି। କମିବ ଖରା ଓ ଗୁଳୁଗୁଳି। ରାଜ୍ୟରେ କାଳବୈଶାଖୀ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଃଚାପ ଥିବାରୁ ବଦଳିବ ପାଗର ମିଜାଜ୍। ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ। ଏନେଇ ଆକଳନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ।

୧୯ ତାରିଖରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏହା ପ୍ରଚଣ୍ଡ ଗରମରୁ ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି। ସମଗ୍ର ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ୧୯ ଏବଂ ୨୨ ତାରିଖରେ କାଳବୈଶାଖୀ ଯୋଗୁ ବର୍ଷା ହେବାର ସମ୍ଭାବନା ରହିଛି।

୧୯ ରୁ ୨୨ ମାର୍ଚ୍ଚ ମଧ୍ୟରେ ଓଡ଼ିଶାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପକୂଳରେ ଏକ ଲଘୁଚାପ ପ୍ରଣାଳୀ ପ୍ରଭାବରେ ଜଳୀୟବାଷ୍ପଯୁକ୍ତ ବାୟୁ ରାଜ୍ୟ ବାୟୁମଣ୍ଡଳରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି।