ପୂର୍ବତନ ବିଧାୟକ ଧନେଶ୍ୱର ମାଝୀଙ୍କ ପରଲୋକ, ୮୩ ବର୍ଷରେ ବୁଜିଲେ ଆଖି

କଳାହାଣ୍ଡି ୦୯।୧୦ : ଆରପାରିରେ ଧନେଶ୍ୱର ମାଝୀ । ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଧାୟକ ଧନେଶ୍ୱର ମାଝୀଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଧନେଶ୍ୱର । ୧୯୪୧ ମସିହା ଜୁଲାଇ ୫ ତାରିଖରେ ଧନେଶ୍ୱର ମାଝୀଙ୍କ ଜନ୍ମ । ପରେ ପରେ ଛାତ୍ର ଜୀବନରୁ ରାଜନୀତି ପ୍ରତି ଥିଲା ଧନେଶ୍ୱର ମାଝୀଙ୍କ ରୁଚି । ଯାହାକି ତାଙ୍କୁ ଜନତା ଦଳରେ ମିଶି ସାମିଲ ହେବାକୁ ବାଧ୍ୟ କରିଥିଲା। ଏପିରିକି ଧନେଶ୍ୱର ୧୯୭୮ରୁ ୧୯୮୪ ମସିହା ଯାଏଁ ରାଜ୍ୟସଭାର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ନର୍ଲା ଏବଂ କେସିଙ୍ଗା ବିଧାନସଭା ଆସନରୁ ୧୯୭୧, ୧୯୭୪, ୨୦୦୦, ୨୦୦୪, ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ନିକଟରେ ସେ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ ।  

ପୂର୍ବତନ ବିଧାୟକ ଧନେଶ୍ୱର ମାଝୀଙ୍କ ପରଲୋକ, ୮୩ ବର୍ଷରେ ବୁଜିଲେ ଆଖି

କଳାହାଣ୍ଡି ୦୯।୧୦ : ଆରପାରିରେ ଧନେଶ୍ୱର ମାଝୀ । ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଧାୟକ ଧନେଶ୍ୱର ମାଝୀଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଧନେଶ୍ୱର । 

୧୯୪୧ ମସିହା ଜୁଲାଇ ୫ ତାରିଖରେ ଧନେଶ୍ୱର ମାଝୀଙ୍କ ଜନ୍ମ । ପରେ ପରେ ଛାତ୍ର ଜୀବନରୁ ରାଜନୀତି ପ୍ରତି ଥିଲା ଧନେଶ୍ୱର ମାଝୀଙ୍କ ରୁଚି । ଯାହାକି ତାଙ୍କୁ ଜନତା ଦଳରେ ମିଶି ସାମିଲ ହେବାକୁ ବାଧ୍ୟ କରିଥିଲା। ଏପିରିକି ଧନେଶ୍ୱର ୧୯୭୮ରୁ ୧୯୮୪ ମସିହା ଯାଏଁ ରାଜ୍ୟସଭାର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ନର୍ଲା ଏବଂ କେସିଙ୍ଗା ବିଧାନସଭା ଆସନରୁ ୧୯୭୧, ୧୯୭୪, ୨୦୦୦, ୨୦୦୪, ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ନିକଟରେ ସେ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ ।