କେତେ ସମ୍ପତ୍ତିର ମାଲିକ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ସ୍ୱାମୀଙ୍କ ଇନକମ୍ ବି କମ୍ ନୁହେଁ

ନୂଆଦିଲ୍ଲୀ: ଶାଲୀମାର ବାଗ ବିଧାନସଭା ସିଟରୁ ପ୍ରଥମ ଥର ପାଇଁ ବିଜେପିର ବିଧାୟକ ହୋଇଥିବା ରେଖା ଗୁପ୍ତାଙ୍କୁ ବିଜେପି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି। ରେଖା ଗୁପ୍ତା ବଣିଆ ସମ୍ପ୍ରଦାୟରୁ ଆସିଛନ୍ତି। ଆଉ ତା ଉପରେ ମହିଳା ହେବାର ଫାଇଦା ମଧ୍ୟ ତାଙ୍କୁ ମିଳିଛି। ରେଖା ଗୁପ୍ତା ମୁଳତଃ ହରିୟାଣା ଜିନ୍ଦର ବାସିନ୍ଦା। ହେଲେ ତାଙ୍କୁ ଯେତେବେଳେ ୨ ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କ ପୁରା ପରିବାର ଦିଲ୍ଲୀ ଚାଲିଆସିଥିଲେ। ରେଖା ପେଶାରେ […]

କେତେ ସମ୍ପତ୍ତିର ମାଲିକ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ସ୍ୱାମୀଙ୍କ ଇନକମ୍ ବି କମ୍ ନୁହେଁ

ନୂଆଦିଲ୍ଲୀ: ଶାଲୀମାର ବାଗ ବିଧାନସଭା ସିଟରୁ ପ୍ରଥମ ଥର ପାଇଁ ବିଜେପିର ବିଧାୟକ ହୋଇଥିବା ରେଖା ଗୁପ୍ତାଙ୍କୁ ବିଜେପି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି। ରେଖା ଗୁପ୍ତା ବଣିଆ ସମ୍ପ୍ରଦାୟରୁ ଆସିଛନ୍ତି। ଆଉ ତା ଉପରେ ମହିଳା ହେବାର ଫାଇଦା ମଧ୍ୟ ତାଙ୍କୁ ମିଳିଛି।

ରେଖା ଗୁପ୍ତା ମୁଳତଃ ହରିୟାଣା ଜିନ୍ଦର ବାସିନ୍ଦା। ହେଲେ ତାଙ୍କୁ ଯେତେବେଳେ ୨ ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କ ପୁରା ପରିବାର ଦିଲ୍ଲୀ ଚାଲିଆସିଥିଲେ। ରେଖା ପେଶାରେ ଜଣେ ଓକିଲ। ଏହା ପୂର୍ବରୁ ସେ ମଧ୍ୟ ଜଣେ କାଉନସିଲର ଥିଲେ।

ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ: ହେଲେ ଏବେ ରେଖାଙ୍କୁ ଦିଲ୍ଲୀର ଶାସନ ଭାର ଦିଆଯାଇଛି। ଆଉ ରେଖା ମୁଖ୍ୟମନ୍ତ୍ରୀ ହେବାପରେ ତାଙ୍କ ବିଷୟରେ ଜାଣିବା ପାଇଁ ଲୋକଙ୍କର ଆଗ୍ରହ ବଢିବାରେ ଲାଗିଛି। ଏହାଛଡ଼ା ତାଙ୍କର କେତେ ସମ୍ପତ୍ତି ଅଛି ଏବଂ ତାଙ୍କ ସ୍ୱାମୀ କ’ଣ କରନ୍ତି। ସେ ବିଷୟରେ ଜାଣିବା ପାଇଁ ମଧ୍ୟ ଆଗ୍ରହ ବଢିଛି।

ବିଧାନସଭା ନିର୍ବାଚନରେ ​​ବିପୁଳ ବିଜୟର ୧୧ ଦିନ ପରେ, ବିଜେପି ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ବୁଧବାର ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକରେ ପର୍ଯ୍ୟବେକ୍ଷକ ଓପି ଧନଖଡ଼ ଏବଂ ରବି ଶଙ୍କର ପ୍ରସାଦ ବିଜେପିର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଥିଲେ।

ରେଖା ଗୁପ୍ତାଙ୍କ ସମ୍ପତ୍ତି: ରେଖା ଗୁପ୍ତା ବିଧାନସଭା ନିର୍ବାଚନ ବେଳେ ଯେଉଁ ନାମାଙ୍କନ ପତ୍ର ଭରିଥିଲେ। ସେଥିରେ ତାଙ୍କ ସମ୍ପତ୍ତିର ତାଲିକା ଦିଆଯାଇଥିଲା। ଯାହା ଏବେ ସାମ୍ନାକୁ ଆସିଛି। ଯଦି ଦେଖିବା ରେଖା ଗୁପ୍ତାଙ୍କ ବାର୍ଷିକ ଆୟ ପାଖାପାଖି ୭ ଲକ୍ଷ ଟଙ୍କା।

ଯାହାକି ୨୦୨୩-୨୪ ବର୍ଷରେ ଥିଲା ୬.୯୨ ଲକ୍ଷ ଅର୍ଥାତ୍ ୭ ଲକ୍ଷ ପାଖାପାଖି। ସେହିପରି ୨୦୨୨-୨୩ରେ ୫ ଲକ୍ଷ। ୨୦୨୧-୨୨ରେ ୬.୫ ଲକ୍ଷଟଙ୍କା। ୨୦୨୦-୨୧ରେ ୬ଲକ୍ଷ ଓ ୨୦୧୯-୨୦ରେ ଯାହା ଥିଲା ସମାନ ବା ୬ ଲକ୍ଷ ଟଙ୍କା।

ରେଖା ଗୁପ୍ତାଙ୍କ ସ୍ୱାମୀଙ୍କ ସମ୍ପତ୍ତି: କେବଳ ରେଖା ଗୁପ୍ତା ନୁହଁନ୍ତି। ତାଙ୍କ ସ୍ୱାମୀଙ୍କ ସମ୍ପତ୍ତି ବା ବାର୍ଷିକ ଆୟର ତାଲିକା ମଧ୍ୟ ସର୍ବ ସମ୍ମୁଖକୁ ଆସିଛି। ଯାହାକି ରେଖାଙ୍କ ଆୟଠାରୁ କାହିଁ କେତେ ଗୁଣାରେ ଅଧିକ।

ଯଦି ଦେଖିବା ରେଖାଙ୍କ ସ୍ୱାମୀଙ୍କ ନାଁ ହେଉଛି ମନୀଷ ଗୁପ୍ତା। ତାଙ୍କର ୨୦୨୩-୨୪ ବର୍ଷରେ ବାର୍ଷିକ ରୋଜଗାର ଥିଲା ୯୭ ଲକ୍ଷ ଟଙ୍କା। ସେହିପରି ୨୦୨୨-୨୩ରେ ୬୫ଲକ୍ଷ ଓ ୨୦୨୧-୨୨ରେ ୨୩ ଲକ୍ଷ ଟଙ୍କା। ଯାହାକି ରେଖାଙ୍କ ନାମାଙ୍କନ ଦାଖଲ ବେଳେ ଦିଆଯାଇଥିଲା।