ପପୁଆ ନ୍ୟୁ ଗିନିରେ ଶକ୍ତିଶାଳୀ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୬.୯ ରେକର୍ଡ

ନୂଆଦିଲ୍ଲୀ: ପପୁଆ ନ୍ୟୁ ଗିନିରେ ଶକ୍ତିଶାଳୀ ଭୂମିକମ୍ପ । ୬.୯ ତୀବ୍ରତାରେ ଥରିଲା ସାମୁଦ୍ରିକ ଦେଶ । ପପୁଆ ନ୍ୟୁ ଗିନିର ଉତ୍ତର ପ୍ରାନ୍ତରେ ଏହି ଭୂମିକମ୍ପ ଝଟକା ଲାଗିଛି । ଭୂକମ୍ପ ପରେ ଭୟଭିତ ହୋଇଯାଇଛନ୍ତି । ଏହି ଅଞ୍ଚଳ ରିଙ୍ଗ ଅଫ୍ ଫାୟାର ଜୋନରେ ଆସୁଥିବାରୁ ସୁନାମୀ ଆଶଙ୍କା ରହିଛି । ୟୁନାଇଟେଡ୍ ଷ୍ଟେଟ୍ ଜିଓଲୋଜିଲା ସର୍ଭେ ମୁତାବକ ରବିବାର ଭୋରରୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳି ଭୂ-ପୃଷ୍ଠରୁ ୩୫ କିଲୋମିଟର ଗଭୀରତାରେ ରହିଛି । ସେହିପରି ଆମ୍ବୁଣ୍ଟି ଠାରୁ ୩୨ କିଲୋମିଟର ପୂର୍ବ-ଉତ୍ତର-ପୂର୍ବ ରହିଛି । ତେବେ ପର୍ଯ୍ୟନ୍ତ କ୍ଷୟକ୍ଷତିରେ କୌଣସି ସୂଚନା ମିଳିନାହିଁ । ଶକ୍ତିଶାଳୀ ଭୂମିକମ୍ପ ଝଟକା ଲାଗିଥିବାରୁ ଧନଜୀବନ ନଷ୍ଟର ଆଶଙ୍କା କରାଯାଉଛି । ପପୁଆ ନ୍ୟୁ ଗିନି ଦକ୍ଷିଣ ଏସିଆର  ପ୍ରଶାନ୍ତ ମହାସାଗର ଉପକୂଳରେ ରହିଛି । ଏହା ରିଙ୍ଗ ଅଫ୍ ଫାୟାର ଜୋନରେ ରହିଥିବାରୁ ଟାକ୍ଟୋନିଟ୍ ପ୍ଲେଟର ଚଳନ ପ୍ରଭାବ ଏହା ଉପରେ ରହୁଛି । ଗତବର୍ଷ ଏପ୍ରିଲ ମାସରେ ଏହି ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଥିଲା । ଭୂମିକମ୍ପ ଯୋଗୁ ବହୁ କ୍ଷୟକ୍ଷତି ଘଟିଥିଲା । ଏଥିରେ ପ୍ରାୟ ୭ଜଣ ପ୍ରାଣ ହରାଇଥିଲେ ।    

ପପୁଆ ନ୍ୟୁ ଗିନିରେ ଶକ୍ତିଶାଳୀ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୬.୯ ରେକର୍ଡ

ନୂଆଦିଲ୍ଲୀ: ପପୁଆ ନ୍ୟୁ ଗିନିରେ ଶକ୍ତିଶାଳୀ ଭୂମିକମ୍ପ । ୬.୯ ତୀବ୍ରତାରେ ଥରିଲା ସାମୁଦ୍ରିକ ଦେଶ । ପପୁଆ ନ୍ୟୁ ଗିନିର ଉତ୍ତର ପ୍ରାନ୍ତରେ ଏହି ଭୂମିକମ୍ପ ଝଟକା ଲାଗିଛି । ଭୂକମ୍ପ ପରେ ଭୟଭିତ ହୋଇଯାଇଛନ୍ତି । ଏହି ଅଞ୍ଚଳ ରିଙ୍ଗ ଅଫ୍ ଫାୟାର ଜୋନରେ ଆସୁଥିବାରୁ ସୁନାମୀ ଆଶଙ୍କା ରହିଛି । 

ୟୁନାଇଟେଡ୍ ଷ୍ଟେଟ୍ ଜିଓଲୋଜିଲା ସର୍ଭେ ମୁତାବକ ରବିବାର ଭୋରରୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳି ଭୂ-ପୃଷ୍ଠରୁ ୩୫ କିଲୋମିଟର ଗଭୀରତାରେ ରହିଛି । ସେହିପରି ଆମ୍ବୁଣ୍ଟି ଠାରୁ ୩୨ କିଲୋମିଟର ପୂର୍ବ-ଉତ୍ତର-ପୂର୍ବ ରହିଛି । ତେବେ ପର୍ଯ୍ୟନ୍ତ କ୍ଷୟକ୍ଷତିରେ କୌଣସି ସୂଚନା ମିଳିନାହିଁ । ଶକ୍ତିଶାଳୀ ଭୂମିକମ୍ପ ଝଟକା ଲାଗିଥିବାରୁ ଧନଜୀବନ ନଷ୍ଟର ଆଶଙ୍କା କରାଯାଉଛି । 

ପପୁଆ ନ୍ୟୁ ଗିନି ଦକ୍ଷିଣ ଏସିଆର  ପ୍ରଶାନ୍ତ ମହାସାଗର ଉପକୂଳରେ ରହିଛି । ଏହା ରିଙ୍ଗ ଅଫ୍ ଫାୟାର ଜୋନରେ ରହିଥିବାରୁ ଟାକ୍ଟୋନିଟ୍ ପ୍ଲେଟର ଚଳନ ପ୍ରଭାବ ଏହା ଉପରେ ରହୁଛି । ଗତବର୍ଷ ଏପ୍ରିଲ ମାସରେ ଏହି ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଥିଲା । ଭୂମିକମ୍ପ ଯୋଗୁ ବହୁ କ୍ଷୟକ୍ଷତି ଘଟିଥିଲା । ଏଥିରେ ପ୍ରାୟ ୭ଜଣ ପ୍ରାଣ ହରାଇଥିଲେ ।