ଟ୍ୱିନ୍ ସିଟିରେ କଡ଼ାକଡ଼ା ବ୍ଲକିଂ-ଚେକିଂ, ଅମାନିଆଙ୍କୁ ଅକଟାଇବାକୁ ସ୍ୱତନ୍ତ୍ର ପ୍ଲାନ୍

ଭୁବନେଶ୍ୱର ୨୩।୦୬ : ଆକ୍ସନରେ କମିଶନରେଟ ପୋଲିସ । ଟ୍ୱିନ୍‌ ସିଟିରେ କଡ଼ାକଡ଼ି ବ୍ଲକିଂ-ଚେକିଂ ସହ ରାସ୍ତାରେ କଣ୍ଟା ପକାଇଲା ପୋଲିସ । ପୋଲିସ କମିଶନର , କଟକ ଏବଂ ଭୁବନେଶ୍ୱର ଡିସିପିଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ଏହି ବ୍ଲକିଂ ଆଉ ଚେକିଂରେ ସାମିଲ ଥିଲେ । ଖବର ଅନୁଯାୟୀ, କଟକର ସବୁ ତଥାନା ସମେତ ରାଜଧାନୀର ଭୁବନେଶ୍ୱରର ୨୪ ଥାନାରେ ଜୋରଦାରା ନାଇଟ୍‌ ଚେକିଂ ହୋଇଛି । ଡ୍ରଙ୍କ ଆଣ୍ଡ ଡ୍ରାଇଭର ସହ ରିଭର୍ସ ରାଇଡରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିପରି ଟୁଇନ୍‌ ସିଟି ରାସ୍ତାରେ ସ୍ପାଇକ୍‌ ପ୍ଲେଟ ଅର୍ଥାତ ଲୁହା କଣ୍ଟା ବିଛାଇଛି ପୋଲିସ । ରିଭର୍ସ ରାଇଡିଂ ବେଳେ ସ୍ପାଇକ୍‌ ପ୍ଲେଟ୍‌ ଦ୍ୱାରା ଏକାଧିକ ଗାଡିର ଟାୟାର ଲିକ୍‌ କରିଛି କମିଶରେଟ୍‌ ପୋଲିସ ।  ସେହିପରି ନିଶାସକ୍ତ ଡ୍ରାଇଭରଙ୍କ କବଳରୁ ସାଧାରଣ ଜନତା ଏବଂ ଡ୍ୟୁଟିରେ ଥିବା ପୁଲିସ୍ କର୍ମୀଙ୍କୁ ରକ୍ଷା କରିବା ପାଇଁ ନୂଆ ଉପାୟ କରାଯାଇଛି। କଟକ ଏବଂ ଭୁବନେଶ୍ବରରେ ରାତି ସାଢ଼େ ୧୧ ରୁ ଭୋର୍ ୪ ଟା ପର୍ଯ୍ୟନ୍ତ ବିଭିନ୍ନ ଥାନାରୁ ଶତାଧିକ ଗାଡ଼ି ସିଜ୍ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା। 

ଟ୍ୱିନ୍ ସିଟିରେ କଡ଼ାକଡ଼ା ବ୍ଲକିଂ-ଚେକିଂ, ଅମାନିଆଙ୍କୁ ଅକଟାଇବାକୁ ସ୍ୱତନ୍ତ୍ର ପ୍ଲାନ୍

ଭୁବନେଶ୍ୱର ୨୩।୦୬ : ଆକ୍ସନରେ କମିଶନରେଟ ପୋଲିସ । ଟ୍ୱିନ୍‌ ସିଟିରେ କଡ଼ାକଡ଼ି ବ୍ଲକିଂ-ଚେକିଂ ସହ ରାସ୍ତାରେ କଣ୍ଟା ପକାଇଲା ପୋଲିସ । ପୋଲିସ କମିଶନର , କଟକ ଏବଂ ଭୁବନେଶ୍ୱର ଡିସିପିଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ଏହି ବ୍ଲକିଂ ଆଉ ଚେକିଂରେ ସାମିଲ ଥିଲେ । 

ଖବର ଅନୁଯାୟୀ, କଟକର ସବୁ ତଥାନା ସମେତ ରାଜଧାନୀର ଭୁବନେଶ୍ୱରର ୨୪ ଥାନାରେ ଜୋରଦାରା ନାଇଟ୍‌ ଚେକିଂ ହୋଇଛି । ଡ୍ରଙ୍କ ଆଣ୍ଡ ଡ୍ରାଇଭର ସହ ରିଭର୍ସ ରାଇଡରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିପରି ଟୁଇନ୍‌ ସିଟି ରାସ୍ତାରେ ସ୍ପାଇକ୍‌ ପ୍ଲେଟ ଅର୍ଥାତ ଲୁହା କଣ୍ଟା ବିଛାଇଛି ପୋଲିସ । ରିଭର୍ସ ରାଇଡିଂ ବେଳେ ସ୍ପାଇକ୍‌ ପ୍ଲେଟ୍‌ ଦ୍ୱାରା ଏକାଧିକ ଗାଡିର ଟାୟାର ଲିକ୍‌ କରିଛି କମିଶରେଟ୍‌ ପୋଲିସ ।  

ସେହିପରି ନିଶାସକ୍ତ ଡ୍ରାଇଭରଙ୍କ କବଳରୁ ସାଧାରଣ ଜନତା ଏବଂ ଡ୍ୟୁଟିରେ ଥିବା ପୁଲିସ୍ କର୍ମୀଙ୍କୁ ରକ୍ଷା କରିବା ପାଇଁ ନୂଆ ଉପାୟ କରାଯାଇଛି। କଟକ ଏବଂ ଭୁବନେଶ୍ବରରେ ରାତି ସାଢ଼େ ୧୧ ରୁ ଭୋର୍ ୪ ଟା ପର୍ଯ୍ୟନ୍ତ ବିଭିନ୍ନ ଥାନାରୁ ଶତାଧିକ ଗାଡ଼ି ସିଜ୍ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା।