ବଡ଼ ଅଡୁଆରେ ଫସିଲେ ଅଲ୍ଲୁ ଅର୍ଜୁନ, ବିଧାୟକ ବନ୍ଧୁଙ୍କ ଘରକୁ ଯିବାକୁ ନେଇ…

ହାଇଦ୍ରାବାଦ: ଅଡୁଆରେ ଫସିଛନ୍ତି ଦକ୍ଷିଣ ଭାରତୀୟ ସିନେମାର ମେଗାଷ୍ଟାର ଅଲ୍ଲୁ ଅର୍ଜୁନ। ତାଙ୍କ ବିରୋଧରେ ଆନ୍ଧ୍ର ପ୍ରଦେଶରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ତେବେ ଏହି କାରଣରୁ ତାଙ୍କୁ ଜେଲ ଯିବାକୁ ପଡ଼ିପାରେ ବୋଲି କୁହାଯାଉଛି। ଆନ୍ଧ୍ରପ୍ରଦେଶର ନାଘାଂଲ ଆସନରେ ଆଲ୍ଲୁଙ୍କ ବନ୍ଧୁ ଏବଂ ଓ୍ବାଇଏସ୍‌ଆର୍‌ସିପି ବିଧାୟକ ଶିଳ୍ପା ରବି ନିର୍ବାଚନ ଲଢ଼ୁଛନ୍ତି। ଏମିତିରେ ନିର୍ବାଚନ ପୂର୍ବରୁ ଅଭିନେତା ନିଜ ବନ୍ଧୁଙ୍କୁ ସମର୍ଥନ ଦେବାକୁ ପହଞ୍ଚିଥିଲେ। ବିଧାୟକଙ୍କ ଘର ବାହାରେ ଭିଡ ଜମା ହୋଇଥିଲା। ପୋଲିସ ଲାଗି ଭିଡ […] The post ବଡ଼ ଅଡୁଆରେ ଫସିଲେ ଅଲ୍ଲୁ ଅର୍ଜୁନ, ବିଧାୟକ ବନ୍ଧୁଙ୍କ ଘରକୁ ଯିବାକୁ ନେଇ… appeared first on Dharitri Odia News.

ବଡ଼ ଅଡୁଆରେ ଫସିଲେ ଅଲ୍ଲୁ ଅର୍ଜୁନ, ବିଧାୟକ ବନ୍ଧୁଙ୍କ ଘରକୁ ଯିବାକୁ ନେଇ…

ହାଇଦ୍ରାବାଦ: ଅଡୁଆରେ ଫସିଛନ୍ତି ଦକ୍ଷିଣ ଭାରତୀୟ ସିନେମାର ମେଗାଷ୍ଟାର ଅଲ୍ଲୁ ଅର୍ଜୁନ। ତାଙ୍କ ବିରୋଧରେ ଆନ୍ଧ୍ର ପ୍ରଦେଶରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ତେବେ ଏହି କାରଣରୁ ତାଙ୍କୁ ଜେଲ ଯିବାକୁ ପଡ଼ିପାରେ ବୋଲି କୁହାଯାଉଛି।

ଆନ୍ଧ୍ରପ୍ରଦେଶର ନାଘାଂଲ ଆସନରେ ଆଲ୍ଲୁଙ୍କ ବନ୍ଧୁ ଏବଂ ଓ୍ବାଇଏସ୍‌ଆର୍‌ସିପି ବିଧାୟକ ଶିଳ୍ପା ରବି ନିର୍ବାଚନ ଲଢ଼ୁଛନ୍ତି। ଏମିତିରେ ନିର୍ବାଚନ ପୂର୍ବରୁ ଅଭିନେତା ନିଜ ବନ୍ଧୁଙ୍କୁ ସମର୍ଥନ ଦେବାକୁ ପହଞ୍ଚିଥିଲେ। ବିଧାୟକଙ୍କ ଘର ବାହାରେ ଭିଡ ଜମା ହୋଇଥିଲା। ପୋଲିସ ଲାଗି ଭିଡ ଉପରେ କାବୁ କରିବା କଷ୍ଟକର ହୋଇଥିଲା। ଏବେ ଘଟଣାକୁ ନେଇ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

ତେବେ ଅଭିନେତା ନିଜେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶିଳ୍ପା ରବିଙ୍କୁ ସମର୍ଥନ କରିବାକୁ ଆସିଥିବା କହିଥିଲେ। ନିର୍ବାଚନରେ ଶିଳ୍ପା ରବି ଜିତନ୍ତୁ ବୋଲି ଚାହୁଁଥିବା ଅଲ୍ଲୁ ଅର୍ଜୁନ କହିଥିଲେ।

The post ବଡ଼ ଅଡୁଆରେ ଫସିଲେ ଅଲ୍ଲୁ ଅର୍ଜୁନ, ବିଧାୟକ ବନ୍ଧୁଙ୍କ ଘରକୁ ଯିବାକୁ ନେଇ… appeared first on Dharitri Odia News.