ମନସୁନ୍ ସିଟି ମହାବଲିପୁରମ୍
ମୌସୁମୀକୁ ଅନେକ ଲୋକ ଅପେକ୍ଷା କରିଥାଆନ୍ତି ବୁଲିବାକୁ ଯିବା ପାଇଁ । ସେମାନେ ମୌସୁମୀ ବାୟୁ ଭାରତୁ ଛୁଇଁବା ପରେ ନିଜ ଛୁଟି ପ୍ଲାନିଂ କରିଥାଆନ୍ତି । ସେମାନଙ୍କ ପାଇଁ ଭାରତରେ ଅନେକ ସହର ବିକଳ୍ପଭାବେ ରହିଛି, ଯେଉଁଥିରୁ ତାମିଲନାଡୁର ମହାବଲିପୁରମ ଅନ୍ୟତମ । ମହାବଲିପୁରମ୍ରେ ଅନେକ ଏଭଳି ସ୍ଥାନ ରହିଛି ଯାହାକୁ ଆପଣ ବୁଲିବା ସହିତ ଏଠାରେ ଏଭଳି ଅନେକ ଆକଫିଭିଟି ମଧ୍ୟ ରହିଛି ଯାହା ଆପଣ କରିପାରିବେ । ଏଠାରେ ଏଭଳି କିଛି ମନ୍ଦିର […]

ମୌସୁମୀକୁ ଅନେକ ଲୋକ ଅପେକ୍ଷା କରିଥାଆନ୍ତି ବୁଲିବାକୁ ଯିବା ପାଇଁ । ସେମାନେ ମୌସୁମୀ ବାୟୁ ଭାରତୁ ଛୁଇଁବା ପରେ ନିଜ ଛୁଟି ପ୍ଲାନିଂ କରିଥାଆନ୍ତି । ସେମାନଙ୍କ ପାଇଁ ଭାରତରେ ଅନେକ ସହର ବିକଳ୍ପଭାବେ ରହିଛି, ଯେଉଁଥିରୁ ତାମିଲନାଡୁର ମହାବଲିପୁରମ ଅନ୍ୟତମ ।
ମହାବଲିପୁରମ୍ରେ ଅନେକ ଏଭଳି ସ୍ଥାନ ରହିଛି ଯାହାକୁ ଆପଣ ବୁଲିବା ସହିତ ଏଠାରେ ଏଭଳି ଅନେକ ଆକଫିଭିଟି ମଧ୍ୟ ରହିଛି ଯାହା ଆପଣ କରିପାରିବେ । ଏଠାରେ ଏଭଳି କିଛି ମନ୍ଦିର ରହିଛି ଯାହାକୁୟୁନେସ୍କୋ ତାଲିକାରେ ମଧ୍ୟ ସ୍ଥାନ ଦିଆଯାଇଛି ।
ଶୋର ମନ୍ଦିର
ଏହା ସହରର ଯେପରି ଏକ ଲ୍ୟାଣ୍ଡମାର୍କ । ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଥରେ ହେଉପଛେ ଏହି ମନ୍ଦିରକୁ ବୁଲିବାକୁ ଆସନ୍ତି । ଏହି ମନ୍ଦିରଟି ସମୁଦ୍ରକୂଳରେ ଥିବାରୁ ଏହାକୁ ଦେଖିବାକୁ ଲୋକଙ୍କର ଭିଡ ଯମିଥାଏ । ଏହାର ସ୍ୱତନ୍ତ୍ର ଡିଜାଇନ୍ ପର୍ଯ୍ୟଟକଙ୍କୁ ଖୁବ ପସନ୍ଦ ଆସିଥାଏ ।
ପଞ୍ଚରଥ
ଏହା ପଥରରେ ନିର୍ମିତ ଏକ ସ୍ଥପତ୍ୟ ଯାହା ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଥାଏ । ଏଠାରେ ପଥରରେ ବିଭିନ୍ନ କାରୁକାର୍ଯ୍ୟ ଖୋଦିତ ହୋଇଥିବାର ଦେଖିବାକୁ ମିଳିଥାଏ । ଏଠାରେ ପାଞ୍ଚଟି ସ୍ଥାନ ରହିଛି ଯାହାକୁ ପାଣ୍ଡବଙ୍କ ନାମ ଅନୁସାରେ ନାମିତ କରାଯାଇଛି । ମହାବଲିପୁରମ୍ ଆସିଲେ ଏଠାକୁ ଆସିବାକୁ ଯମାରୁ ଭୁଲନ୍ତୁ ନାହିଁ ।
ଅର୍ଜୁନଙ୍କ ତପସ୍ୟା
ଏହା ଏକ ଖୁବ ସୁନ୍ଦର ସ୍ମାରକ, ଯାହା ସେଠିକାର ସ୍ଥାନୀୟ ଲୋକଙ୍କ ଭିତରେ ଅର୍ଜୁନଙ୍କ ତପସ୍ୟା ଭାବରେ ପରିଚିତ । ଏହାକୁୟୁନେସ୍କୋ ଓ୍ୱାର୍ଲ୍ଡ ହେରିଟେଜ୍ ତାଲିକାରେ ମଧ୍ୟ ସାମିଲ କରାଯାଇଛି । ଏଠାରେ କାନ୍ଥରୋ ଖୋଦେଇ କରାଯାଇ ମହାଭାରତ ବିଷୟରେ ତଥ୍ୟ ଦିଆଯାଇଛି । ଏଠାରେ ଥିବା ପଥରର ହାତୀ ଖୁବ ସୁନ୍ଦର ହୋଇଥାଏ । ଏଠାରେ ପାଖାପାଖି ୧୪୬ ଖୋଦେଇ କାରୁକାର୍ଯ୍ୟ ରହିଛି ଦେଖିବାକୁ ।

