ବନ୍ୟଜନ୍ତୁ ଶିକାର କରି ବନ୍ଧା ହେଲେ ଶିକାରୀ, ବାଘ ଖପୁରୀ ସହ ମେରୁଦଣ୍ଡର ଅଂଶବିଶେଷ ଜବତ
ବାରିପଦା,୫ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ବରେହିପାଣି ଓ୍ବାଇଲ୍ଡ ଲାଇଫ୍ ରେଞ୍ଜ୍ ଅଞ୍ଚଳରେ ବନବିଭାଗ ଚଢ଼ାଉ କରି ଜଣେ ଶିକାରୀଙ୍କୁ ଗିରଫ କରିଛି । ତାଙ୍କଠାରୁ କଲରାପତରିଆ ବାଘର ଖପୁରୀ ସହ ମେରୁଦଣ୍ଡର ଅଂଶବିଶେଷ, ବନ୍ୟଜନ୍ତୁଙ୍କ ଶୁଖିଲା ମାଂସ, ହାଡ଼, ସମ୍ବର ମାଂସ, କୁରାଢ଼ି,ଫାଶ,ଧନୁ,ତୀର, ବିଷ ଓ ବ୍ୟାଗକୁ ଜବତ କରିଛି । ଅଭିଯୁକ୍ତ ଜଣକ ହେଲେ ମକାବାଡ଼ି ଅଞ୍ଚଳର ଶ୍ରୀଲଙ୍କା ବଦ୍ରା(୬୨)। ଏନେଇ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ, ଏକ […] The post ବନ୍ୟଜନ୍ତୁ ଶିକାର କରି ବନ୍ଧା ହେଲେ ଶିକାରୀ, ବାଘ ଖପୁରୀ ସହ ମେରୁଦଣ୍ଡର ଅଂଶବିଶେଷ ଜବତ appeared first on Dharitri Odia News.
ବାରିପଦା,୫ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ବରେହିପାଣି ଓ୍ବାଇଲ୍ଡ ଲାଇଫ୍ ରେଞ୍ଜ୍ ଅଞ୍ଚଳରେ ବନବିଭାଗ ଚଢ଼ାଉ କରି ଜଣେ ଶିକାରୀଙ୍କୁ ଗିରଫ କରିଛି । ତାଙ୍କଠାରୁ କଲରାପତରିଆ ବାଘର ଖପୁରୀ ସହ ମେରୁଦଣ୍ଡର ଅଂଶବିଶେଷ, ବନ୍ୟଜନ୍ତୁଙ୍କ ଶୁଖିଲା ମାଂସ, ହାଡ଼, ସମ୍ବର ମାଂସ, କୁରାଢ଼ି,ଫାଶ,ଧନୁ,ତୀର, ବିଷ ଓ ବ୍ୟାଗକୁ ଜବତ କରିଛି । ଅଭିଯୁକ୍ତ ଜଣକ ହେଲେ ମକାବାଡ଼ି ଅଞ୍ଚଳର ଶ୍ରୀଲଙ୍କା ବଦ୍ରା(୬୨)। ଏନେଇ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ, ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ଶିମିଳିପାଳ ଟାଇଗର ସୁରକ୍ଷା ବାହିନୀ ବରେହିପାଣି ରେଞ୍ଜ୍ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀକୁ ଅଟକ କରିଥିଲେ। ତାଙ୍କ ଘରେ ଚଢ଼ାଉ କରିବା ପରେ ବନ୍ୟଜନ୍ତୁଙ୍କ ଅଂଶବିଶେଷ ସହିତ ଶିକାର ସରଞ୍ଜାମକୁ ଜବତ କରିଥିଲେ। ଏହାକୁ ନେଇ ତଦନ୍ତ କରିବା ପରେ ଶିକାରୀ ଜଣକ ଶିକାର କରିବା ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିଥିଲେ। ଯାହାକୁ ନେଇ କର୍ମଚାରୀମାନେ କ୍ରାଇମ୍ ସିନ୍ କରିବା ନିମନ୍ତେ ଘଟଣାସ୍ଥଳକୁ ଯାଇଥିଲେ। ସେଠାରୁ ବନ୍ୟଜନ୍ତୁଙ୍କ ଅସ୍ତି ଏବଂ ଅଂଶବିଶେଷକୁ ଠାବ କରିବା ସହ ଜବତ କରିଥିଲେ। ପୁନର୍ବାର ଶ୍ରୀଲଙ୍କାଙ୍କ ଘରେ ଚଢ଼ାଉ କରି ଶିକାର ସରଞ୍ଜାମ ସହିତ ଶୁଖିଲା ମାଂସକୁ ଜବତ କରିଛି ବନବିଭାଗ।
The post ବନ୍ୟଜନ୍ତୁ ଶିକାର କରି ବନ୍ଧା ହେଲେ ଶିକାରୀ, ବାଘ ଖପୁରୀ ସହ ମେରୁଦଣ୍ଡର ଅଂଶବିଶେଷ ଜବତ appeared first on Dharitri Odia News.