ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ଘଟଣା: ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ନିଶ୍ଚିତ ଭାବେ ହୀନ ଓ ରୁଗ୍‌ଣ ମାନସିକତା ବ୍ୟକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ଜଣେ ଗିରଫ ହୋଇଛନ୍ତି, ଷଡ଼ଯନ୍ତ୍ର ଥିଲେ ପର୍ଦ୍ଦାଫାସ୍‌ ନିର୍ଦ୍ଦେଶ ମଧ୍ଯ ଦିଆଯାଇଛି।ମାର୍ଚ୍ଚ ୫ରେ ଜୟନ୍ତୀ ପାଳିଥିଲୁ, ଏପ୍ରିଲ ୧୭ରେ ଶ୍ରାଦ୍ଧ ଦିବସ ପାଳିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ପାଟଣାଗଡ଼ ବ୍ଲକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଆଜି କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇଥିଲା। ମୂର୍ତ୍ତିରେ […]

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ଘଟଣା: ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ନିଶ୍ଚିତ ଭାବେ ହୀନ ଓ ରୁଗ୍‌ଣ ମାନସିକତା ବ୍ୟକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ଜଣେ ଗିରଫ ହୋଇଛନ୍ତି, ଷଡ଼ଯନ୍ତ୍ର ଥିଲେ ପର୍ଦ୍ଦାଫାସ୍‌ ନିର୍ଦ୍ଦେଶ ମଧ୍ଯ ଦିଆଯାଇଛି।ମାର୍ଚ୍ଚ ୫ରେ ଜୟନ୍ତୀ ପାଳିଥିଲୁ, ଏପ୍ରିଲ ୧୭ରେ ଶ୍ରାଦ୍ଧ ଦିବସ ପାଳିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ପାଟଣାଗଡ଼ ବ୍ଲକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଆଜି କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇଥିଲା। ମୂର୍ତ୍ତିରେ ନିଆଁ ଲାଗିବା ପରେ ଏହା ହୁତୁହୁତୁ ହୋଇ ଜଳିଥିଲା। ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।