ପାରିବାରିକ କଳିରୁ ଜଘନ୍ୟ କାଣ୍ଡ, ବୋହୂକୁ ମାରିଦେଇଥିବା ଅଭିଯୋଗ,ଶାଶୁ,ଶ୍ବଶୁର ଓ ନଣନ୍ଦ ଅଟକ

ଉଦଳା ୦୯/୧୧: ପାରିବାରିକ କଳିରୁ ଜଘନ୍ୟ କାଣ୍ଡ । ବୋହୂକୁ ମାରି ଟାଙ୍ଗିଦେଲେ ଶାଶୁଘର ଲୋକେ । ମୟୂରଭଞ୍ଜ ଖୁଣ୍ଟା ଥାନା ମାଠିଆଭଙ୍ଗା ଗାଁରେ ଚାଞ୍ଚଲ୍ୟ । ମୃତ ମହିଳା ଆରତୀ ସେଠୀ । ପୂର୍ବରୁ ଅନେକ ଥର ସ୍ବାମୀ ସୁମନ୍ତ,ଶାଶୁ ଶାନ୍ତିଲତା ଓ ନଣନ୍ଦ ତିଳୋତ୍ତମା ଆରତୀଙ୍କୁ ବାଡିଆପିଟା କରିବା ସହ ନିର୍ଯାତନା ଦେଉଥିବାର ଅଭିଯୋଗ ରହିଛି । ନିର୍ଯାତନା ସହିନପାରି ଅନେକ ଥର ଆରତୀ ବାପଘରେ ମଧ୍ୟ ରହିଛନ୍ତି । ବୁଝାସୁଝା ପରେ ପୁଣି ଶାଶୁଘରକୁ ଯାଆନ୍ତି । ତେବେ ଝଗଡା କମିବା ପରିବର୍ତ୍ତେ ବଢି ବଢି ଚାଲିଥିଲା । ଶୁକ୍ରବାର ରାତିରେ ଆରତୀ ଓଢଣି ଲଗାଇ ଆତ୍ମହତ୍ୟା କରିଥିବା ନେଇ ସ୍ବାମୀ ସୁମନ୍ତ ଆରତୀଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ତୁରନ୍ତ ବାପଘର ଲୋକେ ମାଠିଆଭଙ୍ଗା ଗାଁରେ ପହଞ୍ଚିଥିଲେ । ଝିଅର ମୃତଦେହ ଖଟ ଉପରେ ପଡିଥିବାର ଦେଖିଥିଲେ ।  ଝିଅ ଆତ୍ମହତ୍ୟା କରିନି ତାକୁ ହତ୍ୟା କରାଯାଇଥିବା ନେଇ ଖୁଣ୍ଟା ଥାନାରେ ସଂଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଅଭିଯୋଗ ଆଧାରରେ ସ୍ବାମୀ,ଶାଶୁ ଓ ନଣନ୍ଦଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।  ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଛାନ୍‌ଭିନ୍‌ ଚଳାଇଛି ଖୁଣ୍ଟା ଥାନା ପୋଲିସ ।   