ସିସେଲ୍ ମ୍ୟୁଜିୟମ
ଏଠାରେ ଥିବା ଏକ ସଂଗ୍ରହାଳୟରେ ସମୁଦ୍ରରେ ମିଳୁଥିବା ଶାମୁକାଙ୍କୁ ସାଇତାଯାଇ ରଖା ଯାଇଛି । ଏହି ସଂଗ୍ରହାଳୟରେ ଆପଣ ବିଭିନ୍ନ ପ୍ରକାରର ଶାମୁକା ଦେଖିବାକୁ ପାଇବେ । ଏଗୁଡିକ ରଙ୍ଗ ଓ ଆକାରରେ ବିଭିନ୍ନ ପ୍ରକାର ହୋଇଥାଆନ୍ତି । ଏହି ସଂଗ୍ରହାଳୟ ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ । ପର୍ଯ୍ୟଟକମାନେ ଏଠାରୁ ଖୁବ ସୁନ୍ଦରସ୍ମୃତି ନେଇ ଘରକୁ ଫେରିଥାଆନ୍ତି । ଏଠାରେ ବିଶ୍ୱର ସବୁଠାରୁ ଛୋଟ ଶାମୁକାକୁ ମଧ୍ୟ ସାଇତି ରଖା ଯାଇଛି ।

ଖାଦ୍ୟରେ ରହିଛି ସ୍ୱତନ୍ତ୍ରତା
ଏଠାରେ ମିଳୁଥିବା ଲୋକାଲ ଷ୍ଟ୍ରିଟ ଫୁଡ ମଧ୍ୟ ବେଶ୍ ସ୍ୱାଦିଷ୍ଟ ସହିତ ଭିନ୍ନ ହୋଇଥାଏ । ଏଠାରେ ସିଝା ଚଣାରୁ ପ୍ରସ୍ତୁତ ହୋଇଥିବା ଏକ ଜଳଖିଆ ମିଳିଥାଏ ଯାହାକୁ ସୁନ୍ଡାଲ କହିଥାଆନ୍ତି, ଏହାର ସ୍ୱାଦ ଖୁବ ନିଆରା ହୋଇଥାଏ । ସେହିଭଳି ଏଠିକାର ପ୍ରସିଦ୍ଧ ଖାଦ୍ୟ ହେଲା ମୁରୁM ଓ ବଡା, ଏହାର ସ୍ୱାଦ ମଧ୍ୟ ଖୁବ ଭଲ ହୋଇଥାଏ । ଅନ୍ୟ ଖାଦ୍ୟ ତାଲିକାରେ ମସଲା ମାଛ, ଭେଜ କୋରମା, ଫିଲଫର କଫି ଆଦି ସାମିଲ ରହିଛି, ଯାହାକୁ ପର୍ଯ୍ୟଟକ ଖୁବ ପସନ୍ଦ କରନ୍ତି ଖାଇବାକୁ ।