ଚଢ଼ିଗଲା ଟ୍ରକ୍‌: ମା’ଙ୍କ ଜୀବନ ଗଲା, ବାପ-ଝିଅ ଗୁରୁତର

କଟକ,୧୮ା୨(କାର୍ତ୍ତିକ ସାହୁ): କଟକର ନୂଆବଜାର ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଚଢ଼ିଯିବାରୁ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ବାପ-ଝିଅ ଗୁରୁତର ଅଛନ୍ତି। ଉଭୟ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଛି। ତେବେ ମୃତାହତ କନ୍ଦରପୁରର କୋରପଦା ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବାଇକ୍‌ରେ ଦୀପକ ରାଉତ(୪୯) ନାମକ ଜଣେ ବ୍ୟକ୍ତି ସ୍ତ୍ରୀ ସାରଥୀ(୩୫) ଏବଂ ଝିଅ ସାଇପ୍ରିୟଦର୍ଶିନୀ(୧୦)ଙ୍କୁ ବାଇକ୍‌ରେ ନେଇ କଟକରୁ କନ୍ଦରପୁର ଆଡ଼କୁ ଯାଉଥିବା ବେଳେ ଟ୍ରକ୍‌ ପଛରେ ପିଟି […] The post ଚଢ଼ିଗଲା ଟ୍ରକ୍‌: ମା’ଙ୍କ ଜୀବନ ଗଲା, ବାପ-ଝିଅ ଗୁରୁତର appeared first on Dharitri Odia News.

ଚଢ଼ିଗଲା ଟ୍ରକ୍‌: ମା’ଙ୍କ ଜୀବନ ଗଲା, ବାପ-ଝିଅ ଗୁରୁତର

କଟକ,୧୮ା୨(କାର୍ତ୍ତିକ ସାହୁ): କଟକର ନୂଆବଜାର ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଚଢ଼ିଯିବାରୁ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ବାପ-ଝିଅ ଗୁରୁତର ଅଛନ୍ତି। ଉଭୟ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଛି। ତେବେ ମୃତାହତ କନ୍ଦରପୁରର କୋରପଦା ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବାଇକ୍‌ରେ ଦୀପକ ରାଉତ(୪୯) ନାମକ ଜଣେ ବ୍ୟକ୍ତି ସ୍ତ୍ରୀ ସାରଥୀ(୩୫) ଏବଂ ଝିଅ ସାଇପ୍ରିୟଦର୍ଶିନୀ(୧୦)ଙ୍କୁ ବାଇକ୍‌ରେ ନେଇ କଟକରୁ କନ୍ଦରପୁର ଆଡ଼କୁ ଯାଉଥିବା ବେଳେ ଟ୍ରକ୍‌ ପଛରେ ପିଟି ହୋଇ ସାରଥୀ ଏବଂ ଝିଅ ଖସିପଡ଼ିଥିଲେ। ଟ୍ରକ୍‌ଟି ସାରଥୀଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

The post ଚଢ଼ିଗଲା ଟ୍ରକ୍‌: ମା’ଙ୍କ ଜୀବନ ଗଲା, ବାପ-ଝିଅ ଗୁରୁତର appeared first on Dharitri Odia News.