ଓଡ଼ିଶା କନ୍‌ଷ୍ଟେବଲ୍‌ ନିଯୁକ୍ତି: ବୟସ ସୀମାକୁ ନେଇ ବଡ଼ ରାୟ ଦେଲେ ହାଇକୋର୍ଟ

କଟକ, ୪।୧୦: ଓଡ଼ିଶା ପୋଲିସ କନ୍‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ଆବେଦନ ଚାଲିଥିବା ବେଳେ ବୟସ ସୀମାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ରାଜ୍ୟର ସବୁ ବାଟାଲିଅନ୍‌ରେ କନ୍‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ବୟସ ସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କୁ ଅନ୍‌ଲାଇନ୍‌/ଅଫ୍‌ଲାଇନ୍‌ରେ ଆବେଦନ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। ତେବେ ଆବେଦନ କରିହେବ, ମାତ୍ର ଫଳ ପ୍ରକାଶ ହେବନି କହିଛନ୍ତି ହାଇକୋର୍ଟ। ରାଜ୍ୟରେ ୧୩୨୦ କନଷ୍ଟେବଲ୍‌ ପଦବୀ ପୂରଣ ପାଇଁ ଓଡ଼ିଶା ପୋଲିସ ପକ୍ଷରୁ […] The post ଓଡ଼ିଶା କନ୍‌ଷ୍ଟେବଲ୍‌ ନିଯୁକ୍ତି: ବୟସ ସୀମାକୁ ନେଇ ବଡ଼ ରାୟ ଦେଲେ ହାଇକୋର୍ଟ appeared first on Dharitri Odia News.

ଓଡ଼ିଶା କନ୍‌ଷ୍ଟେବଲ୍‌ ନିଯୁକ୍ତି: ବୟସ ସୀମାକୁ ନେଇ ବଡ଼ ରାୟ ଦେଲେ ହାଇକୋର୍ଟ

କଟକ, ୪।୧୦: ଓଡ଼ିଶା ପୋଲିସ କନ୍‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ଆବେଦନ ଚାଲିଥିବା ବେଳେ ବୟସ ସୀମାକୁ
ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ରାଜ୍ୟର ସବୁ ବାଟାଲିଅନ୍‌ରେ କନ୍‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ବୟସ ସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀଙ୍କୁ ଅନ୍‌ଲାଇନ୍‌/ଅଫ୍‌ଲାଇନ୍‌ରେ ଆବେଦନ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। ତେବେ ଆବେଦନ କରିହେବ, ମାତ୍ର ଫଳ ପ୍ରକାଶ ହେବନି କହିଛନ୍ତି ହାଇକୋର୍ଟ। ରାଜ୍ୟରେ ୧୩୨୦ କନଷ୍ଟେବଲ୍‌ ପଦବୀ ପୂରଣ ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ତେବେ ଏହି ପଦବୀରେ ଆବେଦନ ପାଇଁ ସର୍ବାଧିକ ବୟସ ସୀମାକୁ ନେଇ ବିବାଦ ଦେଖାଦେଇଥିଲା।
ପ୍ରତିବର୍ଷ ଖାଲି ହେଉଥିବା ପଦବୀ ପୂରଣ ପାଇଁ ନିୟମ ରହିଥିଲା ମଧ୍ୟ ୨୦୧୮ ପରଠୁ ଆଉ ନିଯୁକ୍ତି କରାଯାଇ ନ ଥିବା ବେଳେ ୫ ବର୍ଷ ବ୍ୟବଧାନରେ ପରୀକ୍ଷା ହେଉଥିବାରୁ ବୟସ ସୀମାକୁ ନେଇ ବିବାଦ ଦେଖା ଦେଇଥିଲା। ଯେଉଁଥିପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନେକ କନଷ୍ଟେବଲ୍‌ ଆଶାୟୀ।

The post ଓଡ଼ିଶା କନ୍‌ଷ୍ଟେବଲ୍‌ ନିଯୁକ୍ତି: ବୟସ ସୀମାକୁ ନେଇ ବଡ଼ ରାୟ ଦେଲେ ହାଇକୋର୍ଟ appeared first on Dharitri Odia News.