ପ୍ରଥମ ଦିବସରେ ଏକାଧିକ ମିଟ୍ ରେକର୍ଡ
ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍ ବୁଧବାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ପ୍ରତିଯୋଗିତାର ପ୍ରଥମ ଦିବସରେ ୫ ନୂଆ ମିଟ୍ ରେକର୍ଡ ସୃଷ୍ଟି ହୋଇଛି। ରାଜ୍ୟର ୩୦ ଜିଲାରୁ ୯୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍ ଏଥିରେ ଅଂଶଗ୍ରହଣ କରିଛନ୍ତି। ୩ ଦିନ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୨୬୮ ମହିଳା ପ୍ରତିଯୋଗୀ ଭାଗ ନେଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ […] The post ପ୍ରଥମ ଦିବସରେ ଏକାଧିକ ମିଟ୍ ରେକର୍ଡ appeared first on Dharitri Odia News.
ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍ ବୁଧବାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ପ୍ରତିଯୋଗିତାର ପ୍ରଥମ ଦିବସରେ ୫ ନୂଆ ମିଟ୍ ରେକର୍ଡ ସୃଷ୍ଟି ହୋଇଛି। ରାଜ୍ୟର ୩୦ ଜିଲାରୁ ୯୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍ ଏଥିରେ ଅଂଶଗ୍ରହଣ କରିଛନ୍ତି। ୩ ଦିନ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୨୬୮ ମହିଳା ପ୍ରତିଯୋଗୀ ଭାଗ ନେଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଶା-ରିଲାଏନ୍ସ ଫାେଉଣ୍ଡଶନ ଆଥଲେଟିକ୍ସ ହାଇ-ପରଫର୍ମାନ୍ସ ସେଣ୍ଟର ଏବଂ କ୍ରୀଡ଼ା ଛାତ୍ରାବାସରେ ଟ୍ରେନିଂ ନେଉଛନ୍ତି। ଓଡ଼ିଶା ପୋଲିସ, ପୋଷ୍ଟାଲ, ବିଏସ୍ଏନ୍ଏଲ୍ ଓ କିଟ୍ ବିଶ୍ୱବିଦ୍ୟାଳୟରୁ ଆଥଲେଟ୍ମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଦିବସରେ ଆଥଲେଟ୍ମାନେ ୪୦ରୁ ଅଧିକ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଭାଗ୍ୟ ପରୀକ୍ଷା କରିଛନ୍ତି।
ପ୍ରଥମ ଦିବସରେ ମୟୂରଭଞ୍ଜର ପ୍ରଦୀପ ମହନ୍ତ ୨୦ ବର୍ଷରୁ କମ୍ ବାଳକ ୫୦୦୦ ମିଟରରେ ୧୪:୫୬.୯୪ ସେକେଣ୍ଡ ସମୟ ନେଇ ନୂଆ ମିଟ୍ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେହିପରି କଟକର ନିଖିଲ ଦାସ ୨୩ ବର୍ଷରୁ କମ୍ ବାଳକ ହାଇଜମ୍ପରେ ୨.୦୧ ମିଟର, କଟକର ଚିରଞ୍ଜୀବ ସିଂ ୨୩ ବର୍ଷରୁ କମ୍ ବାଳକ ଶଟ୍ପୁଟ୍ରେ ୧୩.୯୧ ମିଟର, କିଟ୍ର ପି. ଅର୍ପିତା ଅର୍ଚନା ସାହୁ ୨୦ ବର୍ଷରୁ କମ୍ ବାଳିକା ଜାଭେଲିନ୍ ଥ୍ରୋରେ ୪୨.୯୮ ମିଟର ଏବଂ ସୁନ୍ଦରଗଡ଼ର ଧନମତି ଖେସ୍ ୨୩ ବର୍ଷରୁ କମ୍ ବାଳିକା ଜାଭେଲିନ୍ ଥ୍ରୋରେ ୪୧.୬୭ ମିଟର ଥ୍ରୋ କରି ନୂଆ ମିଟ୍ ରେକର୍ଡର ଅଧିକାରୀ ହୋଇଛନ୍ତି। ୨୩ ବର୍ଷରୁ କମ୍ ୫୦୦୦ ମିଟର ରେସ୍ରେ ଦୀପ୍ତିରାଣୀ ସାହୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଆଂଶିକା ରାଉତରାୟ ୨୦ ବର୍ଷରୁ କମ୍ ବାଳିକା ଶଟ୍ପୁଟ୍ରେ ୧୧.୩୦ ମିଟର ଥ୍ରୋ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ବଲାଙ୍ଗୀରର ଶ୍ରଦ୍ଧାଞ୍ଜଳି ମିଶ୍ର ରୌପ୍ୟ ଓ ଜଗତ୍ସିଂହପୁରର ଜ୍ୟୋତ୍ସ୍ନା ସାହୁ ବ୍ରୋଞ୍ଜ ପଦକ ଜିତିଛନ୍ତି।
The post ପ୍ରଥମ ଦିବସରେ ଏକାଧିକ ମିଟ୍ ରେକର୍ଡ appeared first on Dharitri Odia News.