IND vs PAK War: ମେ ୧୮ପରେ ପୁଣି ହେବ କି ଯୁଦ୍ଧ? ଥରିଲାଣି ପାକିସ୍ତାନ…
ନୂଆଦିଲ୍ଲୀ, ୧୬।୫: ଭାରତ ଓ ପାକିସ୍ତାନ ସୀମାରେ ଚାଲିଥିବା ଯୁଦ୍ଧବିରତିକୁ ଆସନ୍ତା ମେ ୧୮ରେ ସରୁଛି । କୁହାଯାଉଛି ଯେ, ଉଭୟ ଦେଶର ସାମରିକ ଅଧିକାରୀମାନେ ଏହି ଯୁଦ୍ଧବିରତିର ସୂକ୍ଷ୍ମ ବିବରଣୀ ଓ ଭବିଷ୍ୟତ ପଦକ୍ଷେପ ନେଇ ଶୀଘ୍ର ପୁନର୍ବାର ଆଲୋଚନା କରିବେ। ପାଖରେ ମାତ୍ର ଆଉ ୨ଟା ଦିନ। ଯୁଦ୍ଧବିରତି ସରିବା ପରେ ପୁଣି ଆରମ୍ଭ ହେବ କି ଯୁଦ୍ଧ? ନା ଆଉ କିଛି ବଡ଼ ନିଷ୍ପତ୍ତି ହେବ। ଯୁଦ୍ଧବିରତି ଡେଡ୍ଲାଇନ୍ ଆସନ୍ତା ୧୮ ତାରିଖ […] The post IND vs PAK War: ମେ ୧୮ପରେ ପୁଣି ହେବ କି ଯୁଦ୍ଧ? ଥରିଲାଣି ପାକିସ୍ତାନ… appeared first on Dharitri Odia News.
ନୂଆଦିଲ୍ଲୀ, ୧୬।୫: ଭାରତ ଓ ପାକିସ୍ତାନ ସୀମାରେ ଚାଲିଥିବା ଯୁଦ୍ଧବିରତିକୁ ଆସନ୍ତା ମେ ୧୮ରେ ସରୁଛି । କୁହାଯାଉଛି ଯେ, ଉଭୟ ଦେଶର ସାମରିକ ଅଧିକାରୀମାନେ ଏହି ଯୁଦ୍ଧବିରତିର ସୂକ୍ଷ୍ମ ବିବରଣୀ ଓ ଭବିଷ୍ୟତ ପଦକ୍ଷେପ ନେଇ ଶୀଘ୍ର ପୁନର୍ବାର ଆଲୋଚନା କରିବେ।
ପାଖରେ ମାତ୍ର ଆଉ ୨ଟା ଦିନ। ଯୁଦ୍ଧବିରତି ସରିବା ପରେ ପୁଣି ଆରମ୍ଭ ହେବ କି ଯୁଦ୍ଧ? ନା ଆଉ କିଛି ବଡ଼ ନିଷ୍ପତ୍ତି ହେବ। ଯୁଦ୍ଧବିରତି ଡେଡ୍ଲାଇନ୍ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଥିବା ନେଇ କହିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର୍ । ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ AFPରେ ରିପୋର୍ଟ ପ୍ରକାଶ ପାଇଛି । ପାକିସ୍ତାନର ସଂସଦରେ ଇସାକ୍ ଦାର୍ ଏମିତି କହିଥିବା ସୂଚନା ମିଳିଛି । ତେବେ ପ୍ରଥମେ ମେ’ ୧୨, ପରେ ୧୪ ଓ ଏବେ ଏବେ ମେ’ ୧୮ ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘୁଞ୍ଚିଛି । ତେଣୁ ମେ’ ୧୮ ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ନେଇ ଚର୍ଚ୍ଚା ହେଉଛି । ଗତ ସପ୍ତାହରେ ଉଭୟ ଦେଶ ମଧ୍ୟରେ ତୀବ୍ର ସାମରିକ ସଂଘର୍ଷ ପରେ ମେ ୧୦ ତାରିଖରେ ଏକ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ଏହା ପୂର୍ବରୁ ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନାଗରିକ ପ୍ରାଣ ହରାଇଥିଲେ, ତାହା ଉତ୍ତେଜନାର ମୂଳ କାରଣ ଥିଲା। ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିଥିଲା। ଅନ୍ୟପଟେ ଭାରତ ବାରମ୍ବାର କହୁଛି ଯେ, ଅପରେସନ ସିନ୍ଦୂର କେବଳ ସ୍ଥଗିତ ଅଛି । ପାକିସ୍ତାନ କିଛି ବି କଲେ ଏହାର ପାଲଟା ଜବାବ ଦିଆଯିବ ।
ସୂତ୍ର ଅନୁଯାୟୀ, ଭାରତ ଓ ପାକିସ୍ତାନର ମିଲିଟାରୀ ଅପରେସନ୍ସ ନିର୍ଦ୍ଦେଶକ (DGMO) ସ୍ତରରେ ଆଲୋଚନା ଜାରି ରହିଛି। ଏହି ଆଲୋଚନାରେ ସୀମାରେ ଶାନ୍ତି ବଜାୟ ରଖିବା ନେଇ ଗୁରୁତ୍ୱ ଦିଆଯାଇଛି। ତେବେ, ଉଭୟ ଦେଶ ପରସ୍ପର ବିରୋଧରେ ଯୁଦ୍ଧବିରତି ଉଲ୍ଲଙ୍ଘନର ଅଭିଯୋଗ ମଧ୍ୟ ଆଣିଛନ୍ତି, ଯାହା ଏହି ଚୁକ୍ତିର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଠାଇଛି।
ପୂର୍ବତନ DGMO ଲେଫ୍ଟନାଣ୍ଟ ଜେନେରାଲ ବିନୋଦ ଭାଟିଆ ଏନଡିଟିଭିକୁ କହିଛନ୍ତି ଯେ, ଏହି ଯୁଦ୍ଧବିରତି ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ ଆହୁରି କହିଛନ୍ତି, ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ନିୟମିତ ଯୋଗାଯୋଗ ଏହାର ସଫଳତା ପାଇଁ ଅତ୍ୟନ୍ତ ଜରୁରୀ। ଏହି ଯୁଦ୍ଧବିରତିକୁ ସଫଳ କରିବା ପାଇଁ ଉଭୟ ଦେଶର ସୈନ୍ୟ ଓ ସରକାରୀ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ତେବେ, ସୀମା ଅଞ୍ଚଳର ବାସିନ୍ଦାମାନେ ଏହାର ସ୍ଥାୟୀତ୍ୱ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି। ଆଗାମୀ ଦିନରେ ଏହି ଆଲୋଚନାର ଫଳାଫଳ ଉପରେ ସମଗ୍ର ବିଶ୍ୱର ନଜର ରହିଛି।
The post IND vs PAK War: ମେ ୧୮ପରେ ପୁଣି ହେବ କି ଯୁଦ୍ଧ? ଥରିଲାଣି ପାକିସ୍ତାନ… appeared first on Dharitri Odia News.